ଅର୍ଥ ବାଧକ : ଅଧାରୁ ପାଠ ଛାଡ଼ିଲେ ଦୁଷ୍ମନ୍ତ

ଚମ୍ପୁଆ, ୭ା୬(ଡି.ଏନ.ଏ.): ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ କାର୍ଯ୍ୟକ୍ରମ ଅନୁଯାୟୀ ଶିକ୍ଷିତହାର ବୃଦ୍ଧି କରିବା ଓ ବିଶେଷ ଭାବେ ଆଦିବାସୀ ହରିଜନ ଏବଂ ଆର୍ଥତ୍କ ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷାଦାନ କରିବା ଉପରେ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ଦୁଷ୍ମନ୍ତଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅର୍ଥ ଅଭାବରୁ ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିବା ଏହି ମେଧାବୀ ଛାତ୍ର ଜଣଙ୍କ ଅଧାରୁ ପାଠ ଛାଡିଛନ୍ତି। ସୂଚନା ଅନୁସାରେ ମଙ୍ଗଳପୁର ମୁଣ୍ଡା ସାହିର ହୃଷିକେଶ ମୁଣ୍ଡାଙ୍କ ପୁଅ ଚଳିତ ଶିକ୍ଷା ବର୍ଷରେ ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ପ୍ରଥମେ ମୁଣ୍ଡା ସାହିରୁ ସାଇକେଲ ଯୋଗେ ଭଣ୍ଡା ଆସି ଧବଳେଶ୍ୱର ନାମକ ବସରେ ମାସିକ ୧୫ ଶହ ଟଙ୍କା ମୁଲଚାଲ କରି ଦୁଷନ୍ତ ବିଦ୍ୟାଳୟକୁ ଯାଆସ କରୁଥିଲେ। କିଛି ମାସ ପର୍ଯ୍ୟନ୍ତ ହୃଷିକେଶ ମୁଣ୍ଡା ଚାଷ ଓ କାମଦାମ କରି ଅର୍ଥ ଦେବାରେ ସକ୍ଷମ ହେଉଥିବା ବେଳେ ପ୍ରାୟ କିଛି ମାସ ହେବଅର୍ଥ ଦେବାରେ ବିଫଳ ହୋଇଥିଲେ। ଫଳରେ ଦୁଷ୍ମନ୍ତଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଯାଇଥିଲା। ହୃଷିକେଶ ଅର୍ଥ ଅଭାବରୁ ପଢାଇବାର ସମ୍ଭପର ହୋଇ ପାରିଲା ନାହିଁ ବୋଲି କହୁଥିବା ବେଳେ ବଡପୁଅ ରଞ୍ଜନ ଏହି ଅର୍ଥ ଅଭାବରୁ ପ୍ରାୟ ୫ ବର୍ଷ ହେବ ନବମ ଶ୍ରେଣୀରୁ ପାଠ ଛାଡି ବାଙ୍ଗାଲୋର ପଳାଇଛନ୍ତି। ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଥିବା ହୃଷିକେଶ ଦୁଷ୍ମନ୍ତଙ୍କୁ ପଢାଇବା ସମ୍ଭପର ନୁହେଁ ବୋଲି ତାଙ୍କ ବାପା କହିଛନ୍ତି। ଅନ୍ୟପକ୍ଷରେ ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ସୁବିଧା ନ ଥିବାରୁ ସକାଳ ୭ ଟାରୁ ଘରୁ ଆସି ସନ୍ଧ୍ୟାରେ ଘର ପହଞ୍ଚୁ ଥିବାରୁ ପାଠ ପଢିବା ସମ୍ଭପର ହୋଇପାରୁ ନାହିଁ ବୋଲି ଦୁଷନ୍ତ ମୁଣ୍ଡା ପ୍ରକାଶ କରିଛି। ଏଣୁ ଏହି ମେଧାବୀ ଛାତ୍ରଙ୍କୁ ଶିକ୍ଷାର ଆବଶ୍ୟକୀୟ ବ୍ୟବସ୍ଥା କରାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri