Odisha Elections 2024

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟାର୍ଟଅପ୍‌ କୃତିତ୍ୱ ଅର୍ଜନ କରିଛି। ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ସ୍ବୀକୃତ ତଥା ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ପୁରସ୍କୃତ ନିଉରୂପ ଟେକ୍‌ ସଲ୍ୟୁଶନ୍‌ କମ୍ପାନୀର ପ୍ରତିଷ୍ଠାତା ଅନୁପ ପାଇକରାୟ ଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ହାର୍ଭାର୍ଡ ୟୁନିଭର୍ସିଟି, ଏମ୍‌ଆଇଟି (ଆମେରିକା), ଟଫସ୍‌ ୟୁନିଭର୍ସିଟି, ବୋଷ୍ଟନ ୟୁନିଭର୍ସିଟି, ବେଣ୍ଟଲି ୟୁନିଭର୍ସିଟି, ୱେଷ୍ଟୱର୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି, ଇମର୍‌ସନ୍‌ କଲେଜ ଆଦି ୧୦ଟି ବିଶ୍ୱବିଦ୍ୟାଳୟର ଛାତ୍ର ଅଂଶଗ୍ରହଣ କରିଥିଲେ। ତେବେ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ରିସର୍ଚ୍ଚ(ଓୟୁଟିଆର୍‌)ର ଛାତ୍ର ଅନୁପ ଏକମାତ୍ର ଭାରତୀୟ ଛାତ୍ର ଭାବେ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୨ଲକ୍ଷ ଟଙ୍କା ଓ ଟ୍ରଫି ମିଳିଛି। ଏହି ସମୟରେ ଅନୁପ ଭାରତର ଜାତୀୟ ପତାକା ଉଡ଼ାଇ ବିଶ୍ୱସ୍ତରରେ ଭାରତ ମାଟିକୁ ସମ୍ମାନିତ କରିଥିଲେ। ଓଡ଼ିଶା ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପ୍ରାୟୋଜିତ ଷ୍ଟାର୍ଟଅପ୍‌ ଉତ୍ସବରେ ସେ ଶ୍ରେଷ୍ଠ ଷ୍ଟାର୍ଟଅପ୍‌ ଛାତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଅନୁପଙ୍କ ପ୍ରକଳ୍ପ ମୁଖ୍ୟତଃ ଆଫ୍ରିକାର ଗ୍ରାମାଞ୍ଚଳରେ ରହିଥିବା ୫୦ କୋଟି ମହିଳାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ। ପ୍ରକଳ୍ପ ‘ଚୁଲିଭ୍‌’ ବିଶ୍ୱର ପ୍ରଥମ ଅଟୋମେଟିକ୍‌ ଏୟାରବ୍ଲୋୟର୍‌। ଏହାର ଦାମ୍‌ ମାତ୍ର ୫୦୦ ଟଙ୍କା ହୋଇଥିବାବେଳେ ମାଟି ଚୁଲିରେ ଆସୁଥିବା ଧୂଆଁକୁ ହ୍ରାସ କରି ମହିଳାଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ ଚୁଲି ଧୁଆଁଜନିତ କାରଣରୁ ପ୍ରତ୍ୟେକ ବର୍ଷ ଆପାତତଃ ୨୦ଲକ୍ଷ ମହିଳାଙ୍କର ମୃତ୍ୟୁ ଘଟୁଛି। ଅନୁପଙ୍କର ‘ଚୁଲିଭ୍‌’ ଏହି ସମସ୍ୟାକୁ ଦୂରେଇ ଦେବାରେ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ: ଏହି ଜିଲାରୁ ଧରାପଡିଲା ସର୍ବାଧିକ

ଭୁବନେଶ୍ୱର,୧୮।୫: ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଶନିବାର ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ...

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri