ଅବେବସ୍‌ତା ଘେରରେ ବଡ଼ଛତ୍ରଙ୍ଗ ହାଇସ୍କୁଲ: ୧୦ ଶ୍ରେଣୀକେ ୩୦୧ ଛାତ୍ରୀଛାତ୍ର, ୭ ଶିକ୍ଷକ

ଭବାନୀପାଟଣା, ୨୯ା୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଛାତ୍ରୀଛାତ୍ରକୁଁ ଗୁଣାତ୍ମକ ଶିକ୍ଷା ଦେବାର ଲାଗି ଅନେକ ଯୋଜନା କାଯ୍‌କାରି କରି କୋଟି କୋଟି ଟଁକା ସାରୁଛନ୍‌। ହେଲେ କଳାହାଣ୍ଡି ଲେଖେଁ ଗୁଟେ ଆଦିବାସୀ ବହୁଲ ଜିଲାରେ ପ୍ରାଥମିକ ଶିକ୍ଷା ବାଟବନା ହେଉଥିବାର ଅଭିଯୋଗ ହେଉଛେ। ଉଦାହରନ୍‌ ହିସାବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ଉନ୍ନିତ ପ୍ରାଥମିକ ବିଦ୍ୟାଲୟକେ ନିଆଯାଇପାରେ।
ସୂଚନା ହିସାବେ ବଡ଼ଛତ୍ରଙ୍ଗ ଉନ୍ନିତ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୧୦ମ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ବେବସ୍‌ତା ରହିଛେ। ଏହେଦେ ସ୍କୁଲରେ ମୋଟ ୩୦୧ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ସେଥ୍‌ରୁ ୧୨୧ ଛାତ୍ରୀ ଆର ୧୮୦ ଝନ୍‌ ଛାତ୍ର ରହିଛନ୍‌। ସେନ୍‌ତା ୧୦ଟା ଶ୍ରେଣୀର ଛୁଆକୁ ପାଠ୍‌ପଢ଼ାବାର ଲାଗି ୭ ଝନ୍‌ ଶିକ୍ଷକ ନିୟୋଜିତ ହେଇଛନ୍‌। ଶିକ୍ଷା ଅଧିକାର ଆଇନ୍‌ ହିସାବେ ପ୍ରାଥମିକସ୍ତର ଲାଗି ୩୦ ଝନ୍‌ ଛାତ୍ରୀଛାତ୍ରକଁର ଲାଗି ଝନେ ଶିକ୍ଷକ ନିୟୋଜିତ ହେବାର କଥା। ହେଲେ ଇ ସ୍କୁଲରେ ୧୦ଟା ଶ୍ରେଣୀର ଲାଗି ୭ ଝନ୍‌ ନ ଶିକ୍ଷକ ରହିଛନ୍‌। ସ୍କୁଲର ୧୦ କି.ମି. ଭିତରେ ୯ମ ୧୦ମ ଶ୍ରେଣୀ ପଢ଼ବାର ଲାଗି ଇଟା ଗୁଟେନ ହାଇସ୍କୁଲ। ଯେନ୍‌ଥିରଲାଗି ବହୁତ୍‌ ଦୂରିଆରୁ ଛାତ୍ରୀଛାତ୍ର ଇଠାନ୍‌କେ ପାଠ୍‌ପଢ଼ି ଆସୁଛନ୍‌। ହେଲେ ଦୁଖର କଥା ବିଦ୍ୟାଲୟରେ ଗଣିତ, ବିଜ୍ଞାନ ଆର ଇଂରାଜୀ ଲେଖେଁ ବିଷେ ପାଠ୍‌ ପଢ଼ାବାର ଲାଗି ଅଭିଜ୍ଞ ଶିକ୍ଷକ ନଁାଇଁନ। ସ୍କୁଲଟା ଉନ୍ନିତ ହେଲା ଉତାରୁ ହାଇସ୍କୁଲର ମାଏନ୍‌ତା ପାଇଛେ ସତ୍‌, ହେଲେ ଇଠାନେ ଆଏଜ୍‌ତକ ଝନେ ପ୍ରଧାନଶିକ୍ଷକ ନିଯୁକ୍ତ ନାଇଁ ହେଇପାରି। ଯେନ୍‌ଥିରଲାଗି ୧୦ ବଛର୍‌ରୁ ଅଧ୍‌କା ହେଲା ସ୍କୁଲର ଝନେ ସହକାରୀ ଶିକ୍ଷକ ପ୍ରଧାନଶିକ୍ଷକ ଦାଇତିଅ ତୁଲେଇ ଆସୁଛନ୍‌। ସେନ୍‌ତା ୨୦୧୨ ସାଲେ ସ୍କୁଲର ପୁରନା କୁଠାରୁ ନୂତନ କୁଠାକେ ଉଠେଇ ନିଆଯାଇଛେ। ହେଲେ ନୂତନ କୁଠାରେ ବାଡ଼ା, ପିଇଲା ପାଏନ୍‌ର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଏଭେ ବି ପୁରନା କୁଠାଥି ଏମ୍‌.ଡି.ଏମ୍‌ ରଁଧାବଢ଼ା ହେଉଛେ। ନୂତନ୍‌ କୁଠାନୁ ପାଖାପାଖି ୧ କି.ମି. ଦୂରେ ଥିବାର ପୁରନା କୁଠାକେ ଛାତ୍ରୀଛାତ୍ର ଖରା, ବରଷାରେ ଚାଲି ଚାଲି ଖାଇ ଯାଉଛନ୍‌। ବିଦ୍ୟାଳୟରୁ ୧୦ କି.ମି. ଭିତରେ ଥିବାର ଦୁଇ ପଁଚେତ୍‌ ବିରିକୋଟ ଆର ବାଗଡ଼ିଆଣିର ଅନେକ ଗଁାର ଛାତ୍ରୀଛାତ୍ର ଇ ହାଇସ୍କୁଲରେ ପାଠ୍‌ପଢ଼ୁଛନ୍‌। ସେମାନେ ଝାର ଜଂଗଲ ଭିତରେ ଅତଡ଼ିଆ ରାସ୍‌ତାରେ ୫ରୁ ୧୦ କି.ମି. ଦୂରେ ଥିବାର ଇ ସ୍କୁଲକେ ଫିଦିନ୍‌ ପାଠ୍‌ପଢ଼ି ଆସୁଛନ୍‌। ହେଲେ ଇଥ୍‌ରେ ଛାତ୍ରୀମାନକର ସୁରକ୍ଷା ଉପରେ ଅଭିଭାବକମାନେ ଚିନ୍‌ତା ପରକଟ କରିଛନ୍‌। ଇତାକେ ଗୁରୁତ୍‌ ଦେଇ ଜିଲା ଆଦିବାସୀ ସମନ୍ବିତ ସଂସ୍ଥା ତରଫୁ ୧ଶହ ଛାତ୍ରୀକଁର ରହିବାର ସୁବିଧା ଥିବାର ଛାତ୍ରୀନିବାସ ତିଆର ଲାଗି ଗଲା ୨୦୧୪-୧୫ ସାଲେ ୫୭ ଲାଖ୍‌ ଟଁକାର ଅନୁଦାନ ଦିଆଯାଇଛେ। ହେଲେ ଛାତ୍ରୀନିବାସ ତିଆରି କାମ୍‌କେ ୩ ବଛର୍‌ରୁ ଅଧ୍‌କା ବିତିଯାଇଥିଲେ ବି କାମ୍‌ ପୂରା ନାଇଁ ହେଇପାରି। ଆଏଜ୍‌ତକ ଛାତ୍ରୀ ନିବାସରେ ପିଇଲା ପାଏନ୍‌ ଆର ବିଦ୍ୟୁତ୍‌ ସଂଯୋଗ ନାଇଁ ହେଇପାରି। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri