Posted inଖେଳ

ଅଶ୍ୱିନଙ୍କଠାରୁ ଲିୟନ ଭଲ ଅଫ୍‌ ସ୍ପିନର: ବ୍ରାଡ ହଗ୍‌

ନୂଆଦିଲ୍ଲୀ,୧୧।୪ (ପି.ଟି.): ରବିଚନ୍ଦ୍ରନ ଅଶ୍ୱିନ ଜଣେ ଉଚ୍ଚକୋଟୀର ଅଫ୍‌ ସ୍ପିନର ଓ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ। ତେବେ ଅଶ୍ୱିନଙ୍କଠାରୁ ନିଜର ଦେଶର ନାଥନ ଲିୟନ ଅପେକ୍ଷାକୃତ ଭଲ ଅଫ୍‌ସ୍ପିନର ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ କହିଛନ୍ତି। ଟେଷ୍ଟ ଫର୍ମାଟ୍‌ରେ ଅଶ୍ୱିନଙ୍କୁ ପଛରେ ପକାଇଛନ୍ତି ହଗ୍‌ ବୋଲି ସେ କହିଛନ୍ତି।
ସାରା ବିଶ୍ୱ ଏବେ ଲକ୍‌ଡାଉନ୍‌ରେ ଥିବା ବେଳେ ପ୍ରଶଂସକଙ୍କ ଉତ୍ତର ଦେବା ବେଳେ ୪୯ ବର୍ଷୀୟ ହଗ୍‌ ଏହି କଥା କହିଛନ୍ତି। ହଗ୍‌ ଅଷ୍ଟ୍ରେଲିଆ ପାଇଁ ୭ଟି ଟେଷ୍ଟ ଓ ୧୨୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟ ଅଶ୍ୱିନ ଓ ଲିୟନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଜଣେ ପ୍ରଶଂସକ ପ୍ରଶଂସା କରିଥିଲେ। ଗତ କେତେବର୍ଷ ହେବ ଲିୟନ ଅଶ୍ୱିନଙ୍କଠାରୁ ଜଣେ ଅଫ୍‌ ସ୍ପିନର ଭାବେ ଅଧିକ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେବେ ଦୁଇଜଣ ବୋଲର ଯେପରି ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛନ୍ତି ତାହା ପ୍ରଶଂସନୀୟ। ବିଦେଶରେ ଅଶ୍ୱିନଙ୍କ ସଫଳତା ହାର କମ୍‌। ବୋଧହୁଏ ଏହାକୁ ଲକ୍ଷ୍ୟ କରି ହଗ୍‌ ଏହି ମତ ଦେଇପାରିନ୍ତି। ତେବେ ଲିୟନ ସବୁ ପ୍ରକାର ପରିସ୍ଥିତିରେ ଉଇକେଟ ହାସଲ କରିବାରେ ସଫଳ ହୋଇଛନ୍ତି। ଅଶ୍ୱିନ ୭୧ଟି ଟେଷ୍ଟ ଖେଳି ୩୬୫ଟି ଉଇକେଟ ହାସଲ କରିଛନ୍ତି। ସେହିପରି ଲିୟନ ୯୬ ଟେଷ୍ଟ ଖେଳି ୩୯୦ ଉଇକେଟ ପାଇଛନ୍ତି। ସେହିପରି ଦିନିକିଆରେ ଅଶ୍ୱିନ୍‌ ୧୧୧ଟି ମ୍ୟାଚ୍‌ ଖେଳି ୧୫୦ ଉଇକେଟ ହାସଲ କରିଥିବା ବେଳେ ଲିୟନ ୨୯ଟି ଦିନିକିଆ ଖେଳି ୨୯ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri