Posted inଫୁରସତ

ଅଷ୍ଟ୍ରେଲିଆର ଏହି ମହିଳା ପ୍ରତିଦିନ ପିନ୍ଧିଥାନ୍ତି ବିବାହ ସମୟର ଡ୍ରେସ୍‌, ଭାରତ ସହିତ ଯୋଡ଼ି ହୋଇଛି କାରଣ

ବିଶେଷକରି ବିବାହ ସମୟରେ ବରକନ୍ୟା  ସ୍ବତନ୍ତ୍ର ଦାମୀ ପୋଷାକ, ଅଳଙ୍କାର, ଜୋତା ଆଦି ପିନ୍ଧିଥାନ୍ତି। ବରକନ୍ୟା ପିନ୍ଧୁଥିବା ପୋଷାକ କେବଳ ଗୋଟିଏ ଦିନ ପାଇଁ । ପରେ ଏହା ଆଲମାରୀର ଶୋଭାବର୍ଦ୍ଧନ କରିଥାଏ ବୋଲି ଜାଣିଛେ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯେ କି ପ୍ରତିଦିନ ତାଙ୍କ ବିବାହ ସମୟରେ ପିନ୍ଧିଥିବା ଡ୍ରେସ ପିନ୍ଧୁଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ଦକ୍ଷିଣ ଅଷ୍ଟ୍ରେଲିଆର ଏଡ୍‌ଲେଡ୍‌ ସହରରେ ରହୁଥିବା ୪୩ ବର୍ଷୀୟା ଟୈମୀ ହାଲ। ସେ ଯୁଆଡ଼େ ବି ଯାଆନ୍ତୁ ନା କାହିଁକି ବିବାହ ବେଳର ଡ୍ରେସ୍‌ ପିନ୍ଧି ଯାଇଥାନ୍ତି।

ଏହା ପଛରେ ଏକ କାରଣ ମଧ୍ୟ ରହିଛି। ୨୦୧୬ରେ ମହିଳା ଜଣଙ୍କ ଭାରତ ବୁଲିବାକୁ ଆସିଥିଲେ। ସେହି ସମୟରେ ସେ ଦାମୀ ଡ୍ରେସ୍‌ ଏବଂ ଜୋତା କିଣିଥିଲେ। ଯେତେବେଳେ ସେ ଅଷ୍ଟ୍ରେଲିଆ ଫେରିଗଲେ ତାଙ୍କ ମନକୁ ଆସିଲା ଅଯଥାରେ ଆଉ ଟଙ୍କା ଖର୍ଚ୍ଚ କରିବେ ନାହିଁ। ଏମିତିରେ ବି ଟୈମୀ ଜଣେ ପରିବେଶବିତ୍‌। ତେଣୁ ସେ ସବୁକ୍ଷେତ୍ରରେ ସଚେତନ ରହୁଥିଲେ। ୨୦୧୮ରେ ତାଙ୍କର ବିବାହ ହୋଇଥିଲା। ଏହି ସମୟରେ ସେ ଏକ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। ଯାହାର ଦାମ୍‌ ୯୮୫ ପାଉଣ୍ଡ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮୬ ହଜାର ଟଙ୍କା।  ଏକ ରିପୋର୍ଟ ଅନୁଯାୟୀ, ଟୈମୀ କୁହନ୍ତି, ଏହି ଡ୍ରେସ୍‌ରେ ତାଙ୍କର ଏତେ ଟଙ୍କା ଖର୍ଚ୍ଚ କରିବା ଠିକ୍‌ ନ ଥିଲା। ସେହିଦିନଠାରୁ ସେ ନିଷ୍ପତ୍ତି ନେଲେ ବିବାହ ସମୟରେ ପିନ୍ଧିଥିବା ଡ୍ରେସ୍‌କୁ ପ୍ରତିଦିନ ପିନ୍ଧିବେ ବୋଲି। ଦୈନିକ ପିନ୍ଧିଲେ ଡ୍ରେସ୍‌ର ଦାମ୍‌ ଉଠିଯିବ ଆଉ ଅଯଥା ଖର୍ଚ୍ଚରୁ ମଧ୍ୟ ନିସ୍ତାର ମିଳିବ। ସେ କୁହନ୍ତି, ଯେତେବେଳେ ସେ କୌଣସି କାମରେ ବାହାରକୁ ଯାଆନ୍ତି ଲୋକେ ତାଙ୍କୁ ବୁଲି ଚାହିଁଥାନ୍ତି। କ’ଣ ପାଇଁ ସେ ଏପରି ଡ୍ରେସ୍‌ ପିନ୍ଧିଛନ୍ତି। କିନ୍ତୁ ସେ ପ୍ରତିଦିନ ଏହି ଡ୍ରେସ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିଏ କ’ଣ କହିଲା ନ କହିଲା ସେଥିପ୍ରତି ଆଦୌ ଧ୍ୟାନ ଦେଇ ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ଯାତ୍ରା ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri