ଅବାଧ ଗଛକଟା, ଶିକାରୀମାନଙ୍କର ପ୍ରବେଶ: ବନ୍ୟଜନ୍ତୁ ଗାଁମୁହାଁ

ହାଟଡିହୀ,୧୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ହରିଜନ ସାହିରୁ ରବିବାର ଏକ ହରିଣ ଉଦ୍ଧାର କରାଯାଇଛି । କାୈଣସି କାରଣବଶତଃ ହରିଣଟି ଗାଁ ଭିତରକୁ ପଶି ଆସିଥିଲା। ଗାଁ ଲୋକେ ହରିଣକୁ ଉଦ୍ଧାର କରି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ନେଇ ଜଙ୍ଗଲରେ ଛାଡିଥିଲେ।
ସୂଚନାଯୋଗ୍ୟ, ହଦଗଡ଼ ବନ୍ୟଖଣ୍ଡ ଅଞ୍ଚଳରେ ଅବାଧ ଗଛକଟା ଓ ଶିକାରୀମାନଙ୍କର ପ୍ରବେଶ ଯୋଗୁ ବନ୍ୟଜନ୍ତୁମାନେ ଭୟଭୀତ ହୋଇ ଗାଁମୁହାଁ ହେଉଥିବା କୁହାଯାଉଛି। ଅନେକ ସମୟରେ ହାତୀ, ଭାଲୁ ପରି ଅନ୍ୟ ବନ୍ୟଜନ୍ତୁମାନେ ଜଙ୍ଗଲ ପାଖାପାଖି ଗାଁଗୁଡିକରେ ପଶି ବହୁ କ୍ଷତି କରୁଥିବା ନଜିର ରହିଛି। ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ବିହୀତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।