ଅଭିଯୁକ୍ତ ଦେଉଛନ୍ତି ଧମକ, ପୋଲିସ ଚୁପ୍‌: ଭୟରେ ଦିନ କାଟୁଛନ୍ତି ବୃଦ୍ଧା

ଅନୁଗୋଳ ଅଫିସ, ୨୩।୫: ପଡୋଶୀ ପିଲା ଘରେ ପଶି ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କଠାରୁ ଚୋରି କରିବା ଅଭିଯୋଗରେ ଅନୁଗୋଳ ଜିଲା ଏନ୍‌ଟିପିସି ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାର ୩ ମାସ ପରେ ବି ପୋଲିସ କୌଣସି ପଦକ୍ଷେପ ନ ନେବା ଓ ମାମଲା ପ୍ରତ୍ୟାହାର ପାଇଁ ବାରମ୍ବାର ଅଭିଯୁକ୍ତଙ୍କ ପକ୍ଷରୁ ଧମକଚମକ ଦିଆଯାଉଥିବା ଅଭିଯୋଗ କରି ଜିଲା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟୋଲୋକବେଡ଼ା ଗ୍ରାମର ସୁଲୋଚନା ସାହୁ(୬୦)। ଏପରିକି ଥାନାକୁ ଗଲେ ପୋଲିସ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ସେ ଉପାୟଶୂନ୍ୟ ଥିବା ଏବଂ ସର୍ବଦା ଭୟଭୀତ ଅବସ୍ଥାରେ ରହୁଥିବା ଏସ୍‌ପିଙ୍କଠାରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉ କି, ଏନ୍‌ଟିପିସି ଥାନା ଟୋଲୋକବେଡ଼ା ଗ୍ରାମର ସୁଲୋଚନାଙ୍କ ଘରେ ଗତ ଫେବୃୟାରୀ ୨୩ ତାରିଖରେ କେହି ଦୁର୍ବୃତ୍ତ ପଶି ତାଙ୍କ କାନଫୁଲ ଛିଣ୍ଡାଇ ନେଇଥିଲେ। ପଡୋଶୀ ଘରର ପିଲା ଏହା କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ. ୧୪/୧୯ରେ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କ ମା’ ବାପା ତାଙ୍କ ପରେ ପଶି ମାଡ଼ ମାରିବା ସହ ମାମଲା ଉଠାଇନେବାକୁ ଧମକ ଦେଉଥିବା ସୁଲୋଚନା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିବା ସେ ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏ ସଂକ୍ରାନ୍ତରେ ଏନ୍‌ଟିପିସି ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ଅଭିଯୋଗ ପରେ ଅଭିଯୁକ୍ତ ଫେରାର ଥିଲେ। ପରେ ସେ କୋର୍ଟକୁ ଯାଇ ବେଲ୍‌ରେ ଆସିଥିଲେ। ଏବେ କ’ଣ ହୋଇଛି ସେ ବିଷୟରେ ଜଣାନାହିଁ। ଏହାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri