Posted inଖେଳ

ଅନ୍ତିମ ଲିଗ୍‌ ମ୍ୟାଚ୍‌: ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମୁକାବଲା

ମାଞ୍ଚେଷ୍ଟର,୬।୭(ଏଏଫପି)- ଚଳିତ ବିଶ୍ୱକପର ଅନ୍ତିମ ଲିଗ୍‌ ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହଁାମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ସେମିଫାଇନାଲ ଦୌଡ଼ରୁ ଦକ୍ଷିଣ ଆଫ୍ରିକା ବାଦ୍‌ ପଡିସାରିଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ହାର ଜିତ୍‌ ଉପରେ ସେମିଫାଇନାଲର ରୂପରେଖ ସ୍ପଷ୍ଟ ହେବ। ଅର୍ଥାତ ଅନ୍ତିମ ତାଲିକାରେ କେଉଁ ଦଳଗୁହିକ ଶ୍ରେଷ୍ଠ ୪ଟି ସ୍ଥାନରେ ରହିବେ ତାହା ସ୍ପଷ୍ଟ ହେବ। ବଲ ଟ୍ୟାମ୍ପରିଂ ମାମଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ ଟାଉନ ଟେଷ୍ଟରେ ଷ୍ଟିଭ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ଗୋଟିଏ ବର୍ଷ ବାସନ୍ଦାଦେଶ କଟାଇବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଦୁଇ ଖେଳାଳି ଚାପର ବଶବର୍ତ୍ତୀ ହେବେ ନାହିଁ ବୋଲି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୫ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହି ସେମି ଦୌକ୍ଷରୁ ବାଦ୍‌ ପଡ଼ିସାରିଛି। ଏହି ମ୍ୟାଚ୍‌ ଏକାଧିକ ଖେଳାଳିଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି ବୋଲି ଲାଙ୍ଗର କହିଛନ୍ତି। ବିଜୟୀ ହେଲେ ଅଷ୍ଟ୍ରେଲିଆ ଶୀର୍ଷରେ ରହିବ ଓ ସେମିଫାଇନାଲରେ ଇଂଲଣ୍ଡ ଭେଟିବ ନାହିଁ। ଫଳରେ ଦଳ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବାର ଯଥେଷ୍ଟ ସମ୍ଭାବାନ ରହିବ। ବିଜୟଧାର ବଜାୟ ରଖି ଶୀର୍ଷକୁ ଉଠିବାର ଆମର ଲକ୍ଷ୍ୟ ବୋଲି ଲାଙ୍ଗର କହିଛନ୍ତି।
ବିଶ୍ୱକପରେ ଓ୍ବାର୍ନର ସର୍ବାଧିକ ସ୍କୋର କରିବାରେ ଅନ୍ୟତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ୍ୟ ହୋଇଛନ୍ତି। ସେ ତୃତୀୟ ସନ୍ତାନର ଜନକ ହୋଇଛନ୍ତି। ଓ୍ବାର୍ନର ଓ ସ୍ମିଥ୍‌ ଉଭୟ ଭଲ ଖେଳିଛନ୍ତି ଓ ଏହି ମ୍ୟାଚ୍‌ରେ ମଧ୍ୟ ଅଶାନୁରୂପ ପ୍ରଦର୍ଶନ କରିବେ ବୋଲି ଲାଙ୍ଗର ଆଶା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ପୂର୍ବରୁ ୫ଥର ବିଶ୍ୱକପ୍‌ ହାସଲ କରିଛି। ଗତଥର ମଧ୍ୟ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଏଥର ପ୍ରଥମଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉଠିଥିଲା। ବଲ ଟ୍ୟାମ୍ପରିଂ ମାମଲା ତଥା କଳଙ୍କକୁ ପଛରେ ପକାଇ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରି ଦଳର ହୃତ ଗୌରବକୁ ଫେରିଇ ଆଣିବା ଲକ୍ଷ୍ୟରେ ରହିଛି ବୋଲି ଲାଙ୍କର କହିଛନ୍ତି। ବିଶ୍ୱକପ୍‌ର ପୂର୍ବ ସଂସ୍କରଣଗୁଡିକରେ ଅଷ୍ଟ୍ରେଲିଆ ହଟ୍‌ ଫେଭରାଇଟ ବିବେଚିତ ହେଉଥିଲା। ତେବେ ଇଂଲଣ୍ଡ, ଭାରତ ମଧ୍ୟ ଟାଇଟଲ ଦୌଡ଼ରେ ରହିଛନ୍ତି ଓ ଏଥର କଥା ଅଲଗା ହୋଇଛି। ଅଷ୍ଟ୍ରେଲିଆ ଏଥର କୌଣସି ସୁଯୋଗ ହାତଛାଡ଼ା କରିବ ନାହିଁ ଓ ସଫଳ ହେବା ପାଇଁ ସବୁମତେ ଚେଷ୍ଟା କରିବ ବୋଲି ଲାଙ୍ଗର କହିଛନ୍ତି। ଅନ୍ୟପଟେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

ସୁପର-୮ରେ ଟିମ୍‌ ଇଣ୍ଡିଆକୁ ରହିବାକୁ ପଡ଼ିବ ସାବଧାନ! ଦକ୍ଷିଣ ଆଫ୍ରିକାର ଏହି ୪ ଖେଳାଳି କରିପାରନ୍ତି…

ନୂଆଦିଲ୍ଲୀ,୨୨।୨: ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ୨୦୨୬ରେ ମୁହାଁମୁହିଁ ହେବେ। ସୁପର ୮ ରାଉଣ୍ଡରେ ଗ୍ରୁପ ୧ର ଏହା ପ୍ରଥମ ମ୍ୟାଚ, ଯାହା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri