Posted inଖେଳ

ଆଂଶିକାଙ୍କ ଉପରେ ନଜର ରଖିଛନ୍ତି ଅନୁରାଧା

ଭୁବନେଶ୍ୱର, ୧୪।୪(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ଉଦୀୟମାନ ଆଥଲେଟ୍‌ ଆଂଶିକା ରାଉତରାୟ। ପାଠପଢ଼ା ସହ ଶଟ୍‌ପୁଟ୍‌କୁ କ୍ୟାରିୟର କରୁଥିବା ଆଂଶିକାଙ୍କ ଉପରେ ଏବେ ମା’ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ତୀକ୍ଷ୍‌ଣ ନଜର। କାରଣ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ୁଥିବା ଆଂଶିକା ପଢ଼ା ସହ ସର୍ବଦା ଶଟ୍‌ପୁଟ ଅଭ୍ୟାସ ଏବଂ ଜୁନିୟର ସ୍ତରରେ କିଛି ନା କିଛି ପ୍ରତିଯୋଗିତା ପାଇଁ ବ୍ୟସ୍ତ ରହିଥାନ୍ତି। ମାତ୍ର ଏବେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସବୁକିଛି ବନ୍ଦ। ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ୍‌ରେ ଥିବାରୁ ବାହାରକୁ ବାହାରିବା ସମ୍ଭବ ନୁହେଁ। ଏହାର ଗୁରୁତ୍ୱକୁ ଆଂଶିକା ଯେତିକି ବୁଝିଛନ୍ତି ତା’ଠାରୁ ଅଧିକ ବୁଝିଛନ୍ତି ହର୍ଡଲ୍ସ କୁଇନ୍‌ ଅନୁରାଧା। ଘରେ ବାନ୍ଧି ହୋଇ ରହିବା କାରଣରୁ ଆଂଶିକାଙ୍କ ପିଲାମନ ବିଚଳିତ ହେବା ସମ୍ଭାବନା ରହିଛି। ତେଣୁ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ପାଇଁ ଏବଂ ଆଂଶିକାଙ୍କ ପାଇଁ ରୁଟିନ୍‌ ପ୍ରସ୍ତୁତ କରିଛନ୍ତି। ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଚାଲିଛି ବୋଲି ପ୍ରକାଶ କରିଛନ୍ତି ଅନୁରାଧା ।
”ନାଲ୍‌କୋ କଲୋନୀରେ ଆମ କ୍ବାର୍ଟର ନିକଟରେ ଏକ ଛୋଟ ପଡ଼ିଆ ରହିଛି। ସେଠାରେ ସକାଳେ ଆଂଶିକାଙ୍କୁ ନେଇ ଫିଟ୍‌ନେସ ଟ୍ରେନିଂ କରାଉଛି। କାରଣ ତାଙ୍କ ପାଇଁ ବର୍ତ୍ତମାନ ପରିସ୍ଥିତିରେ ଫିଟ୍‌ନେସ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ପଡ଼ିଆରେ ୱାର୍ମଅପ୍‌, ୱେଟ୍‌ ଟ୍ରେନିଂ, ହର୍ଡଲ୍ସ ଜମ୍ପ, ଶଟ୍‌ପୁଟ ଫ୍ରଣ୍ଟ ଥ୍ରୋ, ବ୍ୟାକ୍‌ ଥ୍ରୋ, ଡିସ୍‌କସ୍‌ ଏକ୍ସରସାଇଜ୍‌ ଆଦି କରାଯାଉଛି। ଏହା ବ୍ୟତୀତ ଏଣ୍ଡୁରାନ୍ସ ପାୱାର ବଢ଼ାଇବା ପାଇଁ କ୍ରମାଗତ ରନିଂ କରାଉଛି। ପାଗ ଦେଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ପଡ଼ୁଛି। ଦର୍ଶମ ସିବିଏସଇ ବୋର୍ଡ ପରୀକ୍ଷା ସରିଯାଇଥିବାରୁ ଏବେ ହଠାତ୍‌ ପାଠ ଚିନ୍ତା ବେଶି ନାହିଁ। ପଢ଼ାରୁ ଚିନ୍ତାମୁକ୍ତ ଥିବାରୁ ଏ ଦିଗରେ ସେ ବେଶି ଧ୍ୟାନ ଦେଇ ପାରୁଛନ୍ତି। ଏହା ବ୍ୟତୀତ ଯୋଗ ଏବଂ ପ୍ରାଣାୟମ ମଧ୍ୟ ଆମେ କରାଉଛୁ। ମନ ଶାନ୍ତ ଥିଲେ ଜଣେ ନିଶ୍ଚିତ ଭଲକଥା ଚିନ୍ତା କରିପାରିବ। ଆମେ ତା’ ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ।ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଭ୍ୟାସ ପରେ ହେଉ କିମ୍ବା ପ୍ରତିଟି କାର୍ଯ୍ୟକଳାପ ପରେ ପିଲାମାନେ ଯେପରି ହାତ ଧୁଅନ୍ତି ତା’ ଉପରେ ଗୁରୁତ୍ୱ ଦେଉଛୁ। ସେମାନଙ୍କୁ ଏହା ବାରମ୍ବାର ମଧ୍ୟ ଶିଖାଉଛୁ। ମୋଟାମୋଟି କହିବାକୁ ଗଲେ ଆଂଶିକାଙ୍କ ମନରେ ଯେପରି ଅନ୍ୟ କିଛି କଥା ନ ପଶିବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଗଛ ଲଗାଇବା ଏବଂ ଲାଗିଥିବା ଗଛରେ ପାଣିଦେବା ଆଦି କାର୍ଯ୍ୟରେ ତାଙ୍କୁ ନିୟୋଜିତ କରୁଛୁ। ମୋ ସମୟରେ ମୁଁ ପାଇଥିବା ବିଭିନ୍ନ ସଫଳତାର ପେପର କଟିଂ ରହିଛି। ଏବେ ସମୟ ମିଳୁଥିବାରୁ ସେଗୁଡ଼ିକୁ ଆଂଶିକାଙ୍କୁ ଦେଖାଉଛି। ସେ ସେଥିରୁ ପ୍ରେରଣା ପାଉଛନ୍ତି ଏବଂ ଉତ୍ସାହିତ ମଧ୍ୟ ହେଉଛନ୍ତି। ”ମୋ ମା’ ଏପରି ସମ୍ମାନ ପାଇଥିଲେ, ମୁଁ ମଧ୍ୟ ଏପରି କିଛି ରାଜ୍ୟ କିମ୍ବା ଦେଶ ପାଇଁ କରିବି“ ବୋଲି ତାଙ୍କ ମନରେ ଭାବନା ଆସୁଛି। ଯାହାକି ବହୁତ ଭଲ କଥା ବୋଲି ଅନୁରାଧା ପ୍ରକାଶ କରିଛନ୍ତି। ଏ ସବୁ କାର୍ଯ୍ୟ ସହ ଛୋଟ ପୁଅକୁ ଭିଡିଓ ଗେମ୍‌ ଖେଳାଇବା, ପେଣ୍ଟିଂ ଶିଖାଇବାରେ ସମୟ ଯାଉଛି। ପୁରୁଣା ମ୍ୟୁଜିକ୍‌ ଶୁଣିବାରେ ମୁଁ ରୁଚି ରଖେ। ରୋଷେଇ ହେଉ କିମ୍ବା ଅନ୍ୟ ଯେଉଁ କାର୍ଯ୍ୟ ମ୍ୟୁଜିକ୍‌ ବାଜୁଥିଲେ ମତେ ଭଲ ଲାଗେ। ବିଶେଷ କରି ୮୦ଦଶକର ମ୍ୟୁଜିକ୍‌ ଶୁଣି ମୁଁ ଆନନ୍ଦ ପାଇଥାଏ। ଏହା ବ୍ୟତୀତ ସମୟ ମିଳିଲେ ପରିବାରର ସଦସ୍ୟମାନେ ବସି କ୍ୟାରମ ଖେଳିଥାଉ ବୋଲି ସେ କହିଛନ୍ତି।
ଅନୁରାଧାଙ୍କ କହିବା ଅନୁସାରେ ସକାଳେ ନିତ୍ୟକର୍ମ ଶେଷ କରି ସେ କିଛି ସମୟ ଶାରୀରିକ ବ୍ୟାୟାମ କରିଥାନ୍ତି । ଆଂଶିକାଙ୍କୁ ମଧ୍ୟ ଏଥିରେ ସାମିଲ କରିଥାନ୍ତି। ଏହାପରେ ଅନ୍ୟାନ୍ୟ କାର୍ଯ୍ୟ ସାରିବା ସହ ଫୁଲ ତୋଳିି ସାଇବାବାଙ୍କୁ ପୂଜା କରିଥାନ୍ତି। ବିଶ୍ୱରୁ ଏହି ରୋଗ କିପରି ଶିଘ୍ର ଅପସରିଯାଉ ବୋଲି ପ୍ରାର୍ଥନା କରିଥାନ୍ତି। କାରଣ ତାଙ୍କ ମତରେ ଜୀବନଠାରୁ ଆଉ କିଛି ମୂଲ୍ୟବାନ ନାହିଁ। ତା’ପରେ ସେ ଇ-ପେପର ପଢ଼ି ରାଜ୍ୟ ତଥା ଦେଶ ବିଦେଶର ଖବର ଉପରେ ନଜର ପକାଇ ଥାଆନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଖବର ପରିବେଷଣ ଜାରି ରଖୁଥିବାରୁ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ସାଲ୍ୟୁଟ କରିଛନ୍ତି। ଏହା ବ୍ୟତୀତ ଏହି ଅବସରରେ ସେ ପୋଲିସ ଏବଂ ମେଡିକାଲ ଟିମ୍‌କୁ ସେ ଧନ୍ୟବାଦ ଜଣାଇଛନ୍ତି। ରୋଷେଇ କଥା କହିଲେ ଆମେ କ୍ରୀଡ଼ାବିତ୍‌ ପରିବାର ହୋଇଥିବାରୁ ନନ୍‌ଭେଜ୍‌କୁ ଅଧିକ ପସନ୍ଦ କରିିଥାଉ। ତେଣୁ ଚିଲି ଚିକେନ ମୋର ଅଧିକ ପସନ୍ଦ ଏବଂ ଏହି ରୋଷେଇକୁ ମୁଁ ଏବେ ଭଲଭାବେ ଶିଖିଯାଇଛି। ଚିକେନ ବିରିୟାନି ମଧ୍ୟ ପ୍ରସ୍ତୁତ କରୁଛି। ଏହା ବ୍ୟତୀତ ଭେଜ୍‌ ଆଇଟମ୍‌ରେ ପନିର କ୍ୟାପ୍ସିକମ୍‌କୁ ପସନ୍ଦ କରୁଛି। ମୁଖ୍ୟତଃ ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ଆମେ ଗୁରୁତ୍ୱ ଦେଉଛୁ । ରୋଷେଇ ଏବଂ ପ୍ରତିଟି କାର୍ଯ୍ୟରେ ମୋ ସ୍ବାମୀ ପରମାନନ୍ଦ ରାଉତରାୟ ମୋତେ ସାହାଯ୍ୟ କରୁଛନ୍ତି ।
କରୋନା ବିଶ୍ୱ ମହାମାରୀ ଘୋଷଣା ହୋଇଛି, ଅର୍ଥାତ୍‌ ଆମେ ଘରେ ଯେତେ ରହିବା ସେତେ ସୁରକ୍ଷିତ ରହିପାରିବା । ଏଥିପାଇଁ ବାରମ୍ବାର ସଚେତନ କରାଯାଉଛି। ତେଣୁ ଅନ୍ୟମାନଙ୍କ ପରି ଆମେ ମଧ୍ୟ ଗୋଟିଏ ସ୍ଥାନରେ ରହିଛୁ। ବ୍ୟସ୍ତ ବହୁଳ ଜୀବନ ଯୋଗୁ ଆମେ କେବେହେଲେ ପରିବାର ପ୍ରତି ଅଧିକ ସମୟ ଦେଇ ପାରୁନାହୁଁ। ମାତ୍ର ଏବେ ସେହି ସମୟ ଆସିଛି। ଏଥିରୁ ଫାଇଦା ମଧ୍ୟ ମିଳୁଛି। ଉଦାହରଣ ସ୍ବରୂପ ମୁଁ ନାଲ୍‌କୋରେ କାର୍ଯ୍ୟରତ ଥିବାରୁ ଖେଳ ଜୀବନ ପରେ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିଲି। ଫଳରେ ଆଜି ପର୍ଯ୍ୟନ୍ତ ଭଲ ରୋଷେଇ ମଧ୍ୟ ଶିଖିପାରି ନ ଥିଲି। ଏବେ ଘରେ ଶାଶୁ ଥିବାରୁ ମୁଁ ତାଙ୍କ ନିକଟରୁ କିଛି ରୋଷେଇ ଶିଖିଯାଇଛି। ଏବେ ସମସ୍ତେ ଘରେ ରହୁଥିବାରୁ ପରସ୍ପରକୁ ସାହାଯ୍ୟ କରୁଛନ୍ତି। ଏହା ବ୍ୟତୀତ ଦୂରଦର୍ଶନରେ ରାମାୟଣ ଓ ମହାଭାରତ ସିରିୟଲ ଦେଉଥିବାରୁ ପିଲାମାନେ ଶାଶୁଙ୍କ ନିକଟରେ ବସି ଏହାକୁ ଉପଭୋଗ କରିବା ସହ ବିଭିନ୍ନ କଥା ପଚାରି ବୁଝୁଛନ୍ତି ଏବଂ କିଛି ଶିଖୁଛନ୍ତି, ଯାହାକି ତାଙ୍କ ପାଇଁ ଭବିଷ୍ୟତରେ ନିଶ୍ଚିତ ଉପକାରରେ ଆସିବ ବୋଲି ମହିଳା ହର୍ଡଲ୍ସରେ ଜାତୀୟ ରେକର୍ଡଧାରିଣୀ ଅନୁରାଧା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri