ଅସହ୍ୟ ତାତି, ଖାଁ ଖାଁ ଭଦ୍ରକ ସହର

ଭଦ୍ରକ ଅଫିସ, ୨୯ ।୪
ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଅସହ୍ୟ ତାତି ଯୋଗୁ ମଧ୍ୟାହ୍ନରେ ଭଦ୍ରକ ସହର ଖଁା ଖାଁ ଲାଗୁଛି। ଦୋକାନ ବଜାର ବନ୍ଦ ହୋଇଯିବା ସହ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଭଦ୍ରକ ସହରର ସବୁବେଳେ ଜନଗହଳି ରହୁଥିବା ବନ୍ତ ଛକ ତାତି ଯୋଗୁ ଜନଶୂନ୍ୟ ହେଉଥିବା ଦେଖିବାକୁ ମିଳିଛି। ଖରାରୁ ରକ୍ଷା ପାଇବା ପାଇଁ ୧୬ ନଂ. ଜାତୀୟ ରାଜପଥର ବନ୍ତ ଛକ ଓଭରବ୍ରିଜ ଲୋକଙ୍କ ବିଶ୍ରାମସ୍ଥଳୀ ପାଲଟିଛି। ଖରା ବେଳେ ସହରର ସବୁ ସ୍ଥାନ ଶୂନ୍‌ଶାନ୍‌ ଥିବାବେଳେ ଏହି ଓଭରବ୍ରିଜ୍‌ ତଳେ ବାଇକ୍‌ ଚାଳକ, ଟ୍ରଲି ଚାଳକ ଓ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ବିଶ୍ରାମ ନେଉଛନ୍ତିି।
ସ୍ବାସ୍ଥ୍ୟସେବା ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଜିଲା ସମେତ ପଡ଼ୋଶୀ ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ଅଧିକାଂଶ ଲୋକେ ଦୈନିକ ଭଦ୍ରକ ଆସିଥାନ୍ତି। ଅନେକ ଦିନ ଧରି ବଷର୍ର୍ା ହୋଇ ନ ଥିବାବେଳେ କିଛିଦିନ ହେଲା ତାପମାତ୍ରା ବୃଦ୍ଧି ଯୋଗୁ ତାତି ବଢ଼ି ଚାଲିଛି। ପୂର୍ବାହ୍ନ ୧୦ଟା ପରେ ନିଅଁା ବର୍ଷା ହେବା ପରି ଅନୁଭବ ହେଉଛି। ଲୋକଙ୍କ ଯାତାୟାତ କମ୍‌ ହୋଇଥିବାରୁ ବ୍ୟବସାୟୀଙ୍କ ବେପାର ମଧ୍ୟ ମାନ୍ଦା ହେଉଛି। ତେବେ ଲସି ଓ ଲେମ୍ବୁ ସର୍‌ବତ ଦୋକାନ ପାଖରେ ଲୋକଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri