ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ : ସ୍ନାତକରେ ୮୫.୫୩, ସ୍ନାତକୋତ୍ତରରେ ୯୭.୮୭% ରେଜଲ୍ଟ

ଅନୁଗୋଳ ଅଫିସ,୮।୬- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ୫ଟି ସ୍ନାତକୋତ୍ତର ବିଭାଗ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। କଳାରେ ପାସ୍‌ ହାର ୮୫.୩୧ ଥିବାବେଳେ ବିଜ୍ଞାନରେ ୯୨.୮୩ ଏବଂ ବାଣିଜ୍ୟରେ ୭୧.୮୩ ପ୍ରତିଶତ ରହିଛି। ସ୍ନାତକର ମୋଟ୍‌ ୭୮୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୫.୫୩ ପ୍ରତିଶତ ଅର୍ଥାତ୍‌ ୬୬୮ ଜଣ ପାସ୍‌ କରିଛନ୍ତି। ସେହିଭଳି ସ୍ନାତକୋତ୍ତରରେ ୯୪ ଜଣଙ୍କ ମଧ୍ୟରୁ ୯୨ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସ୍ନାତକୋତ୍ତରରେ ପାସ୍‌ ହାର ୯୭.୮୭ ପ୍ରତିଶତ ଥିବା ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଗଙ୍ଗାଧର କର ସୂଚନା ଦେଇଛନ୍ତି।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ନାତକରେ ପାସ୍‌ ହାର ସାମାନ୍ୟ ଅଧିକ ଥିବାବେଳେ ସ୍ନାତକୋତ୍ତରରେ ୭ ପ୍ରତିଶତ ବୃଦ୍ଧି ପାଇଛି। କଳାରେ ସୁବ୍ରତ ପ୍ରଧାନ ୨୦୩୫ ନମ୍ବର ସହ ୮.୫୦ ସିଜିପିଏ ସ୍କୋର ରଖି ଟପ୍ପର ହୋଇଛନ୍ତି। ବିଜ୍ଞାନରେ ମଧୁସ୍ମିତା ବେହେରା ୨୩୪୦ ନମ୍ବର ସହ ୯.୬୨ ସିଜିପିଏ ସ୍କୋର ଓ ବାଣିଜ୍ୟରେ ଗୁରୁପ୍ରସାଦ ସାହୁ ୧୯୪୦ ନମ୍ବର ସହ ୮.୧୪ ସିଜିପିଏ ସ୍କୋର ରଖି ଟପ୍ପର ହୋଇଛନ୍ତି। ଏଥିସହ ସ୍ନାତକୋତ୍ତରରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଚଳିତବର୍ଷ ସ୍ନାତକର ମୋଟ ୧୮ଟି ବିଭାଗର ଟପ୍ପରଙ୍କ ମଧ୍ୟରେ ୧୩ ଛାତ୍ରୀ ଥିବାବେଳେ ୫ ଛାତ୍ର ଅଛନ୍ତି। ଓଡ଼ିଆ ବିଭାଗରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଶିକ୍ଷା, ଭୂଗୋଳ, ରାଜନୀତି ବିଜ୍ଞାନ, ବଟନୀ, ଜୁଲୋଜି, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ସଫଳତା ହାସଲ କରିଛି। ଇତିହାସ ବିଭାଗର ସଫଳତା ହାର ୭୯.୫୫ ପ୍ରତିଶତ ରହିଛି। ଭୂଗୋଳରେ ପାସ୍‌ ହାର ୯୪.୧୨, ସଂସ୍କୃତରେ ୮୧.୨୫, ଅର୍ଥନୀତିରେ ୬୮.୨୯, ଇଂଲିଶରେ ୮୦ ପ୍ରତିଶତ, ଶିକ୍ଷା ବିଭାଗରେ ୯୬.୮୮, ଦର୍ଶନଶାସ୍ତ୍ରରେ ୭୫, ରାଜନୀତି ବିଜ୍ଞାନ ବିଭାଗରେ ୯୭.୯୨ ପ୍ରତିଶତ, ସାମାଜିକ ବିଜ୍ଞାନ ବିଭାଗର ପାସ୍‌ ହାର ୭୬.୯୨ ପ୍ରତିଶତ ରହିଛି। ସେହିପରି କଳାର ଗଣିତରେ ପାସ ହାର ୮୫.୭୧ ପ୍ରତିଶତ ରହିଛି। ବିଜ୍ଞାନ ଷ୍ଟ୍ରିମ୍‌ର ଫିଜିକ୍ସ ବିଭାଗରେ ପାସ ହାର ୯୨.୫୯ ପ୍ରତିଶତ ରହିଛି। କମ୍ପୁଟର୍‌ ବିଜ୍ଞାନ ବିଭାଗରେ ୯୦.୬୩, ବଟନିରେ ୯୩.୪୪, ଗଣିତରେ ୮୫.୨୯, କେମେଷ୍ଟ୍ରିରେ ୯୮.୧୧, ଜୁଲୋଜିରେ ୯୪.୫୫ ପ୍ରତିଶତ ପାସ ହାର ରହିଛି। ବାଣିଜ୍ୟ ବିଭାଗରେ ପାସ୍‌ ହାର ୭୧.୮୪ ପ୍ରତିଶତ ରହିଛି। ବିଭାଗରେ ମୋଟ୍‌ ୧୭୪ ଜଣ ପରୀକ୍ଷା ଦେଇଥିବାବେଳେ ୪୧ ଜଣ ପ୍ରଥମ ଶ୍ରେଣୀ ଓ ୮୪ ଜଣ ଦ୍ୱିତୀୟ ଶ୍ରେଣୀ ପାସ୍‌ କରିଛନ୍ତି ବୋଲି ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେହିପରି ସ୍ନାତକୋତ୍ତରରେ ପଦାର୍ଥ ବିଜ୍ଞାନ ବିଭାଗରେ ୧୬ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ସବ୍ୟସଚୀ ମଇସାଲ ୧୬୧୮ ନମ୍ବର ସହ ୯.୬୨ ସିଜିପିଏ ସ୍କୋର କରି ବିଭାଗର ଟପ୍ପର ହୋଇଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ ଶତପ୍ରତିଶତ ପିଲା ପାସ୍‌ କରିଥିବା ବେଳେ ସିଲଭା ସାହୁ ୧୮୧୫ ନମ୍ବର ସହ ୮.୯୬ ସିଜିପିଏ ସ୍କୋର କରି ଟପ୍ପର ହୋଇଛନ୍ତି। ଖଣିଜ ଅର୍ଥନୀତିରେ ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ପାସ୍‌ କରିଛନ୍ତି। ସମୁଦାୟ ୧୪୫୬ ନମ୍ବର ସହ ୭.୯ ସିଜିପିଏ ସ୍କୋର କରି ବିଭାଗୀୟ ଟପ୍ପର ହୋଇଛନ୍ତି ମାନସୀ ବେହେରା। ଓଡ଼ିଆ ବିଭାଗରେ ସମସ୍ତ ୨୯ଜଣ ପାସ୍‌ କରିଥିବା ବେଳେ ୧୪୨୮ ନମ୍ବର ସହ ୮.୫ ସିଜିପିଏ ସ୍କୋର କରି ବିଭାଗୀୟ ଟପ୍ପର ହୋଇଛନ୍ତି ଅଞ୍ଜନା ସାହୁ। ରାଜନୀତି ବିଜ୍ଞାନରେ ୨୮ ଜଣଙ୍କ ମଧ୍ୟରୁ ୨୭ଜଣ ପାସ୍‌ କରିଛନ୍ତି। ୧୫୧୭ ନମ୍ବର ସହ ୮.୧୫ ସିଜିପିଏ ସ୍କୋର କରିଥିବା ସୁଚିତ୍ର ଜେନା ବିଭାଗୀୟ ଟପ୍ପର ହୋଇଥିବା ପରୀକ୍ଷା ନିୟନ୍ତ୍ରକ ମିଶ୍ର ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଫଳ ପ୍ରକାଶ ସମୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ, ଡେପୁଟି ନିୟନ୍ତ୍ରକ ନୀଳାଞ୍ଚଳ ପଟେଲ, ସୁରେଶ ରାଜହଂସ, ପ୍ରଫେସର ବୀର କିଶୋର ରାଜ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri