Posted inଜାତୀୟ

ଅଯୋଧ୍ୟା ମାମଲା: ବ୍ରିଟିଶ୍‌ ଅମଳରେ ହେଉଥିଲା ଜୁମା ନମାଜ ପାଠ; ହିନ୍ଦୁ ବି କରୁଥିଲେ ପୂଜା

ନୂଆଦିଲ୍ଲୀ, ୨୨।୮: ଅଯୋଧ୍ୟା ମାମଲାରେ ଗୁରୁବାର ୧୦ମ ଦିନ ପାଇଁ ହୋଇଥିବା ଶୁଣାଣି ହୋଇଛି। ଏଥିରେ ଗୋପାଲ ସିଂ ବିଶାରଦଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ରଞ୍ଜିତ୍‌ କୁମାର ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଅବଦୁଲ୍‌ ଗନିଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ଉପସ୍ଥାପନ କରିଥିଲେ ଯେ, ବିବାଦୀୟ ସ୍ଥଳରେ ବ୍ରିଟିଶ୍‌ ଅମଳରେ ଏଠାରେ ପ୍ରତି ଶୁକ୍ରବାର ଜୁମା ନମାଜ ପାଠ ହେଉଥିଲା। ସେହିପରି ହିନ୍ଦୁ ମଧ୍ୟ ପୂଜା କରୁଥିଲେ। ତେବେ ମସଜିଦ୍‌ ଭାଙ୍ଗିଯିବା ପରେ ଏଠାରେ ନମାଜ ପାଠ ବନ୍ଦ ହୋଇଯାଇଥିଲା। ମାତ୍ର ପୂଜା ଜାରି ରହିଥିଲା। ତେଣୁ ହିନ୍ଦୁଙ୍କ ଉପାସନା ଅଧିକାର ଛଡ଼େଇ ନିଆଯିବା ଅନୁଚିତ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri