ଅଲାରପୀଠ: ଭକ୍ତର ଭାବରେ ତରଳିଛି ପଥର

ବ୍ରହ୍ମଗିରି,  ୨୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି ଯାଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ବ୍ରହ୍ମଗିରି ଅଲାରନାଥ ପୀଠରେ। ଏହି ପୀଠରେ ପୂଜା ପାଉଛନ୍ତି ବିଷ୍ଣଙ୍କ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଦେବସ୍ନାନ ପୂର୍ଣ୍ଣମୀ ପରେ ଜ୍ୱରରେ ପଡିବା ପରେ ଅଲାରନାଥ ପୀଠରେ ଚାଲେ ଅନବସର ଦର୍ଶନ। ଏହି ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପୀଠକୁ ଛୁଟିଆସିଥାନ୍ତି। କିମ୍ବଦନ୍ତୀ କୁହେ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଏହି ପୀଠ ବିଷ୍ଣୁ ପ୍ରେମୀଙ୍କ ବେଶ ଆଦୃତ ହୋଇପାରିଥିଲା। ୧୫ଶ ଶତାଦ୍ଧୀରେ ଶ୍ରୀଚୈତନ୍ୟଙ୍କ ପୁରୀ ଆଗମନ ହୋଇଥିଲା ଜୀଉମାନଙ୍କ ଦର୍ଶନ ନିମନ୍ତେ। ଠିକ୍‌ ସେହି ସମୟରେ ଦେବସ୍ନାନ ପୂର୍ଣ୍ଣମୀ ପରେ ଠାକୁରମାନେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥାନ୍ତି। ଯାହା ଫଳରେ ଶ୍ରୀଚୈତନ୍ୟ ଠାକୁର ମାନଙ୍କୁ ଦର୍ଶନ କରି ନ ଥିଲେ। ଶେଷରେ ନିଜକୁ ଧିକ୍କାର କରି ସମୁଦ୍ରରେ ପ୍ରାଣ ବିସର୍ଜନ ପାଇଁ ଯାଇଥିଲେ। କିନ୍ତୁ ଭଗବାନଙ୍କ ଲୀଳା ଭିନ୍ନ। ସେଠାରେ ତାଙ୍କୁ ବ୍ରହ୍ମଗିରି ଅଲାରନାଥ ପୀଠକୁ ଯାଇ ବିଷ୍ଣୁ ରୂପରେ ଦର୍ଶନ ଶୂନ୍ୟ ବାଣୀ ହୋଇଥିଲା। ପରେ ଶ୍ରୀଚୈତନ୍ୟ ସମୁଦ୍ର କୂଳେ କୂଳେ ଦୀର୍ଘ ପଥ ଅତିକ୍ରାନ୍ତ କରି ବ୍ରହ୍ମଗିରି ଅଲାରନାଥ ପୀଠରେ ପହଞ୍ଚତ୍ଥିଲେ। ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ତାଙ୍କ ଦେହରୁ ବାହାରୁଥିବା ଉତ୍ତାପରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିବା ପଥର ଖଣ୍ଡ ତରଳି ଯାଇ ଶ୍ରୀଚୈତନ୍ୟଙ୍କ ରୂପ ସମ ହୋଇଯାଇଥିଲା। ଏବେବି ଏହି ପଥର ମନ୍ଦିର ପରିସରରେ ଚୈତନ ପଥର ନାମରେ ନାମିତ ହୋଇ ପୂଜା ପାଉଛି। ଯାହା ଗୌଡୀୟ ସମ୍ପ୍ରଦାୟ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଅଣସର ସମୟରେ ଗୌଡୀୟ ଭକ୍ତମାନେ ଏହି ପୀଠକୁ ଆସି ନାମ ସଂକୀର୍ତ୍ତନ ଆଦି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri