ଅଭାବ ଅନାଟନ ସବୁଦିନିଅଁ। ସଖା:ନିଶା ଟ୍ରାଫିକ ସଚେତନତା

ଅତାବିରା, ୧୫।୬ (ଡି.ଏନ.ଏ): ଟ୍ରାଫିକ ନିୟନ୍ତ୍ରଣ ଆର ସଚେତନତାର ଲାଗି ରାଏଜ୍‌ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ସମସିଆର ସମାଧାନ ହେବାର ଜାଗାରେ ବଢ଼ତେଲ ଯାଉଛେ, ସେ ହିସାବେ ଦୁର୍‌ଘଟନା ବି ବଢ଼ତେଲ ଯାଉଛେ। ହେଲେ ଟ୍ରାଫିକ ସଚେତନତା ସୁରୁଷ୍‌ଟି କରବାର ଦିଗେ କାମ୍‌କରି ବରଗଡ଼ ଜିଲା ଭେଡ଼େନ ବ୍ଲକ ବୁର୍ଦ୍ଧା ଗଁାର ପଦ୍ମଲୋଚନ ଭୋସାଗର ଅନେକ ପରଶଁସା ସାଉଁଟି ପାରିଛନ୍‌। ଜିଲା ପରଶାସନନୁ ମୂଲ କରି ଜନପରତିନିଧିମାନେ ତାକର ଇ ସାଧୁ ଉଦିଅମକେ ପରଶଁସା କରିଛନ୍‌। ୨୦୧୪ ସାଲୁ ପଦ୍ମଲୋଚନ ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଜିଲାର ଭିନେ ଭିନେ ଥାନା ଅଂଚଲରେ ଟ୍ରାଫିକ ସଚେତନତା କାଯ୍‌କରମ କରିଆସୁଛନ୍‌। ସେ ଝନେ ନିହାତି ଗରିବ ଲୋକ୍‌, ଜମିବାଡ଼ି ବଲି ବିଶେଷ କିଛି ନାଇଁ। ପରିବାର କହେଲେ ମାଏକିନା ଆର ଗୁଟେ ପୁଓକେ ନେଇ ତାକର ସୁଖର ସଁସାର। ପରିବାରଟା ଅଭାବ ଅନାଟନ ଲାଗି ଗୁଟେ ଝାଟି ମାଟିର କୁରିଆରେ ଜୀବନ୍‌ ବିତଉଥିଲେ ବି ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ହେଲେ ଏତେ ସବୁ ଅଭାବ ଅନାଟନ ଭିତରେ ବୁଡ଼ି ରହିଥିଲେ ବି ଟ୍ରାଫିକ ସଚେତନତା ଦିଗେ ପଦ୍ମଲୋଚନ କାମ କରି ଆସୁଛନ୍‌। ଜନସାଧାରନ, ସ୍କୁଲ, କଲେଜର ଛାତ୍ରୀଛାତ୍ରମାନକୁ ସେ ଟ୍ରାଫିକ ବାବ୍‌ଦେ ସଚେତନ କରୁଛନ୍‌। ସେ ଓଡ଼ିଶା ଟ୍ରାଫିକ ତାଲିମ ସମିଆରେ ରାଏଜେ ପରଥମ ଠାନ୍‌ ଦଖଲ କରିଥିଲେ। ତାକର ଇ ମହତ୍‌ କାଯ୍‌ ଲାଗି ସେ ବରଗଡ ଜିଲା ଆରକ୍ଷୀ ଅଧ୍ୟକ୍ଷକ, ଜିଲାପାଲ, ଆରଟିଓ, ବରଗଡ ଧନୁଯାତ୍‌ରା, ଭେଡ଼େନ ରାମଲୀଲା, ଗୋଡ଼ଭଗା ଦୁର୍ଗାପୂଜା, ସୋହେଲା ଦୂର୍ଗାପୂଜା, ତାଲପାଲି, ନୂଆଗାଁ, ଥୁଆପାଲି ଧନୁଯାତ୍‌ରା, ଅତାବିରା ଦୁର୍ଗାପୂଜାରେ ସନାମନା ହେଇଛନ୍‌। ସେନ୍‌ତା ୧୫୦ଟା ସ୍କୁଲ, ୫୦ଟା କଲେଜ, ୨୦ଟା ଥାନା ଅଂଚଲରେ ଟ୍ରାଫିକ ସଚେତନତା କାଯ୍‌କରମ କରିଥିବାର ଭୋସାଗରକୁଁ ପଚରାଲାରୁ କହିଥିଲେ। ଇତାର ବାହାରେ ବିଶ୍ୱ ପରସିଧ୍‌ ପୁରୀ ରଥଯାତ୍‌ରା ବେଲେ ବଡ଼ଦଁାଡ଼ରେ ବାଇକ ଚାଲକକୁଁ ହେଲମେଟ ବେଭାର କରବାର ଉପରେ ସଚେତନ କରି ଚରଚାକେ ଆସିଥିଲେ।