ଅନ୍ୟ କମ୍ପାନୀକୁ ଜେଟ୍‌ର ସ୍ଲଟ୍‌ ପ୍ରଦାନ ଅସ୍ଥାୟୀ: ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେର ସ୍ଲଟକୁ ନେଇ ବିଭିନ୍ନ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଜର ପ୍ରତିକ୍ରିୟା ରଖିଛି। ବିମାନ କମ୍ପାନୀର ସ୍ଲଟକୁ ଅସ୍ଥାୟୀ ଭାବେ ଅନ୍ୟ ସଂସ୍ଥାକୁ ଦିଆଯାଉଛି ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି। ଜେଟ୍‌ ପରିଚାଳନା ସ୍ଥିତିକୁ ଆସିଗଲେ ସ୍ଲଟ୍‌ଗୁଡିକ ପୁଣି ଥରେ ଏହାକୁ ଦିଆଯିବା ନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନିର୍ଦ୍ଧାରିତ ନିୟମ ମୁତାବକ ଏହାର ସ୍ଲଟ୍‌ ସଂରକ୍ଷିତ କରାଯିବ ବୋଲି କମ୍ପାନୀକୁ ଭରସା ମଧ୍ୟ ଦିଆଯାଇଛି। ଯାତ୍ରୀ ସୁବିଧାକୁ ଧ୍ୟାନରେ  ରଖି ଏଭଳି ବ୍ୟବସ୍ଥା କରାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ଅସ୍ଥାୟୀ ହୋଇଥିବା ବେଳେ କେବଳ ୩ ମାସ ଲାଗି ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିମାନ ସଂଖ୍ୟା ହ୍ରାସ ଯୋଗୁ ଯାତ୍ରୀ ମାନେ ଭୋଗୁଥିବା ବିଭିନ୍ନ ଅସୁବିଧାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସ୍ଲଟ୍‌ ପ୍ରଦାନକୁ ନେଇ କର୍ମଚାରୀ ଅସନ୍ତୁଷ୍ଟ

ଜେଟ୍‌ର ଭାଗରେ ପଡିଥିବା ସ୍ଲଟ୍‌କୁ ଅନ୍ୟ ସଂସ୍ଥାଗୁଡିକୁ ପ୍ରଦାନ କରିବା ଯୋଗୁ କର୍ମଚାରୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜେଟ୍‌ର ବିଡିଂ ପ୍ରକ୍ରିୟା ନ ଶେଷ ହେବା ଯାଏ ଏହାର ସ୍ଲଟ୍‌କୁ ଅନ୍ୟ କୌଣସି କମ୍ପାନୀକୁ ନ ଦିଆଯାଉ ବୋଲି କର୍ମଚାରୀ ସଂଘ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିବେଦନ କରିଛି।

ବିମାନ ଯାତ୍ରା ଅଭିବୃଦ୍ଧି ପ୍ରଭାବିତ

ଗତ ୫୪ ମାସ ଧରି ଘରୋଇ ବିମାନ ଶିଳ୍ପରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରା ଲାଗି ରହିଥିବା ବେଳେ ଜେଟ୍‌ ଉଡାଣ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରହିବା ଯୋଗୁ ଏହା ପ୍ରଭାବିତ ହୋଇଛି। ୨୦୧୯ରେ ଦେଶ ମଧ୍ୟରେ ୧.୧୫ କୋଟି ଲୋକ ବିମାନ ଯାତ୍ରା କରିଥିଲେ। ଏହା ଗତ ବର୍ଷ ତୁଳନାରେ ମାତ୍ର ୦.୧% ଅଧିକ ରହିଛି। ଅପରପକ୍ଷରେ ଦେଶ ମଧ୍ୟରେ ଫ୍ଲାଇଟ୍‌ ସଂଖ୍ୟା କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୧୩ ମାର୍ଚ୍ଚରେ ସ୍ପାଇସ୍‌ ଜେଟ୍‌ ୧୩ ବୋଇଙ୍ଗ ୭୩୭ ମାକ୍ସ ବିମାନ ବନ୍ଦର ଉଡାଣ ବନ୍ଦ କରିଥିବା ବେଳେ ଜେଟ୍‌ ୩୭ଟି ବିମାନ ଉଡାଣ ବନ୍ଦ କରିଥିଲା। ନିରାପତ୍ତା ଜନିତ କାରଣ ଯୋଗୁ କମ୍ପାନୀଗୁଡିକ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡିଛି।

ଏୟାର ଇଣ୍ଡିଆରେ କର୍ମଚାରୀ ଅଭାବ

ଜେଟ୍‌ ଏୟାରଓ୍ବେଜ ସଙ୍କଟ ଯୋଗୁ ଅନିର୍ଦ୍ଧିଷ୍ଟ ସମୟ ଲାଗି ଉଡାଣ ବନ୍ଦ କରିଥିବା ବେଳେ ଋଣ ସମସ୍ୟା ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ମଧ୍ୟ ସମସ୍ୟା ଲାଗି ରହିଛି। ଏୟାର ଇଣ୍ଡିଆ ବର୍ତ୍ତମାନ କର୍ମଚାରୀ ଏବଂ ଅଧିକାରୀଙ୍କ ଅଭାବ ସମସ୍ୟା ଦେଇ ଗତି କରୁଛି। ବିମାନ ଚଳାଉଥିବା ବୋର୍ଡରେ ମଧ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ବର୍ତ୍ତମାନ ସମସ୍ୟା ସାମ୍ନା କରୁଛି। କମ୍ପାନୀର ବୋର୍ଡରେ ମାତ୍ର ଜଣେ ସ୍ଥାୟୀ ନିର୍ଦ୍ଦେଶକ ରହିଛନ୍ତି। ବର୍ତ୍ତମାନ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ୩୨ ହଜାରରୁ ହ୍ରାସ ଘଟି ୯,୫୦୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri