ଅନୁଗୋଳ, ବଅଁରପାଳ ଖେଳାଳିଙ୍କୁ ଉପେକ୍ଷା : ନିର୍ମାଣ ହୋଇନି ମିନି ଷ୍ଟାଡିୟମ

ଅନୁଗୋଳ ଅଫିସ, ୧୧।୭ – କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରୁଛନ୍ତି। କିନ୍ତୁ ଅନୁଗୋଳ ଜିଲାର ୮ ବ୍ଲକ ମଧ୍ୟରୁ ୬ଟିରେ ଷ୍ଟାଡିୟମ ନିର୍ମାଣ ହୋଇଥିଲେ ହେଁ ଏଯାଏ ଅନୁଗୋଳ ଓ ବଅଁରପାଳ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ ହୋଇପାରି ନାହିଁ। ଏଥିପାଇଁ ଜାଗା ଚିହ୍ନଟ ସରିଥିଲେ ମଧ୍ୟ ଅଦ୍ୟାବଧି ଇଟା ଖଣ୍ଡେ ପଡ଼ି ନ ଥିବାରୁ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୨୦୧୩-୧୪ ଆର୍ଥତ୍କ ବର୍ଷରୁ ରାଜ୍ୟ ସରକାର ପ୍ରତି ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ଏଥିପାଇଁ ୨୦ ଲକ୍ଷ ଟଙ୍କା ଲେଖାଏ ପ୍ରତି ବ୍ଲକକୁ ଦିଆଯାଉଛି। ସ୍ଥାନୀୟ ବିଧାୟକମାନେ ମଧ୍ୟ ସେମାନଙ୍କ ହାତପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରଦାନ କରୁଛନ୍ତି। ଅନୁଗୋଳ ଓ ବଅଁରପାଳ ବ୍ଲକକୁ ଏ ବାବଦରେ ରାଜ୍ୟ ସରକାର ଅର୍ଥ ଦେଇସାରିଥିଲେ ମଧ୍ୟ ଷ୍ଟାଡିୟମ ନିର୍ମାଣ କରାଯାଇପାରୁ ନାହିଁ। ଅନୁଗୋଳ ଓ ବଅଁରପାଳ ବ୍ଲକରେ ଷ୍ଟାଡିୟମ ପାଇଁ ଦୁଇଟି ଜାଗା ଚିହ୍ନଟ ସରିଛି। ବଅଁରପାଳ ବ୍ଲକ ପିବିକେ ହାଇସ୍କୁଲ ପଡ଼ିଆକୁ ଏଥିପାଇଁ ବଛା ଯାଇଥିବା ବେଳେ ଅନୁଗୋଳ ବ୍ଲକର ବନ୍ତଳା ହାଇସ୍କୁଲ ପଡ଼ିଆକୁ ଚିହ୍ନଟ କରାଯାଇଛି। କିନ୍ତୁ ଦୁଇଟି ବ୍ଲକରେ ସ୍ଥାୟୀ ଭାବେ ବିଡିଓ ରହୁ ନ ଥିବାରୁ ମିନିଷ୍ଟାଡିୟମ ନିର୍ମାଣ ହୋଇପାରୁନାହିଁ। ଏଥିଯୋଗୁ ଦୁଇଟି ବ୍ଲକରେ ଥିବା ପ୍ରତିଭାବାନ ଖେଳାଳିଙ୍କୁ ଉପେକ୍ଷା କରାଯାଉଥିବା ଆଲୋଚନା ହେଉଛି। ଏ ନେଇ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ କହିଛନ୍ତି, ସରକାର ଷ୍ଟାଡିୟମ ନିର୍ମାଣ କରିବାକୁ ୨୦ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଦୁଇଟି ବ୍ଲକରେ ବିଡିଓଙ୍କ ବାରମ୍ବାର ବଦଳି ହେଉଥିବାରୁ ଷ୍ଟାଡିୟମ କାର୍ଯ୍ୟ ଆଗେଇ ପାରୁନାହିଁ। ତେବେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା କ୍ରୀଡ଼ା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri