ଅର୍ଥନୀତିରେ ମାନ୍ଦାବସ୍ଥା

ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ଆଲୋଚନା ହେଉଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏ ନେଇ ନିକଟରେ ମତ ରଖିଛନ୍ତି। ଅଗଷ୍ଟ ୨୩ରେ ଅର୍ଥନୀତି ନିର୍ମଳା ସୀତାରାମନ ଖବରଦାତା ସମ୍ମିଳନୀରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବଜେଟରେ ନିଆଯାଇଥିବା କେତେକ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଏହା ଦ୍ୱାରା ଭାରତୀୟ ଅର୍ଥନୀତିର ରୂପରେଖ କଣ ରହିବ ସାଧାରଣ ନାଗରିକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି ସ୍ଥଳେ ମାନ୍ଦାବସ୍ଥାକୁ ନେଇ ବିଶେଷଜ୍ଞ ତଥା ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

 

ସଙ୍କଟ ସମୟ ଦେଇ ଗତି କରୁଛି ଅର୍ଥନୀତି
ଅର୍ଥନୀତି ବର୍ତ୍ତମାନ ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଜିଡ଼ିପି ଅଭିବୃଦ୍ଧି କମିବା ସହ ଉଚ୍ଚ ହାରରେ ନିଯୁକ୍ତି ହ୍ରାସ ଚିନ୍ତାର କାରଣ ପାଲଟିଛି। ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ହେବ। କେନ୍ଦ୍ର ଏବଂ ରାଜ୍ୟ ସରକାର ଠିକ୍‌ ନୀତି ଦ୍ୱାରା ଏହି ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି।
– ଅମରେନ୍ଦ୍ର ଦାସ, ଅର୍ଥନୀତିଜ୍ଞ

ଋଣ ଯୋଗାଣକୁ ତ୍ୱରାନ୍ବିତ କରାଯାଉ
ବିଶ୍ୱ ବଜାର ମାନ୍ଦାବସ୍ଥାର ପ୍ରଭାବ ଘରୋଇ ବଜାର ଉପରେ ରହିଛି। ବିଗତ ବର୍ଷଗୁଡିକରେ ବ୍ୟାଙ୍କଗୁଡିକ ଠିକ୍‌ ଭାବେ ଋଣ ପ୍ରଦାନ କରି ନ ଥିବାରୁ ଏହା ଏବେ ଏନ୍‌ପିଏ ଆକାଉଣ୍ଟରେ ପରିବର୍ତ୍ତିତ ହୋଇଛି। ନଗଦ ଅଭାବରେ ବ୍ୟାଙ୍କଗୁଡିକ ଋଣ ଦେବାକୁ ସକ୍ଷମ ହେଉ ନାହାନ୍ତି। ଅର୍ଥନୀତି ଅଭିବୃଦ୍ଧି ଲାଗି ଆର୍ଥତ୍କ କାର୍ଯ୍ୟକଳାପ ବଢିବାର ଆବଶ୍ୟକତା ଥିଲେ ମଧ୍ୟ ବିଭିନ୍ନ କମ୍ପାନୀ ଋଣ ପାଉ ନ ଥିବାରୁ ସେମାନଙ୍କ ପରିଚାଳାନା ପ୍ରଭାବିତ ହୋଇଛି। ଲୋକମାନେ ସେମାନଙ୍କ କ୍ରୟ ନେଇ ଏବେ ଅଧିକ ସଚେତନ। କ୍ରୟ ନ ବଢିଲେ ଏହାର ପ୍ରଭାବ ଚାହିଦା ଏବଂ ଅର୍ଥନୀତି ଉପରେ ପଡିବ। ଯାହା ଏବେ ଅର୍ଥନୀତିରେ ଦେଖାଯାଇଛି। ବ୍ୟାଙ୍କ ଗୁଡିକର ଏନ୍‌ପିଏ ସମସ୍ୟା ଯୋଗୁ ନୂଆ ଋଣ ପ୍ରଦାନ ଅସୁବିଧା ହେଉଛି। ଏଭଳି ସ୍ଥିତିରେ ଲୋକମାନେ ଠିକ୍‌ ଭାବେ ପୁଞ୍ଜି ଲାଭ ନ କଲେ ବାଣିଜ୍ୟ ଅଭିବୃଦ୍ଧି ହେବ ନାହିଁ। ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ଦଶହରା ବେଳକୁ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ।
-ନୀଶିଥ ନନ୍ଦ, ସଭାପତି, ଆଫୋର୍ଡ

ନିବେଶ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉ
ଜିଡିପି ଅଭିବୃଦ୍ଧି ହାର ଏବେ କମିଯାଇଛି। ଗତ ୫ ବଷ ମଧ୍ୟରେ ଏହା ସର୍ବନିମ୍ନ। ଅଟୋମୋବାଇଲ୍‌ କ୍ଷେତ୍ରରେ ସାଢେ ୩ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି। ମାନ୍ଦାବସ୍ଥା ପ୍ରଭାବ ରିୟଲ ଇଷ୍ଟେଟ ଉପରେ ମଧ୍ୟ ପଡିଛି। ଫଳରେ ଉକ୍ତ କ୍ଷେତ୍ର ସହ ୨୫୦ ସଂଲଗ୍ନ କ୍ଷେତ୍ରରେ ନିଯୁକ୍ତି ହ୍ରାସ ହୋଇଛି। ସେହିଭଳି ଏଫ୍‌ଏମ୍‌ସିଜି କ୍ଷେତ୍ର ମଧ୍ୟ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ଟିକସ ଅଭିବୃଦ୍ଧି କମିବା ଯୋଗୁ ଏହା ଦ୍ୱାରା ସରକାରୀ ଖର୍ଚ୍ଚ କମୁଛି। ଟିକସ ସଂଗ୍ରହ ବଢିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ସରକାରୀ କ୍ଷେତ୍ର ନିବେଶ ବୃଦ୍ଧି ହେବ। ଏହାବାଦ ଘରୋଇ କ୍ଷେତ୍ର ନିବେଶ ବଢାଇବା ଲାଗି ସୁଧ ହାର କମାଇବା ଉଚିତ। ସୁଲଭ ସୁଧ ହାରରେ ଶିଳ୍ପ କ୍ଷେତ୍ର ଋଣ ପାଇଲେ ନିବେଶ ବଢିବ। ଏହା ଦ୍ୱାରା ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପଡିବ।
– ରଶ୍ମି ରଞ୍ଜନ ବେହେରା, ଅର୍ଥନୀତି ଅଧ୍ୟାପକ, ବିଜ୍ଞାନ ସ୍ବଂୟଶାସିତ ମହାବିଦ୍ୟାଳୟ,ହିଞ୍ଜିଳିକାଟୁ

ଦୂରଦୃଷ୍ଟି ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି
ମାନ୍ଦାବସ୍ଥାର ପ୍ରଭାବ ଅର୍ଥନୀତି ଉପରେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବ ଯୋଗୁ ସରକାରଙ୍କ ପକ୍ଷରୁ ମିଳୁଥିବା ପେମେଣ୍ଟ ଅଂଶୀଦାର ଠିକ୍‌ ଭାବେ ପାଉ ନାହାନ୍ତି। କ୍ୟାଶ ଫ୍ଲୋ କମ୍‌ ରହିଛି। ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କମି ଥିବାରୁ ଏହାର ପ୍ରଭାବ ମଧ୍ୟ ନିଯୁକ୍ତି ଉପରେ ରହିଛି। ବ୍ୟାଙ୍କଗୁଡିକର ସ୍ଥିତି ଖରାପ ଥିବାରୁ ସେମାନେ ଋଣ ପ୍ରଦାନ କରୁ ନାହାନ୍ତି। ସରକାର ପ୍ୟାକେଜ ପ୍ରଦାନ କରିଥିଲେ ମଧ୍ୟ ବ୍ୟାଙ୍କଗୁଡିକ ଏହାକୁ କିଭଳି ଅର୍ଥ ପରିଚାଳନା କରିବେ ତାହା ଦେଖିବାକୁ ବାକି ରହିଲା। ମାନ୍ଦାବସ୍ଥା ଯୋଗୁ ନିଯୁକ୍ତି ସୃଷ୍ଟି ବାଧାପ୍ରାପ୍ତ ହୋଇଛି। ଲୋକଙ୍କର ଖର୍ଚ୍ଚ କରିବା କ୍ଷମତା ମଧ୍ୟ କମିଛି। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କିଛି ଆଖି ଦୃଶିଆ ପ୍ରକଳ୍ପ କାର୍ଯ୍ୟ ଗ୍ରହଣ କରାଯାଇ ନାହିଁ। ରାଜ୍ୟରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରିବାକୁ ସଙ୍କୋଚ କରୁଛନ୍ତି। ଏହାର ମୁଖ୍ୟ କାରଣ ନଗଦ ସଙ୍କଟ। ଜିଏସ୍‌ଟି ରିଫଣ୍ଡ ଠିକ୍‌ ଭାବେ ମିଳୁ ନ ଥିବାରୁ ଶିଳ୍ପଗୁଡିକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ସରକାର ଠିକ୍‌ ନୀତି ଆଣିିବାର ଉଚିତ। ଠିକ୍‌ ଲକ୍ଷ୍ୟ ରଖି କାମ କଲେ ଅର୍ଥନୀତି ଏହାର ଭଲ ପ୍ରଭାବ ପଡ଼ିବ।
– ସାତ୍ତ୍ୱିକ ସ୍ବାଇଁ, ମହାସଚିବ, ଓସ୍‌ମେ


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri