ଅର୍ଥ ଅମଳ କରୁଛି ପୌରପାଳିକା : ବସିବାଯୋଗ୍ୟ ନୁହେଁ ତାଳଚେର ବସ୍‌ଷ୍ଟାଣ୍ଡ

ତାଳଚେର,୧୬ା୫(ନି.ପ୍ର.)- କଳାହୀରାର ସହର ତାଳଚେର। ଏଠାରେ ଅଛି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଅର୍ଥର ଆଦୌ ଅଭାବ ନାହିଁ କହିଲେ ଚଳେ। ଜିଲା ଖଣିଜ ପାଣ୍ଠି ଅର୍ଥ ବି ପଡ଼ିରହିଛି ବର୍ଷ ବର୍ଷ ଧରି। ତଥାପି ଅବହେଳିତ ହୋଇପଡ଼ିଛି ତାଳଚେର ବସ୍‌ଷ୍ଟାଣ୍ଡ। ଏଠାରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅମଳ କରୁଛି ପୌରପାଳିକା। ହେଲେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ନେଉନି ପର୍ଯ୍ୟାପ୍ତ ପଦକ୍ଷେପ। ପାନୀୟ ଜଳ ଠାରୁ ଶୌଚାଳୟ ଯାଏ ଭିତ୍ତିଭୂମି ଥାଇ ବି ସବୁକିଛି ପଡ଼ିଛି ଅଚଳ ଅବସ୍ଥାରେ। ଯାତ୍ରୀଙ୍କ ଅପେକ୍ଷାସ୍ଥଳରେ ଫ୍ୟାନଟିଏ ମଧ୍ୟ ଲଗାଇ ନାହାନ୍ତି କର୍ତ୍ତୃପକ୍ଷ। ଏହାକୁ ନେଇ ଯାତ୍ରୀମହଲରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। 

୨୦୦୩ ନଭେମ୍ବର ୧୩ରେ ସମନ୍ବିତ କ୍ଷୁଦ୍ର ଓ ମଧ୍ୟମ ସହର ଉନ୍ନୟନ ଯୋଜନାରେ ତାଳଚେର ବସ୍‌ ଟର୍ମିନାଲ, ମାର୍କେଟ କମ୍ପ୍ଲେକ୍ସ ଓ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୦୫ ଅକ୍ଟୋବର ୧ରେ ଏହାର ଉଦ୍‌ଘାଟନ ହୋଇଥିଲା। ଏଠାକୁ ପ୍ରତ୍ୟହ ରାଜ୍ୟ ଓ ରାଜ୍ୟ ବାହାରୁ ୮୦ରୁ ୧୦୦ ବସ୍‌ ଯିବା ଆସିବା କରୁଛି। ଏହାକୁ  ହିସାବକୁ ନେଲେ ଦୈନିକ ଚଳପ୍ରଚଳ ହେଉଥିବା ଯାତ୍ରୀଙ୍କ ସଂଖ୍ୟା ୮ରୁ ୧୦ ହଜାର ହେବ। ପୌର ପରିଷଦ ଏଠାରୁ ୩ ଲକ୍ଷ ଟଙ୍କା ବାର୍ଷିକ ପାର୍କିଂ ଫି ପାଉଛି। ଗତ ମାର୍ଚ୍ଚ ମାସରୁ ଏହାର ଟେଣ୍ଡର ସରିଯାଇଥିବାରୁ ପୌର କର୍ତ୍ତୃପକ୍ଷ ନିଜେ ପାର୍କିଂ ଫି ଆଦାୟ କରୁଛନ୍ତି। କିନ୍ତୁ ଏଠାରେ ଥିବା ଶୌଚାଳୟ ନା ବ୍ୟବହାର ଉପଯୋଗୀ ଅବସ୍ଥାରେ ଅଛି ନା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ମିଳୁଛି ଥଣ୍ଡା ପାନୀୟଜଳ। ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନ ଥିବା ବେଳେ ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଠାରେ ଏକ ଫାଣ୍ଡି ଥିଲେ ବି ବସ୍‌ଷ୍ଟାଣ୍ଡ ପରିସରରେ ସନ୍ଧ୍ୟାହେଲେ ମଦ୍ୟପ ଓ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି।

ଦିନରେ ମଧ୍ୟ ରାସ୍ତା କଡରେ ଖୁଲମ୍‌ଖୁଲା ଭାବେ ଜୁଆଖେଳ ଚାଲୁଛି। ଦୀର୍ଘଦିନ ହେଲା ଏକ ଏଟିଏମ୍‌ ସ୍ଥାପନ ପାଇଁ ଦାବି ହେଉଥିଲେ ବି ତାହା ପୂରଣ ହେଉନାହିଁ। ଟିଟିପିଏସ୍‌ କର୍ତ୍ତୃପକ୍ଷ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୌଚାଳୟ ପାଇଁ ଟେଣ୍ଡର କରି ସାରିଛନ୍ତି। କିନ୍ତୁ ପୌର କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁ ତାହା ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri