ଆଇଟିସି ମଙ୍ଗଳଦୀପ୍‌ ଅଗରବତିର ବଜାର ପ୍ରବେଶ

ପୁରୀ ଅଫିସ, ୨୯ା୬: ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍‌ ମଙ୍ଗଳଦୀପ୍‌ ପକ୍ଷରୁ ଶୁକ୍ରବାର ସୁଗନ୍ଧିତ ଅଗରବତୀ ପ୍ୟାକ୍‌ର ବଜାର ପ୍ରବେଶ ହୋଇଛି। ଓଡ଼ିଶା ସରକାରଙ୍କ ଓରମାସ୍‌ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ଆଇଟିସି ଏହି ସୁଗନ୍ଧିତ ଅଗରବତୀର ବଜାର ପ୍ରବେଶ କରାଇଛି। ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଇଟିସି ଅଗରବତୀ ବିଜ୍‌ନେସ ମୁଖ୍ୟ ରବି ରାୟଭରମ୍‌, ଆଇଟିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି. ସୁମନ୍ତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ଏହି ଅଗରବତୀ ପ୍ରସ୍ତୁତ କରିଥିବା ଗ୍ରାମୀଣ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟ ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି (ଓରମାସ୍‌)ର ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପରେ ହୋଟେଲ ମେ ଫେୟାରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାୟଭରମ୍‌ କହିଥିଲେ ଯେ, ଏହି ଅରବତୀରେ ଦୁଇପ୍ରକାର ସୁଗନ୍ଧ ରହିଛି। ଏହା ଦୁଇଟି ଭିନ୍ନ ଭିନ୍ନ ରଙ୍ଗରେ ପ୍ୟାକ୍‌ କରାଯାଇଛି। ଏହି ସୁଗନ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନପସନ୍ଦ ସୁଗନ୍ଧ। ଏହାର ଦୁଇଟି ପ୍ୟାକ୍‌ ମଧ୍ୟରୁ ଉପର ପ୍ୟାକ୍‌ରେ ତୁଳସୀ ଓ ନିମ୍ବ ଏବଂ ତଳ ପ୍ୟାକ୍‌ରେ କସ୍ତୁରୀ ଓ ଚନ୍ଦନ ସୁଗନ୍ଧର ଅଗରବତୀ ରହିଛି। ନିମ୍ବ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ନିର୍ମାଣରେ ଲାଗୁଥିବା ବେଳେ ଠାକୁରଙ୍କ ଗଳାରେ ତୁଳସୀ ମାଳା ଲାଗି ହୋଇଥାଏ। ଚନ୍ଦନ ଶ୍ରୀଅଙ୍ଗରେ ଲାଗୁଥିବା ବେଳେ କସ୍ତୁରୀ ମହାପ୍ରଭୁଙ୍କ ଶୃଙ୍ଗାରରେ ଲାଗି ହୋଇଥାଏ। ଆଇଟିସିର ମଙ୍ଗଳଦୀପ୍‌ ଓରମାସ୍‌ ସହିତ ମିଶି ଗ୍ରାମୀଣ ମହିଳାଙ୍କ ଜୀବନ ଜୀବିକାର ବିକାଶ ପାଇଁ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ ସହାୟତାରେ ସେମାନଙ୍କୁ ଅଗରବତୀ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଇଛି ବୋଲି ରାୟଭରମ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri