ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ ପୁର ଗାଁ ର ଏକ ବୁଦା ମୁଳରୁ ଲୋକେ ଛୁଆର କାନ୍ଦ ଶୁଣି ପୋଲିସ ଓ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ ଶିଶୁ ପୁତ୍ରଙ୍କୁ ଉଦ୍ଧାର କରିବା ପରେ୧୦୮ଆମ୍ବୁଲାନ୍ସ ସହାୟତାରେ ଉଦୟ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଛନ୍ତି। ନବ ଜାତକ ଶିଶୁ ପୁତ୍ରକୁ କିଏ କାହିଁକି ଏଭଳି ଛାଡ଼ି ଦେଇ ଚାଲି ଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଅବୈଧପ୍ରଣୟରୁ ଶିଶୁ ପୂତ୍ର ଜନ୍ମ ହୋଇଛି କି କୁମାରୀ ମାତୃତ୍ୱରୁ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ଶିଶୁ ପୁତ୍ରର ଶରୀର ରେ ପିମ୍ପୁଡ଼ି କାମୁଡି ଦେଇଥିବା ସହ ଅନେକ ସ୍ଥାନରେ ଘା ହୋଇଥିବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯିବ ବୋଲି ଗୋଷ୍ଠି ସାସ୍ଥ୍ୟ ଅଧିକାରି ଡ଼ାକ୍ତର ମନୋରଞ୍ଜନ ଜେନା କହିଛନ୍ତି।

