ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ ନେଇ ବ୍ରିଟିଶ ବ୍ରୋକରେଜ ବର୍କଲେଜ ପକ୍ଷରୁ ଆକଳନ କରାଯାଇଛି। ଭାରତ ବଜାର ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ଏବେ ବିକାଶ ହାର ପୂର୍ବାନୁମାନକୁ କମ୍‌ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ସହାୟତା ପ୍ୟାଜେକ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହି ସମୟରେ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୭% ପଏଣ୍ଟ ହ୍ରାସ କରିବା ସହ ୩.୫% ରଖିଛି।
ଏପ୍ରିଲ ୩ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ(ଏମ୍‌ପିସି) ଅନୁଷ୍ଠିତ ହେବ। ଏଥିରେ ସୁଧହାର ହ୍ରାସ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହାବାଦ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହି ସମୟରେ ରିଜର୍ଭ ବ୍ୟାଙ୍କ ୦.୬୫% ସୁଧହାର ହ୍ରାସ ଘୋଷଣା କରିପାରେ। ଏପରିକି ବର୍ଷକ ମଧ୍ୟରେ ୧% ରେପୋ ହ୍ରାସ ହୋଇପାରେ ବୋଲି ବର୍କଲେଜ ଏହାର ରିପୋର୍ଟରେ ପ୍ରକାଶ କରିଛି। ସାରା ଦେଶ ଲକ୍‌ଡାଉନ ହୋଇଯିବା ଫଳରେ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଦେଶର ପୁଞ୍ଜି ବଜାର ଏବେ ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର କାରବାରରେ ସେନ୍‌ସେକ୍ସ ୦.୪୭% ନିମ୍ନରେ ରହିଛି। ୩ ସପ୍ତାହରେ ସାରା ଦେଶକୁ ପ୍ରାୟ ୯୦ ବିଲିୟନ କ୍ଷତି ସହିବାକୁ ପଡିବ। ଏହାବାଦ ପୂର୍ବରୁ କିଛି ରାଜ୍ୟ ଲକ୍‌ଡାଉନ ଘୋଷଣା କରିଥିବାରୁ ତତ୍‌ଜନିତ କ୍ଷତିକୁ ମିଶାଇଲେ ମୋଟ କ୍ଷତି ୧୨୦ ବିଲିୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି।
ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ କ’ଣ ରହିବ ସେ ନେଇ ସରକାର ଏବେ ଯାଏ ନୀରବ ରହିଥିବା ଘରୋଇ ବ୍ରୋକରେଜ ଫାର୍ମ ଏମ୍‌କେ ପ୍ରକାଶ କରିଛି। ଏ ଦିଗରେ ନୀତି ନିର୍ଦ୍ଧାରକ ଆଗୁଆ ଲଗାଇଥିବା ପୂର୍ବାନୁମାନ ପାଇଁ ଧନ୍ୟବାଦ ପ୍ରଦାନ କରିଛି। ଏହି ଏଜେନ୍ସି କହିଛି ଯେ, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପ ଏବେ ଯାଏ ଅଣ୍ଟାସଳଖି ଛିଡା ହୋଇନାହିଁ। ସରକାର ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଏହି କ୍ଷେତ୍ରଗୁଡିକର ସମସ୍ୟାକୁ ଲାଘବ କରାଯାଇ ପାରିବ ବୋଲି କୁହାଯାଇଛି। କ୍ଷୁଦ୍ର ବାଣିଜ୍ୟ ଲାଗି ଋଣ ସୁବିଧା, ଋଣ ପୁନର୍ଗଠନ, ନଗଦ ସୁବିଧା, ଟାସ୍କଫୋର୍ସ ସୁବିଧା ଏବଂ ରାଜ୍ୟଗୁଡିକ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏଡେଲଓ୍ବିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ଅସୁବିଧା ସମୟରେ ଯେଭଳି ପ୍ରସ୍ତୁତିର ଆବଶ୍ୟକତା ରହିଛି ସେ ଦିଗରେ ସରକାର ଠିକ୍‌ ଭାବେ ପଦକ୍ଷେପ ନେଇନାହାନ୍ତି। ଭାରତକୁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri