ଅର୍ଥମନ୍ତ୍ରୀଙ୍କୁ ଅଭିଜିତ ବାନାର୍ଜୀଙ୍କ ପରାମର୍ଶ; କର୍ପୋରେଟ ଟିକସ କମାଅ ନାହିଁ

ନୂଆଦିଲ୍ଲୀ,୫-୧: କର୍ପୋରେଟ କ୍ଷେତ୍ର ଲାଗି ଆଉ ଟିକସ ହ୍ରାସ ନ କରିବାକୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି। ଦେଶ ମଧ୍ୟରେ ଚାହିଦା ବୃଦ୍ଧି ପ୍ରସଙ୍ଗ ଉପରେ ସେ ଜୋରଦେଇ କହିଛନ୍ତି ଯେ, ଚାହିଦା ଖସିଯିବା କାରଣରୁ କର୍ପୋରେଟ କ୍ଷେତ୍ର ବର୍ତ୍ତମାନ ନିଜ ପାଖରେ ପୁଞ୍ଜି ଧରି ବସି ରହିଛି। ଏହାକୁ ନିବେଶ କରିବାକୁ ଅଗ୍ରସର ହେଉନାହିଁ। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ନିକଟରେ ସରକାର ଦେଶର କମ୍ପାନୀଗୁଡିକ ଲାଗି କର୍ପୋରେଟ ଟିକସର ମୂଳ ହାର ବା ବେସ୍‌ ରେଟ୍‌କୁ ୩୦%ରୁ ଖସାଇ ୨୨% କରିଥିବା ବେଳେ ଏହି ସମୟରେ ବାନାର୍ଜୀ ଟିକସ ହ୍ରାସକୁ ନେଇ ମତ ଦେଇଛନ୍ତି।
ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାନାର୍ଜୀ କହିଛନ୍ତି ଯେ, ଦେଶର କର୍ପୋରେଟ ସେକ୍ଟର କହୁଛି ସାମଗ୍ରୀ ବିକ୍ରିବଟା ପାଇଁ ସେମାନଙ୍କ ଲାଗି ଏବେ ବଜାର ସ୍ଥିତି ଠିକ୍‌ ନାହିଁ। ଏହି ସମୟରେ ସରକାର ଚାହିଦା ବଢାଇବା ସ୍ଥିତିକୁ ସଜାଡିବାକୁ ହେବ। ଉକ୍ତ ସ୍ଥିତି ଆଣିବା ଲାଗି ଲୋକଙ୍କ ହାତକୁ ଅଧିକ ଟଙ୍କା ଆସିବା ଦରକାର। ଏହା ହେଲେ ହିଁ ଲୋକମାନେ ଖର୍ଚ୍ଚ କରିବାକୁ ଅବସର ପାଇବେ। ବର୍ତ୍ତମାନ ଯେଉଁମାନେ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ଏଭଳି ବ୍ୟବସ୍ଥା ଆଣିବା ଦରକାର, ଯାହା ଦ୍ୱାରା ଲୋକମାନଙ୍କ ପାଖକୁ ପୁଞ୍ଜି ଆଗମନ ହେବ। ଗରିବ ଲୋକଙ୍କ ପାଖକୁ ଅର୍ଥ ଆସିଲେ ସେମାନେ ମଧ୍ୟ ଖର୍ଚ୍ଚ କରିବାକୁ ଆଗଭର ହେବେ। ହେଲେ ଏଥିଲାଗି ଏକ ସୁଚିନ୍ତିତ ଯୋଜନା ସହ ଅଗ୍ରସର ହେବାକୁ ପଡିବ। ଲୋକଙ୍କ ପାଖକୁ ଅର୍ଥ ଆସିଲେ ସେମାନେ ଏହାକୁ ଖର୍ଚ୍ଚ କରିବାର ନଜିର ରହିଛି। ଏହା ଅଧ୍ୟୟନରୁ ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ବିଲିୟନେୟାରଙ୍କୁ ଅର୍ଥ ପ୍ରଦାନ କରି ସେମାନେ ଏହାକୁ ଖର୍ଚ୍ଚ କଲେ କି ନହିଁ ତାହା ପରୀକ୍ଷା କରାଯାଇ ନ ଥାଏ ବୋଲି ସେ ମତ ରଖିଛନ୍ତି।
ଚଳିତବର୍ଷ ଅଭିଜିତ ବାନାର୍ଜୀ ଏବଂ ତାଙ୍କ ସହଧର୍ମିଣି ଏସ୍ଥର ଡୁଫ୍ଲୋ ନୋବେଲ ପୁରସ୍କାର ଲାଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଡୁଫ୍ଲୋ କହିଛନ୍ତି ଯେ, ଲୋକଙ୍କ ହାତକୁ ପଇସା ପ୍ରତ୍ୟକ୍ଷ ଭାବେ ପହଞ୍ଚାଇବା କାମ ସରକାର କରିପାରିବେ। ଏଥିଲାଗି ବ୍ୟାଙ୍କ ଆକାଉଣ୍ଟ ଏବଂ ଭିତ୍ତିଭୂମି ବ୍ୟବସ୍ଥା ସରକାର କରିପାରିଛନ୍ତି। ଋଣ ଛାଡ ବ୍ୟବସ୍ଥାକୁ ଡୁଫ୍ଲୋ ନାପସନ୍ଦ କରିବା ସହ ଅସୁବିଧାରେ ରହୁଥିବା କୃଷକଙ୍କ ନିକଟରେ ପହଞ୍ଚିବା ଲାଗି ସରକାର ଏବେ ଯାଏ ମଧ୍ୟ ଏକ ଉଚିତ ବ୍ୟବସ୍ଥା କରିପାରି ନାହାନ୍ତି ବୋଲି ମତ ରଖିଛନ୍ତି। ନାଗରିକ ସଂଶୋଧନ ଆଇନ ଉପରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ବାନାର୍ଜୀ କହିଛନ୍ତି, ଏହି ଆଇନରେ ଅନେକ ପ୍ରସଙ୍ଗ ଅଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ଏହି ବିଷୟରେ ସେ ବିଶେଷଜ୍ଞ ନ ଥିବା ମତ ରଖିଛନ୍ତି। ଚଳିିତ ଆର୍ଥତ୍କବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଯାଇଛି। ଏହା ସରକାରଙ୍କ ଚିନ୍ତାକୁ ବଢାଉଛି। ବଜାରରେ ମାନ୍ଦାବସ୍ଥା ଲାଗି ରହିବା, ଚାହିଦା ଏବଂ ନିବେଶ କମିବା ଯୋଗୁ ସ୍ଥିତି ବିଗିଡିଛି। ବର୍ତ୍ତମାନ ବାନାର୍ଜୀ ସରକାରଙ୍କୁ ଦେଇଥିବା ପରାମର୍ଶ କାମରେ ଆସିଲେ ଏହା ଅର୍ଥ ବ୍ୟବସ୍ଥା ଉପରେ ଭଲ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri