ଅନୁଗୋଳରେ ବର୍ଜ୍ୟବସ୍ତୁ ପରିଚାଳନା:ଖୋଳାହେବ ୩ଶହ କମ୍ପୋଷ୍ଟ ପିଟ

ଅନୁଗୋଳ ଅଫିସ, ୪ା୬

ରାଜ୍ୟର ସମସ୍ତ ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପୌରାଞ୍ଚଳରେ ତିନିଶହ ଲେଖାଏ କମ୍ପୋଷ୍ଟ ପିଟ୍‌ ଖୋଳିବାକୁ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମହାନଗରନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଏହି ଚିଠି ଅନୁଗୋଳ ପୌରାପାଳିକାରେ ପହଞ୍ଚିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଅନୁଗୋଳ ସହରର ଅଳିଆ ପରିଚାଳନା ପୌରପାଳିକା ପାଇଁ ବଡ଼ ଚିନ୍ତାର ବିଷୟ ଥିଲା। ଡମ୍ପିଂୟାର୍ଡ ନ ଥିବାରୁ ଅଳିଆ କେଉଁଠି ପକାଯିବ ତାହା ସ୍ଥିର ହୋଇପାରୁ ନ ଥିବାରୁ ସହର ସଫେଇ ବାଧାପ୍ରାପ୍ତ ହେଉଥିଲା। ତେବେ ଏଣିକି ଅଳିଆ ଆଉ ଏଣେ ତେଣେ ପଡ଼ିବ ନାହିଁ କି ଆଉ ସକାଳ, ମଧ୍ୟାହ୍ନରେ ନିଆଁ ଲଗାଯିବ ନାହିଁ। ସେହିପରି ପଚାସଢ଼ା ଗନ୍ଧ ମଧ୍ୟ ସହରରୁ ଦୂରେଇ ଯିବ। ସହରର ଅଳିଆ ପକାଇବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଏବେ ପଦକ୍ଷେପ ନିଆଯାଉଛି। ସହରର କଠିନ ବର୍ଜ୍ୟବସ୍ତୁକୁ ଛାଡ଼ିଦେଲେ ଅନ୍ୟ ଅଳିଆ ପକାଇବାକୁ ସହରରେ ୩ଶହଟି କମ୍ପୋଷ୍ଟ ପିଟ ଖୋଳା ଆରମ୍ଭ ହୋଇଛି। ସୋମବାର ସକାଳୁ ଏହି ଖନନ କାର୍ଯ୍ୟ କରାଯାଉଛି। ପ୍ରତି ଖାତର ଗଭୀର ୧୦ ଫୁଟ ଥିବାବେଳେ ଓସାର ୫ ଫୁଟ ରହିଛି। ସହରରେ ଥିବା ୨୩ ୱାର୍ଡରେ ଏହି ଖାତ ଖୋଳାଯିବ। ପ୍ରତିଟି ୱାର୍ଡରେ ୧୦ରୁ ୧୫ଟି ଲେଖାଏଁ ରହିବ। ସେହିପରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ସହ ପରିବା ମାର୍କେଟ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବସ୍‌ଷ୍ଟାଣ୍ଡ ନିକଟରେ ମଧ୍ୟ ଏହି ଖାତ ଖୋଳାଯାଇ କୁଢ଼ କୁଢ଼ ଆଳିଆକୁ ଜୈବ ବର୍ଜ୍ୟବସ୍ତୁରେ ପରିଣତ କରାଯିବ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ସପ୍ତାହେ ମଧ୍ୟରେ ୩ଶହ କମ୍ପୋଷ୍ଟ ପିଟ ଖୋଳାଯିବ। ସହରବାସୀଙ୍କ ସହ ବ୍ୟବସାୟୀମାନେ ମଧ୍ୟ ଉକ୍ତ କମ୍ପୋଷ୍ଟ ପିଟରେ ଅଳିଆ ପକାଇ ପାରିବେ। ଉକ୍ତ ଖାତରେ ଧିରେ ଧିରେ ମାଟି ଦିଆଯାଇ ଆବରଣ କରାଯିବ। ଫଳରେ ମାଟିରେ ଅଳିଆ ଗୁଡ଼ିକ ଖତ ହୋଇଯିବ। ସେହିଭଳି ଖାତ ଗୁଡ଼ିକ ପୂରଣ ହୋଇଯିବା ପରେ ଅନ୍ୟସ୍ଥାନରେ ପୁଣି ଅଳିଆ ପଡ଼ିବାର ବ୍ୟବସ୍ଥା କରାଯିବ। ସଫେଇ କର୍ମଚାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ଅଳିଆ ସଂଗ୍ରହ କରି ଉକ୍ତ ଖାତରେ ପକାଇବେ। ମହାନଗର ନିଗମରେ ୫ଶହ ଓ ପୌରାଞ୍ଚଳରେ ୩ଶହ ଏବଂ ବିଜ୍ଞପିତ ଅଞ୍ଚଳରେ ଶହେଟି ଲେଖାଏଁ ଖାତ ଖୋଳାଯିବ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଥିବା ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri