Posted inଖେଳ

ଅଲିମ୍ପିକ୍ସ ପ୍ରସ୍ତୁତିକୁ ଛାଡ଼ି ସବୁ ଜାତୀୟ ଶିବିର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୩(ପି.ଟି.)- କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ଜାତୀୟ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ ରଖାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେବେ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରଶିକ୍ଷଣ ଜାରି ରଖିଥିବା ଖେଳାଳିମାନେ ସେମାନଙ୍କ ପ୍ରସ୍ତୁତି ଜାରି ରଖିବେ ଓ ପରବର୍ତ୍ତୀ ନିର୍ଦ୍ଦେଶ ଦିଆ ନ ଯିବା ପର୍ଯ୍ୟନ୍ତ ଏପରି ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଚାଲିଥିବା ସବୁ ପ୍ରକାର ଏକାଡେମିକ୍‌ ଟ୍ରେନିଂକୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି। ଉଲ୍ଲେଖଥାଉ କି, ଅଲିମ୍ପିକ୍ସ ଜାପାନ ରାଜଧାନୀ ଟୋକିଓରେ ଚଳିତ ବର୍ଷ ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଅଲିମ୍ପିକ୍ସ ସଂକ୍ରାନ୍ତ ପ୍ରସ୍ତୁତି ତଥା ଶିବିରକୁ ବାଦ୍‌ ଦେଲେ ସବୁ ଜାତୀୟ ଶିବିରକୁ ସ୍ଥଗିତ ରଖିବାକୁ ସାଇ ତରଫରୁ କୁହାଯାଇଛି ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଅସ୍ଥାୟୀ ଓ ଯଦି ପରିସ୍ଥିତିରେ ଉନ୍ନତି ଘଟେ ତାହାଲେ ଟ୍ରେନିଂକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି ରିଜିଜୁ ଟୁଇଟ୍‌ କହିଛନ୍ତି। କ୍ରୀଡ଼ାବିତ୍‌ଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସାବଧାନତା ଅବଲମ୍ବନ ପୂର୍ବକ ଏହି ନିଷ୍ପତ୍ତି ନେବାକୁ ହେଲା। ତେବେ ଯୁବ ଆଥଲେଟ୍‌ଙ୍କୁ ନିରାଶ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ଏଥିରେ ଉନ୍ନତି ହେଲେ ପୁଣି ଟ୍ରେନିଂ ପୂର୍ବପରି ଆରମ୍ଭ ହେବ।
ଉଲ୍ଲେଖଥାଉ କି, ଭାରତରେ ଶୁଟିଂ ବିଶ୍ୱକପ୍‌, ଇଣ୍ଡିଆନ ଓପନ ଗଲ୍ଫକୁ ସ୍ଥଗିତ ରଖାଯାଇଛି। ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସବୁ ପ୍ରକାର ଓ୍ବାଲର୍‌ଡ ଟୁର ଓ ଇଭେଣ୍ଟକୁ ବାତଲ କରିବା ପରେ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ମଧ୍ୟ ବାତିଲ ହୋଇଛି। କିଛିଦିନ ତଳେ ସରକାର ଆଥଲେଟମାନଙ୍କ ପାଇଁ ଟ୍ରେନିଂ ଓ କମ୍ପିଟିଶନ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଜାତୀୟ ଇଭେଣ୍ଟଗୁଡିକୁ ବାତିଲ କରାଯାଇନାହିଁ ଓ ଏଗୁଡିକ ବିନା ଦର୍ଶକରେ ତଥା ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।
ଇଣ୍ଡିଆନ ଗ୍ରାଁ ପ୍ର ସିରିଜ ଆୟୋଜନ କରିବାକୁ ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏହି ପ୍ରତିଯୋଗିତାରୁ ଆଥଲେଟମାନେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିବେ। ବିନା ଦର୍ଶକରେ ଏହି ସିରିଜ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ପୂର୍ବରୁ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରକୁ ବନ୍ଦ କରିଦିଆଯାଇଛି। ତେବେ ଯେଉଁମାନେ ସେଣ୍ଟର ଭିତରେ ଅଛନ୍ତି ସେମାନେ ଟ୍ରେନିଂ ଜାରି ରଖିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଓ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସେମାନଙ୍କ କାର୍ଯ୍ୟ ଘରଠାରେ ଚାଲୁ ରଖିବେ। ଏହା ଅଲିମ୍ପିକ୍‌ ବର୍ଷ ହୋଇଥିଲେ ମଧ୍ୟ ଏହି ଭାଇରସ କାରଣରୁ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri