ଅଭିବୃଦ୍ଧି ପୂର୍ବାନୁମାନ କମାଇପାରେ ଆଇଏମ୍‌ଏଫ୍‌

ମୁମ୍ବାଇ,୧୮|୧୨- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ବିକାଶ ପୂର୍ବାନୁମାନକୁ କମାଇପାରେ। ଭାରତ ଜନ୍ମିତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ଅକ୍ଟୋବରରେ ଆଇଏମ୍‌ଏଫ୍‌ ଏକ ଆକଳନ ଜାରି କରିଥିଲା। ଏହାକୁ ଜାନୁୟାରୀରେ ପୁଣି ଥରେ ତର୍ଜମା କରାଯିବ ବୋଲି ଇଣ୍ଡିଆ ଇକୋନୋମିକ କନ୍‌କ୍ଲେଭ ଅବସରରେ ଗୋପୀନାଥ ସୂଚନା ଦେଇଛନ୍ତି। ଘରୋଇ ବଜାରରେ ନିବେଶ ଓ ଚାହିଦା ହ୍ରାସ, ରପ୍ତାନିରେ ମନ୍ଥରତା ଯୋଗୁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ଜିଡିପି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ନିକଟରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ଏଜେନ୍ସିଗୁଡିକ ୨୦୨୦ ଆର୍ଥତ୍କବର୍ଷ ଭାରତର ବିକାଶ ଅନୁମାନକୁ କମ୍‌ କରିଛନ୍ତି। ପ୍ରମୁଖ ଅଭିବୃଦ୍ଧିଶୀଳ ବଜାରଗୁଡିକ ମଧ୍ୟରେ ଭାରତ ଏକମାତ୍ର ବଜାର ଯାହା ଗଭୀର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନର ଡାଟାକୁ ବିଚାର କଲେ ଆଇଏମ୍‌ଏଫ୍‌ ମଧ୍ୟ ନୂଆ ଆକଳନ ସହ ଆସିବ। ଏହା ଜାନୁୟାରୀରେ ଆସିବ। ୨୦୧୯ରେ ଭାରତର ଅଭିବୃଦ୍ଧି ୬.୧% ରହିବ ବୋଲି ଏହା କହି ସାରିଛି। ସେହିଭଳି ୨୦୨୦ ଲାଗି ବିକାଶ ଅନୁମାନକୁ ୭% ରଖାଯାଇଛି। ଏଥିରେ ପରିବର୍ତ୍ତନ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri