ଅର୍ଥ ଅମଳ କରୁଛି ପୌରପାଳିକା : ବସିବାଯୋଗ୍ୟ ନୁହେଁ ତାଳଚେର ବସ୍‌ଷ୍ଟାଣ୍ଡ

ତାଳଚେର,୧୬ା୫(ନି.ପ୍ର.)- କଳାହୀରାର ସହର ତାଳଚେର। ଏଠାରେ ଅଛି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଅର୍ଥର ଆଦୌ ଅଭାବ ନାହିଁ କହିଲେ ଚଳେ। ଜିଲା ଖଣିଜ ପାଣ୍ଠି ଅର୍ଥ ବି ପଡ଼ିରହିଛି ବର୍ଷ ବର୍ଷ ଧରି। ତଥାପି ଅବହେଳିତ ହୋଇପଡ଼ିଛି ତାଳଚେର ବସ୍‌ଷ୍ଟାଣ୍ଡ। ଏଠାରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅମଳ କରୁଛି ପୌରପାଳିକା। ହେଲେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ନେଉନି ପର୍ଯ୍ୟାପ୍ତ ପଦକ୍ଷେପ। ପାନୀୟ ଜଳ ଠାରୁ ଶୌଚାଳୟ ଯାଏ ଭିତ୍ତିଭୂମି ଥାଇ ବି ସବୁକିଛି ପଡ଼ିଛି ଅଚଳ ଅବସ୍ଥାରେ। ଯାତ୍ରୀଙ୍କ ଅପେକ୍ଷାସ୍ଥଳରେ ଫ୍ୟାନଟିଏ ମଧ୍ୟ ଲଗାଇ ନାହାନ୍ତି କର୍ତ୍ତୃପକ୍ଷ। ଏହାକୁ ନେଇ ଯାତ୍ରୀମହଲରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। 

୨୦୦୩ ନଭେମ୍ବର ୧୩ରେ ସମନ୍ବିତ କ୍ଷୁଦ୍ର ଓ ମଧ୍ୟମ ସହର ଉନ୍ନୟନ ଯୋଜନାରେ ତାଳଚେର ବସ୍‌ ଟର୍ମିନାଲ, ମାର୍କେଟ କମ୍ପ୍ଲେକ୍ସ ଓ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୦୫ ଅକ୍ଟୋବର ୧ରେ ଏହାର ଉଦ୍‌ଘାଟନ ହୋଇଥିଲା। ଏଠାକୁ ପ୍ରତ୍ୟହ ରାଜ୍ୟ ଓ ରାଜ୍ୟ ବାହାରୁ ୮୦ରୁ ୧୦୦ ବସ୍‌ ଯିବା ଆସିବା କରୁଛି। ଏହାକୁ  ହିସାବକୁ ନେଲେ ଦୈନିକ ଚଳପ୍ରଚଳ ହେଉଥିବା ଯାତ୍ରୀଙ୍କ ସଂଖ୍ୟା ୮ରୁ ୧୦ ହଜାର ହେବ। ପୌର ପରିଷଦ ଏଠାରୁ ୩ ଲକ୍ଷ ଟଙ୍କା ବାର୍ଷିକ ପାର୍କିଂ ଫି ପାଉଛି। ଗତ ମାର୍ଚ୍ଚ ମାସରୁ ଏହାର ଟେଣ୍ଡର ସରିଯାଇଥିବାରୁ ପୌର କର୍ତ୍ତୃପକ୍ଷ ନିଜେ ପାର୍କିଂ ଫି ଆଦାୟ କରୁଛନ୍ତି। କିନ୍ତୁ ଏଠାରେ ଥିବା ଶୌଚାଳୟ ନା ବ୍ୟବହାର ଉପଯୋଗୀ ଅବସ୍ଥାରେ ଅଛି ନା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ମିଳୁଛି ଥଣ୍ଡା ପାନୀୟଜଳ। ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନ ଥିବା ବେଳେ ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଠାରେ ଏକ ଫାଣ୍ଡି ଥିଲେ ବି ବସ୍‌ଷ୍ଟାଣ୍ଡ ପରିସରରେ ସନ୍ଧ୍ୟାହେଲେ ମଦ୍ୟପ ଓ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି।

ଦିନରେ ମଧ୍ୟ ରାସ୍ତା କଡରେ ଖୁଲମ୍‌ଖୁଲା ଭାବେ ଜୁଆଖେଳ ଚାଲୁଛି। ଦୀର୍ଘଦିନ ହେଲା ଏକ ଏଟିଏମ୍‌ ସ୍ଥାପନ ପାଇଁ ଦାବି ହେଉଥିଲେ ବି ତାହା ପୂରଣ ହେଉନାହିଁ। ଟିଟିପିଏସ୍‌ କର୍ତ୍ତୃପକ୍ଷ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୌଚାଳୟ ପାଇଁ ଟେଣ୍ଡର କରି ସାରିଛନ୍ତି। କିନ୍ତୁ ପୌର କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁ ତାହା ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri