ଅସଦାଚରଣ ଅଭିଯୋଗରେ ଛତିଶଗଡରୁ ଗିରଫ

ଭବାନୀପାଟଣା/ଜୟପାଟଣା୧୨।୪(ସ୍ବ.ପ୍ର/ଡି.ଏନ୍‌.ଏ): ଓଡିଶା ଭିଜିଲାନ୍ସ ବିଭାଗକୁ ଚକମା ଦେଇ ଦୀର୍ଘ ୨ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଶେଷରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାରେ ଛତିଶଗଡ ରାଜ୍ୟ ଜଗଦଲପୁର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଦେବୀ ପ୍ରସାଦ ପଟ୍ଟନାୟକ ଓ ସେ କଳାହାଣ୍ଡି ଜିଲା ଜୟପାଟଣାର ବୋଲି ଜଣାପଡିଛି।
ପୋଲିସ ସୂଚନା ଅନୁସାରେ, କଳାହାଣ୍ଡି ଜିଲା ଜୟପାଟଣା ବିଇଓଙ୍କ କାର୍ଯ୍ୟାଳୟରେ ଦେବୀ ପ୍ରସାଦ ଚୁକ୍ତିଭିତ୍ତିକ ଡାଟାଏଣ୍ଟ୍ରି ଅପରେଟର କାମ କରୁଥିଲେ। ଗତ ୨୦୧୮ ମସିହାରେ ବିଇଓଙ୍କ ଜାଲ୍‌ ଦସ୍ତଖତ କରି ଶିକ୍ଷକମାନଙ୍କ ଇପିଏଫ୍‌ ଆକାଉଣ୍ଟରୁ ୯୦ଲକ୍ଷ ଟଙ୍କା ଆମତ୍ସାତ କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାପରେ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଏହି ଘଟଣାରେ ଏକ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହା ପୂର୍ବରୁ ଦେବୀପ୍ରସାଦ ଫେରାର ହୋଇଯାଇ ଛତିଶଗଡ ରାଜ୍ୟ ଜଗଦଲପୁର ଠାରେ ଆତ୍ମଗୋପନ କରିଥିଲେ। ଗତ ଶନିବାର ସକାଳେ ସେ ଜଗଦଲପୁର ଧରମପୁରା ଅଞ୍ଚଳରେ ଜଣଙ୍କ ଘରକୁ ପଶିଯାଇ ଜଣେ ମହିଳାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ମହିଳାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କୁ ଘରେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପରେ ଜଗଦଲପୁର ପୋଲିସ ଘଟଣାସ୍ଥଳୁ ତାଙ୍କୁ ଗିରଫ କରି ସ୍ଥାନୀୟ ବିଚା ବିଭାଗୀୟ ହାଜତକୁ ପଠାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri