ଅବ୍ୟବସ୍ଥାରେ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ କୋଠାରେ ପାଠପଢ଼ା; ବର୍ଷାରେ ଛାତରୁ ପାଣି ଗଳୁଛି

ଭବାନୀପାଟଣା/କଲମପୁର,୨୩।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରଣମାଳ ପଞ୍ଚାୟତ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୧୯୪୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ ସମୂଦାୟ ୧୮୦ ଜଣ ଛାତ୍ରୀଛାତ୍ର ଅୟନ କରୁଛନ୍ତି। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ ଜଣ ଦ୍ୱିତୀୟରେ ୨୫, ତୃତୀୟରେ ୧୫, ଚତୁର୍ଥରେ ୨୧, ପଞ୍ଚମରେ ୧୪, ଷଷ୍ଠରେ ୩୩, ସପ୍ତମମରେ ୩୯ ଓ ଅଷ୍ଟମରେ ୨୧ ଜଣ ରହିଛନ୍ତି। ବିଦ୍ୟାଳୟରେ ମୋଟେ ୪ଟି କୋଠା ରହିଥିବାବେଳେ ଡିପିଇପି କୋଠା ଗୋଟିଏ ଏବଂ ଅନ୍ୟ କୋଠା ୩ଟି ରହିଛି। ସମୁଦାୟ ୪ଟି କୋଠାରୁ ୩ଟି କୋଠା ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇପଡିଛି। ଆଉ ଗୋଟାଏ କୋଠାରେ ସମସ୍ତ ଛାତ୍ରୀଛାତ୍ର ପାଠପଢୁ ଥିବାବେଳେ ସେହି କୋଠା ଦୀର୍ଘ ୨୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଉକ୍ତ କୋଠା ଛାତରୁ ବର୍ଷା ହେଲେ ପାଣି ଗଳୁଛି। ଅନ୍ୟପଟେ ଅଫିସ୍‌ ଗୃହ ଓ କମନରୁମରେ ମଧ୍ୟ ଛାତ ଉପରୁ ସିମେଣ୍ଟ ଅତଡା ଖସି ପଡୁଥିବା ବେଳେ କାନ୍ଥ ମଧ୍ୟ ଫାଟି ଅଁା କଲାଣି। ବିଭିନ୍ନ ସମୟରେ ସ୍କୁଲର ଏହି ଅବସ୍ଥା ନେଇ ଶିକ୍ଷକ, ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇ ଆସୁଛନ୍ତି। ହେଲେ ଆଜି ଯାଏଁ ସମସ୍ୟା କୌଣସି ସମାଧାନ ହୋଇପାରିନାହିଁ। ଫଳରେ ଛାତ୍ରୀଛାତ୍ରମାନେ ସେହି ବିପଦସଙ୍କୁଳ କୋଠାରେ ଶିକ୍ଷାଦାନ କରୁଛନ୍ତି। ଏହି ବିଦ୍ୟାଳୟ ଶ୍ରେଣୀ ଗୃହ ସମସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ମାଝି, ବୈଦେହି ବାଗ, ଭୁପତି ଚନ୍ଦନ, ରମଣୀ ରଞ୍ଜନ ହଂସ, ବଳରାମ ଶବର, ସନାତନ ବାଗ, ଦୁଷ୍ମନ୍ତ ବେଣୁପାଣି, ତରୁଲତା ଲହଜଲ, ଦୁର୍ମିଲା ଶବର, ପଦ୍ମାବତୀ ବାଗ, କୌଶଲ୍ୟା ଧଙ୍ଗଡା ମାଝି, ୱାର୍ଡ ସଭ୍ୟ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବିଆର୍‌ସିସି କରୁଣା କର ବାଗଙ୍କୁ ପଚାରିବାରୁ ଆମେ ଏହି ସ୍କୁଲର ସମସ୍ୟା ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଦେଇଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri