ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍‌ଟିଏଫ୍‌ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍‌ଟିଏଫ୍‌କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର। ଏପରିକି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ସୂଚନା ଆଧାରରେ ଏସ୍‌ଟିଏଫ୍‌କୁ ସଫଳତା ମିଳିଲେ ପୁରସ୍କାର ବାବଦକୁ ୫ ହଜାର ଟଙ୍କା ମିଳିବ। ତାହା ଯେକୌଣସି ଅପରାଧ ସମ୍ପର୍କରେ ହୋଇଥିଲେ ବି ସବୁ ମାମଲାକୁ ଏସ୍‌ଟିଏଫ ଗୁରୁତର ସହ ନେଇ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ, ଠିକଣା ଆଦି ଗୁପ୍ତ ରଖାଯିବ। ଏପରିକି ଯେଉଁ ପୁରସ୍କାର ବାବଦକୁ ଅର୍ଥ ରାଶି ଦିଆଯିବ ତାହା ମଧ୍ୟ ଗୁପ୍ତ ରଖାଯିବା ବୋଲି ଏସ୍‌ଟିଏଫ ପକ୍ଷରୁ କୁହାଯାଇଛି।
ବିଗତ ଦିନଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ଅପରାଧୀମାନେ ସ୍ଥାନୀୟ ପୋଲିସକୁ ହାତ କରି ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବନ୍ଧୁକ ବେପାର କରୁଛନ୍ତି। ଯାହାଫଳରେ ପୋଲିସ ହାତ ବାନ୍ଧି ବସୁଛି। ତେଣୁ ଓଡ଼ିଶାକୁ ଅପରାଧୀମୁକ୍ତ କରିବା ପାଇଁ ଏଭଳି ପଦେକ୍ଷପ ନେଇଛି। ସାଧାରଣ ଜନତାଙ୍କୁ ଏସ୍‌ଟିଏଫ୍‌ ସହଯୋଗର ହାତ ବଢାଇଛି। ନିଜ ପଞ୍ଚାୟତ ହେଉ ଅବା ନିଜ ଗ୍ରାମ ଯେଉଁଠି ଅପରାଧ ହେଉଛି ତାହା ସ୍ଥାନୀୟ ପୋଲିସକୁ ଜଣାଇବା ପୂର୍ବରୁ ଏସ୍‌ଟିଏଫ୍‌କୁ ଜଣାଇବା ପାଇଁ ନିବେଦନ କରାଯାଇଛି। ଏସ୍‌ଟିଏଫ୍‌ର ଏଭଳି କାର୍ଯ୍ୟକୁ ଅନେକ ବୃଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
ଏ ନେଇ ଆଇନିଜୀବୀ ଦୁର୍ଗାମାଧବ ମିଶ୍ର କହିଛନ୍ତି ଯେ, ଦିନକୁ ଦିନ ଓଡିଶା ପୋଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀଙ୍କ ସହ ସ୍ଥାନୀୟ ପୋଲିସ ମଧୁଚନ୍ଦ୍ରିକା କରି ଗିରଫ ବଦଳରେ ହାତ ବାନ୍ଧି ବସୁଛି। ତେଣୁ ଲୋକେ ନ୍ୟାୟ ପାଇଁ ଏଠିସେଠି ଦୌଡ଼ି ହୀନସ୍ତା ହେଉଛନ୍ତି। ତେଣୁ ଏବେ ସ୍ଥାନୀୟ ପୋଲିସ ବଦଳରେ ଏସ୍‌ଟିଏଫ୍‌ ଉପରେ ଲୋକଙ୍କୁ ଭରସା ପାଇଲାଣି। ତେଣୁ ଲୋକେ ଅପରାଧ ସମ୍ପର୍କରେ ଏସ୍‌ଟିଏଫ୍‌କୁ ଖବର ଦେଲେ ନିହାତି ଅପରାଧୀମାନେ ସାବାଡ଼ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ କେନ୍ଦ୍ରାପଡାରୁ ଟିଟୋ, ବ୍ରାଉନ ସୁଗାର ମାଫିଆ ଛୋଟ, ସୟଦ ଅଲ୍ଲୀ, ବ୍ରଜକାପ୍ତା ଚୋରା ଚାଲାଣ ମାମଲା,ବନ୍ଧୁକ କାରବାର, ଖୋର୍ଦ୍ଧାରେ ଚୋରା ପଥର କାରବାର ମାମଲା ଭଳି ଅନେକ ମାମଲାରେ ଏସ୍‌ଟିଏଫ୍‌ ତଦନ୍ତ କରି ଅନେକ ବଡବଡ ହସ୍ତୀମାନଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଦେଖାଇଛି। ତେଣୁ ଏବେ ଏସ୍‌ଟିଏଫକୁ ଜନସାଧାରଣ ଖବର ଦେଲେ ବହୁମାତ୍ରାରେ ଅପରାଧ ରୋକି ହେବ ବୋଲି ଅନେକ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri