ଅନୁଗୋଳ ପୌରପାଳିକାର ପଦକ୍ଷେପ: ଡେଲି ମାର୍କେଟରେ ଫଳ, ପରିବା ବ୍ୟବସାୟ

ଅନୁଗୋଳ ଅଫିସ,୮।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ବୁଧବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ସହରରେ ବୁଲି ଠେଲାରେ ଫଳ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଡେଲି ମାର୍କେଟରେ ବ୍ୟବସାୟ ପାଇଁ କୁହାଯାଇଛି। ଏପରି କି ସହରର ବିଭିନ୍ନ ସ୍ଥାନରେ ବସୁଥିବା ପରିବା ବ୍ୟବସାୟୀଙ୍କୁ ମଧ୍ୟ ଡେଲି ମାର୍କେଟ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରୁ ୨୦ ଜଣ ବ୍ୟବସାୟୀ ଡେଲି ମାର୍କେଟରେ ବ୍ୟବସାୟ କରିଥିବା ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି।
ଅନୁଗୋଳ ସହରର ଏପରି କି ବସ୍‌ଷ୍ଟାଣ୍ଡ, ଷ୍ଟେଟବ୍ୟାଙ୍କ ଛକ ଓ ବ୍ଲକ ଛକରେ ପସରା ମେଲାଉଥିବା ପରିବା ଓ ଠେଲା ବ୍ୟବସାୟୀ ଏବେ ପୌରପାଳିକାର ଡେଲି ମାର୍କେଟରେ ବ୍ୟବସାୟ କରିବେ। ଏ ନେଇ ଠେଲା ଦୋକାନୀ ଓ ପରିବା ବ୍ୟବସାୟ କରୁଥିବା ଚାଷୀଙ୍କ ସହ ବ୍ୟବସାୟୀଙ୍କୁ ଡାକି ପୌର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ସହରର ଗୋଟିଏ ସ୍ଥାନରେ ସବୁ ଫଳ ଓ ପରିବା ଲୋକଙ୍କ ପାଇଁ ଉପଲବ୍ଧ ହେବ। ପ୍ରଥମ ଦିନରେ ୨୦ ଜଣ ବ୍ୟବସାୟୀ ଯାଇଥିବାବେଳେ ଅନ୍ୟମାନେ ଖୁବ୍‌ ଶୀଘ୍ର ଡେଲି ମାର୍କେଟରେ ପହଞ୍ଚିବେ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ପରିବା ବ୍ୟବସାୟୀ ବସି ବେପାର କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏପରି କି ଫଳ ବ୍ୟବସାୟୀମାନେ ନିଜର ଠେଲା ବସ୍‌ଷ୍ଟାଣ୍ଡ ଓ ବ୍ଲକ ଛକରେ ପକାଉଥିବାରୁ ଯାତ୍ରୀଙ୍କ ଯିବା ଆସିବାରେ ବାଧା ଉପୁଜୁଥିଲା। ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଡେଲି ମାର୍କେଟକୁ ଯାଇଥିବା ଫଳ ବ୍ୟବସାୟୀ ଓ ପରିବା ବ୍ୟବସାୟୀଙ୍କ ପାଇଁ ଭବିଷ୍ୟତରେ ଭେଣ୍ଡିଂ ଜୋନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହା ହେବା ପରେ ସମ୍ପୃକ୍ତ ବ୍ୟବସାୟୀମାନେ ଭେଣ୍ଡିଂ ଜୋନ୍‌ରେ ବ୍ୟବସାୟ କରିବେ। ସେହିପରି ଲୋକଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ପରିବା ଓ ଫଳ କିଣିବାକୁ ପଡ଼ିବ ନାହିଁ। ଫଳରେ ସହର ସୁନ୍ଦର ଦେଖାଯିବା ସହ ଗୋଟିଏ ସ୍ଥାନରେ ଲୋକମାନେ ଫଳ ଓ ପରିବା ପାଇପାରିବେ ବୋଲି ପୌରନିର୍ବାହୀ ଅଧିକାରୀ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri