ଅନୁଗୋଳରେ ବର୍ଜ୍ୟବସ୍ତୁ ପରିଚାଳନା:ଖୋଳାହେବ ୩ଶହ କମ୍ପୋଷ୍ଟ ପିଟ

ଅନୁଗୋଳ ଅଫିସ, ୪ା୬

ରାଜ୍ୟର ସମସ୍ତ ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପୌରାଞ୍ଚଳରେ ତିନିଶହ ଲେଖାଏ କମ୍ପୋଷ୍ଟ ପିଟ୍‌ ଖୋଳିବାକୁ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମହାନଗରନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଏହି ଚିଠି ଅନୁଗୋଳ ପୌରାପାଳିକାରେ ପହଞ୍ଚିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଅନୁଗୋଳ ସହରର ଅଳିଆ ପରିଚାଳନା ପୌରପାଳିକା ପାଇଁ ବଡ଼ ଚିନ୍ତାର ବିଷୟ ଥିଲା। ଡମ୍ପିଂୟାର୍ଡ ନ ଥିବାରୁ ଅଳିଆ କେଉଁଠି ପକାଯିବ ତାହା ସ୍ଥିର ହୋଇପାରୁ ନ ଥିବାରୁ ସହର ସଫେଇ ବାଧାପ୍ରାପ୍ତ ହେଉଥିଲା। ତେବେ ଏଣିକି ଅଳିଆ ଆଉ ଏଣେ ତେଣେ ପଡ଼ିବ ନାହିଁ କି ଆଉ ସକାଳ, ମଧ୍ୟାହ୍ନରେ ନିଆଁ ଲଗାଯିବ ନାହିଁ। ସେହିପରି ପଚାସଢ଼ା ଗନ୍ଧ ମଧ୍ୟ ସହରରୁ ଦୂରେଇ ଯିବ। ସହରର ଅଳିଆ ପକାଇବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଏବେ ପଦକ୍ଷେପ ନିଆଯାଉଛି। ସହରର କଠିନ ବର୍ଜ୍ୟବସ୍ତୁକୁ ଛାଡ଼ିଦେଲେ ଅନ୍ୟ ଅଳିଆ ପକାଇବାକୁ ସହରରେ ୩ଶହଟି କମ୍ପୋଷ୍ଟ ପିଟ ଖୋଳା ଆରମ୍ଭ ହୋଇଛି। ସୋମବାର ସକାଳୁ ଏହି ଖନନ କାର୍ଯ୍ୟ କରାଯାଉଛି। ପ୍ରତି ଖାତର ଗଭୀର ୧୦ ଫୁଟ ଥିବାବେଳେ ଓସାର ୫ ଫୁଟ ରହିଛି। ସହରରେ ଥିବା ୨୩ ୱାର୍ଡରେ ଏହି ଖାତ ଖୋଳାଯିବ। ପ୍ରତିଟି ୱାର୍ଡରେ ୧୦ରୁ ୧୫ଟି ଲେଖାଏଁ ରହିବ। ସେହିପରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ସହ ପରିବା ମାର୍କେଟ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବସ୍‌ଷ୍ଟାଣ୍ଡ ନିକଟରେ ମଧ୍ୟ ଏହି ଖାତ ଖୋଳାଯାଇ କୁଢ଼ କୁଢ଼ ଆଳିଆକୁ ଜୈବ ବର୍ଜ୍ୟବସ୍ତୁରେ ପରିଣତ କରାଯିବ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ସପ୍ତାହେ ମଧ୍ୟରେ ୩ଶହ କମ୍ପୋଷ୍ଟ ପିଟ ଖୋଳାଯିବ। ସହରବାସୀଙ୍କ ସହ ବ୍ୟବସାୟୀମାନେ ମଧ୍ୟ ଉକ୍ତ କମ୍ପୋଷ୍ଟ ପିଟରେ ଅଳିଆ ପକାଇ ପାରିବେ। ଉକ୍ତ ଖାତରେ ଧିରେ ଧିରେ ମାଟି ଦିଆଯାଇ ଆବରଣ କରାଯିବ। ଫଳରେ ମାଟିରେ ଅଳିଆ ଗୁଡ଼ିକ ଖତ ହୋଇଯିବ। ସେହିଭଳି ଖାତ ଗୁଡ଼ିକ ପୂରଣ ହୋଇଯିବା ପରେ ଅନ୍ୟସ୍ଥାନରେ ପୁଣି ଅଳିଆ ପଡ଼ିବାର ବ୍ୟବସ୍ଥା କରାଯିବ। ସଫେଇ କର୍ମଚାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ଅଳିଆ ସଂଗ୍ରହ କରି ଉକ୍ତ ଖାତରେ ପକାଇବେ। ମହାନଗର ନିଗମରେ ୫ଶହ ଓ ପୌରାଞ୍ଚଳରେ ୩ଶହ ଏବଂ ବିଜ୍ଞପିତ ଅଞ୍ଚଳରେ ଶହେଟି ଲେଖାଏଁ ଖାତ ଖୋଳାଯିବ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଥିବା ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri