ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ ଅରବପତି ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି ୨୭ ବର୍ଷୀୟା ନତାଶା ବାସେଟ୍‌। ‘ସ୍ପେସ୍‌-ଏକ୍ସ’ ଏବଂ ‘ଟେସ୍‌ଲା’ର ସିଇଓ ମସ୍କ ଏବେ ସୁଦ୍ଧା ୩ ଥର ବିବାହ କରିଛନ୍ତି ଏବଂ ତାଙ୍କର ୬ ସନ୍ତାନ ରହିଛନ୍ତି। ୨୦୨୧ ସେପ୍ଟେମ୍ବରରେ ମସ୍କ ତାଙ୍କ ଲିଭିଂ ପାର୍ଟନର ୩୩ ବର୍ଷୀୟା କାନାଡିଆନ ପପ୍‌ ଗାୟିକା ଗ୍ରାଇମ୍ସ (କ୍ଲେର୍‌ ବୁଚର୍‌)ଙ୍କଠାରୁ ପୃଥକ୍‌ ହୋଇଯାଇଥିଲେ। ଉଭୟଙ୍କର ଦେଢ଼ ବର୍ଷର ପୁଅ ରହିଛି। ଅଲଗା ହେବା ପରେ ମଧ୍ୟ ମସ୍କଙ୍କ ସହ ରହୁଥିବା ନେଇ ଗ୍ରାଇମ୍ସ ଗତ ଅକ୍ଟୋବରରେ ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ଜଣାଇଥିଲେ। ଏବେ ମସ୍କ ନତାଶାଙ୍କୁ ଡେଟ୍‌ କରୁଛନ୍ତି। ଗତ ଗୁରୁବାର ମସ୍କ ତାଙ୍କ ପ୍ରାଇଭେଟ୍‌ ଜେଟ୍‌ ‘ଗଲ୍ଫଷ୍ଟ୍ରିମ୍‌’ରେ ନତାଶାଙ୍କ ସହ ଯାତ୍ରା କରିଥିବା ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଦେଖିବାକୁ ମିଳିଛି।
ବର୍ତ୍ତମାନ ମସ୍କଙ୍କ ସମ୍ପତ୍ତି ୨୩୩ ବିଲିୟନ ଡଲାର। ଗଣମଧ୍ୟାମ ‘ଡେଲି ମେଲ୍‌’ ଅନୁଯାୟୀ ମସ୍କଙ୍କ ବ୍ୟାଙ୍କ ବାଲାନ୍ସ ନୁହେଁ, ତାଙ୍କ ଅଦ୍ଭୁତ ପ୍ରତିଭା ଓ ବିଚକ୍ଷଣ ବୁଦ୍ଧିରେ ନତାଶା ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନରେ ରିଲିଜ୍‌ ହେବାକୁ ଥିବା ଏକ ବାୟୋପିକ ‘ଏଲ୍‌ଭିସ୍‌’ରେ ନତାଶାଙ୍କୁ କିମ୍ବଦନ୍ତୀ ଗାୟକ ଏଲ୍‌ଭିସ ପ୍ରେସ୍ଲିଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ଡିକ୍ସୀ ଲକ୍‌ ଭାବେ ଦେଖିବାକୁ ମିଳିବ। ଗତ କିଛି ମାସ ହେଲା ନତାଶା ଏବଂ ମସ୍କ ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ଗ୍ରାଇମ୍ସଙ୍କଠାରୁ ପୃଥକ୍‌ ହେବା ପରେ ମସ୍କ ଏବଂ ନତାଶାଙ୍କ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ପ୍ରଥମେ ବନ୍ଧୁତା ପରେ ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଛି। ସୂଚନାଥାଉ କି, ମସ୍କ ୨୦୦୦ ମସିହାରେ କାନାଡିଆନ ଲେଖିକା ଜଷ୍ଟିନ୍‌ ଓ୍ବିଲ୍‌ସନଙ୍କୁ ବିବାହ କରିଥିଲେ। ଉଭୟଙ୍କ ୫ ସନ୍ତାନ ରହିଛନ୍ତି। ୨୦୦୮ରେ ଜଷ୍ଟିନଙ୍କୁ ଛାଡ଼ପତ୍ର ଦେବାପରେ ମସ୍କ ୨୦୧୦ରେ ବ୍ରିଟିଶ୍‌ ଅଭିନେତ୍ରୀ ତାଲୁଲା ରିଲେଙ୍କୁ ବିବାହ କରିଥିଲେ। ଏହି ଦାମ୍ପତ୍ୟ ଜୀବନ ୨୦୧୨ରେ ସମାପ୍ତ ହୋଇଥିଲା। କିନ୍ତୁ ମସ୍କ ୨୦୧୩ରେ ଅଭିନେତ୍ରୀ ତାଲୁଲାଙ୍କୁ ପୁନଃ ବିବାହ କରିଥିଲେ ଏବଂ ୨୦୧୬ରେ ପୁଣି ଛାଡ଼ପତ୍ର ଦେଇଥିଲେ। ପରେ ୨୦୧୮ରେ ଗ୍ରାଇମ୍ସଙ୍କ ସହ ଲିଭିଂ ପାର୍ଟନର ଭାବେ ରହିଆସୁଥିଲେ। ସେହି ସମ୍ପର୍କର ପରିସମାପ୍ତି ଗତ ସେପ୍ଟେମ୍ବରରେ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri