ଆଇଆଇଏମ୍‌ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’

ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ ଟେକ୍ନୋଲୋଜିର ଆଗମନ ହେଲା। ସାଉଣ୍ଡ ରେକର୍ଡିଂଠାରୁ ଆରମ୍ଭ କରି ଫିଲ୍ମକୁ ଡଜିଟାଇଜେଶନ କରିବା ସହଜ ହେଲା। ଏବେ ଟେକ୍ନୋଲୋଜି ଯୋଗୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଦେଖିବାର ନୂଆ ମାଧ୍ୟମ ପାଲଟିଛି ଓଭର ଦି ଟପ୍‌ ବା ଓଟିଟି। ଯେମିତି ଘରେ ପାଠପଢ଼ିବା ଆଉ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ଭିତରେ ତଫାତ୍‌ ରହିଛି ଠିକ୍‌ ସେମିତି ମୋବାଇଲ ମାଧ୍ୟମରେ ଫିଲ୍ମ ଦେଖିବା ଏବଂ ହଲ୍‌ ଯାଇ ଚଳଚ୍ଚିତ୍ରର ଦେଖିବାରେ ବହୁତ ଫରକ୍‌। ବଡ଼ ପରଦାର ଚଳଚ୍ଚିତ୍ର ନିଶ୍ଚୟ ଏକ ଭିନ୍ନ ଅନୁଭବ ଆଣିଦିଏ। ଏହାକୁ ସମୀକ୍ଷା କଲେ ଅଧୁନା ନୂତନ ପ୍ରଯୁକ୍ତିବିଦ୍ୟା ଜୀବନକୁ ପ୍ରଭାବିତ କରୁଥିବା ସ୍ପଷ୍ଟ ଅନୁମେୟ ବୋଲି କହିଛନ୍ତି କିଟ୍‌ ସ୍କୁଲ ଅଫ୍‌ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଚଳଚ୍ଚିତ୍ରଭିତ୍ତିକ କାର୍ଯ୍ୟକ୍ରମ ‘ଫିଲ୍ମଚକ୍କର-୩’ରେ ଯୋଗଦେଇ ସେ ଏପରି ବକ୍ତବ୍ୟ ରଖିଥିଲେ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇଆଇଏମ୍‌ସି ଅମରାବତୀର ପୂର୍ବତନ ନିର୍ଦ୍ଦେଶକ ନଦୀମ୍‌ ଖଁା କହିଲେ, ସମୟ ସହ ତାଳଦେଇ ଲୋକଙ୍କ ଚଳଚ୍ଚିତ୍ର ଦେଖିବାର ଆଗ୍ରହରେ କିଛିଟା ପରିବର୍ତ୍ତନ ହୋଇଛି। ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଆଜିର ଦିନରେ ଇକୋସ୍ଫିୟରର ଗଣତାନ୍ତ୍ରୀକରଣ ହୋଇଛି। ଅର୍ଥାତ୍‌ ଟେକ୍ନୋଲୋଜିର ଆଗମନ ତଥା ପରୀକ୍ଷା ନିରୀକ୍ଷା ଉଭୟ ଅମୃତ ଓ ବିଷ ପ୍ରଦାନ ସଦୃଶ। ଆମେ ଯେଉଁଭଳି ଭାବେ ଏହାର ବ୍ୟବହାର କରିବା ସେହି ଅନୁସାରେ ଫଳ ପାଇବା ବୋଲି ସେ କହିଥିଲେ।
ପରବର୍ତ୍ତୀ ବୈଷୟିକ ଅଧିବେଶନରେ ବକ୍ତାଭାବେ ଯୋଗଦେଇ କଲିକତା ଜାଭିୟର କଲେଜର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା ଉତ୍ସବ ଚାଟ୍ଟାର୍ଜୀ କହିଲେ, ଚଳଚ୍ଚିତ୍ରର ଏକ ସ୍ବତନ୍ତ୍ର ଭାଷା ରହିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ବାସ୍ତବତାକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବା ପାଇଁ ଓଟିଟି ଖୁବ୍‌ ଚେଷ୍ଟା କରୁଛି। ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପୀୟୂଷ ରାୟ କହିଲେ, ଓଟିଟି ଆସିବା ପରେ ଚରିତ୍ର କଳାକାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ବଲିଉଡରେ ଅଣଦେଖା କରାଯାଉଥିବା ଅଭିନେତା, ଅଭିନେତ୍ରୀଙ୍କୁ ଏହା ମାଧ୍ୟମରେ ସୁଯୋଗ ମିଳୁପାରୁଛି। ଏହାକୁ ସୁଯୋଗର ଗଣତାନ୍ତ୍ରୀକରଣ ବୋଲି କୁହାଯିବ। ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସମ୍ବଲପୁର ମହିଳା ମହାବିଦ୍ୟାଳୟ ହିନ୍ଦୀ ବିଭାଗ ମୁଖ୍ୟ ଡ. ଜୟନ୍ତ କରଶର୍ମା କହିଲେ, ଇଣ୍ଟରନେଟ୍‌ ବ୍ୟବହାର ସହଜ ଓ ଶସ୍ତା ହେବାପରେ ଓଟିଟିର ଚାହିଦା ବଢୁଛି। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡ. ଆଶିଷ ଦ୍ୱିବେଦୀ, ଆଇଆଇଏମ୍‌ସିର ସହାୟକ ପ୍ରଫେସର ସମ୍ବିତ ପାଲ, ଡ. ଜ୍ୟୋତିପ୍ରକାଶ ମହାପାତ୍ର, ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ଆକାଂକ୍ଷା ଟଣ୍ଡନ ସନ୍ଦର୍ଭ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri