‘ଅମ୍ଫନ୍‌’ ମୁକାବିଲା ନିମନ୍ତେ ପହଞ୍ଚିଲେଣି ୩୧ ଟିମ୍‌: ମଧ୍ୟରାତ୍ର ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଘଣ୍ଟାକୁ ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ‘ଅମ୍ଫନ’। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ ରହିଛି। ବାତ୍ୟା ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳଦେଇ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଉଛି। ଏହାର ପ୍ରଭାବ ଓଡ଼ିଶାର ଉପକୂଳବର୍ତ୍ତୀ ୧୨ ଜିଲା ଉପରେ ପଡ଼ିପାରେ। ସେହିଭଳି ୪ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବିଶେଷ ପ୍ରଭାବିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଜିଲା ଗୁଡ଼ିକୁ ଓଡ୍ରାଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ର ୩୧ଟି ଟିିମ୍‌ ପଠାଯାଇଛି। ସେହିଭଳି ଅଗ୍ନିଶମ ବିଭାଗର ୨୧୭ଟି ଟିମ୍‌ ପଠାଯାଇସାରିଛି। ଏହି ୪ ଜିଲାର ପରିସ୍ଥିତି ଉପରେ ସ୍ବତନ୍ତ୍ର ଭାବେ ଦାୟିତ୍ୱ ପାଇଥିବା ୪ ସଚିବ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେବେ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୩୫ହଜାରରୁ ଅଧିକ ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ଆସିଛନ୍ତି। ୯.୩୦/୧୦ଟା ସୁଦ୍ଧା ସମସ୍ତଙ୍କୁ ସ୍ଥାନାନ୍ତର କରିବାକୁ ପ୍ରୟାସ କରାଯାଉଛି। ମଧ୍ୟରାତ୍ରରୁ ପବନର ବେଗ ହଠାତ ବଢ଼ିପାରେ। ରାତି ୧୨ଟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ ପ୍ରଶାସନ ପକ୍ଷରୁ ମାଇକ୍‌ ଲଗାଇ ପରାମର୍ଶ ଦିଆଯାଉଛି। ଲୋକେ ନ ଶୁଣିଲେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୋଲିସ ପଠାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। କଚ୍ଚା ଘରେ ନ ରହି ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଯିବା ଉଚିତ ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri