ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି। ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ସାରା ଦେଶ ୨୧ଦିନିଆ ଲକ୍‌ଡାଉନ ମଧ୍ୟରେ ରହିଛି। ଏହିକ୍ରମରେ ଗତମାସ ୨୦ ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବଡ଼ଦେଉଳ ହୁଣ୍ଡିରେ। ଇତିମଧ୍ୟରେ ଭକ୍ତଙ୍କ ଦର୍ଶନ ବନ୍ଦକୁ ୨୦ଦିନ ବିତିଥିବା ବେଳେ ଏହି ସମୟ ମଧ୍ୟରେ ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ହରାଇଛି ଶ୍ରୀମନ୍ଦିର ହୁଣ୍ଡି। ଲକ୍‌ଡାଉନ୍‌ କେବେ ଉଠିବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ଶ୍ରୀମନ୍ଦିର ଏକ ସିଂହଭାଗ ଅର୍ଥ ହରାଇଥିବା ଆଲୋଚନା ହେଉଛି।
କରୋନା ସଂକ୍ରମଣରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ଠାକୁରଙ୍କ ନୀତିକାନ୍ତି କରୁଛନ୍ତି। ଗତମାସ ୧୬ତାରିଖଠାରୁ କେତେକ କଟକଣା ଜାରି କରାଯାଇଥିଲା। ଯେପରିକି ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ। ପ୍ରବେଶ ପୂର୍ବରୁ ଏକ ଫର୍ମରେ ନିଜ ସମ୍ପର୍କରେ ତଥ୍ୟ ଦେବେ। ହାତକୁ ଭଲ ଭାବେ ସଫା କରିବେ। ଏଥିସହ ଗରୁଡ଼ ସ୍ତମ୍ଭ କିମ୍ବା ଅରୁଣ ସ୍ତମ୍ଭକୁ ଯେପରି ଛୁଇଁବେ ନାହିଁ ଏମିତି ଏକାଧିକ କଟକଣା ଜାରି କରାଯାଇଥିଲା। କିନ୍ତୁ ଏହି କଟକଣା କାର୍ଯ୍ୟକ୍ଷମ କରାଇବାରେ ସମସ୍ୟା ହେବାରୁ ଗତମାସ ୨୦ତାରିଖରୁ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରିଥିଲା ଜିଲା ପ୍ରଶାସନ। ପ୍ରଥମେ ଏପ୍ରିଲ ୧ ଏବଂ ପରେ ଏହି କଟକଣାକୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାଧାରଣ ଦର୍ଶନ ବନ୍ଦ ଥିବାରୁ ହୁଣ୍ଡିର ଆଉ ପୂର୍ବପରି ଦାନଅର୍ଥ ବାହାରୁ ନାହିଁ। ଫଳରେ ଶ୍ରୀମନ୍ଦିର ପ୍ରାୟ ଅଧକୋଟିରୁ ଅଧିକ ଟଙ୍କା ହରାଇଲାଣି ବୋଲି ଆଲୋଚନା ହେଉଛି। କାଁ ଭାଁ ଭକ୍ତ ସିଂହଦ୍ୱାରକୁ ବୁଲି ଆସୁଥିବାବେଳେ ହୁଣ୍ଡିରୁ ସମୁଦ୍ରକୁ ଶଙ୍ଖେ ଭଳି ଅର୍ଥ ବାହାରୁଛି।
ଶ୍ରୀମନ୍ଦିରକୁ ସାଧାରଣ ଦିନରେ ପ୍ରାୟ ୫୦ରୁ ୬୦ ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେଣୁ ପ୍ରତିଦିନ ହୁଣ୍ଡିରୁ ପ୍ରାୟ ଅଢେଇରୁ ତିନିଲକ୍ଷ ପର୍ଯ୍ୟନ୍ତ ଟଙ୍କା ବାହାରିଥାଏ। ଏହାବାଦ୍‌ ଛୁଟିଦିନ କିମ୍ବା ଅନ୍ୟାନ୍ୟ ପର୍ବପର୍ବାଣି ଦିନରେ ଭକ୍ତଙ୍କ ସଂଖ୍ୟା ଲକ୍ଷେ ଟପୁଥିବାବେଳେ ହୁଣ୍ଡି ଟଙ୍କା ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ବାହାରିଥାଏ। ଗତମାସ ୨୦ରୁ ଚଳିତମାସ ୮ ତାରିଖ ପର୍ଯ୍ୟନ୍ତ ଏହି ୨୦ ଦିନରେ ଯଦି ପୂର୍ବଭଳି ଦୈନିକ ୨.୫ଲକ୍ଷ ଟଙ୍କା ହିସାବକୁ ନିଆଯାଏ ତେବେ ଶ୍ରୀମନ୍ଦିର ପ୍ରାୟ ହୁଣ୍ଡିରୁ ୫୦ଲକ୍ଷରୁୁ ଊର୍ଦ୍ଧ୍ୱ ଟଙ୍କା ମିଳିବା କଥା। ହେଲେ ଇତିମଧ୍ୟରେ ହୁଣ୍ଡି ଅର୍ଥକୁ ମିଶାଇଲେ ଲକ୍ଷେ ଟଙ୍କା ବି ମିଳିପାରି ନାହିଁ। କେବଳ ଗତମାସ ୨୦ ତାରିଖ ଅର୍ଥାତ ଦର୍ଶନ ବନ୍ଦର ପ୍ରଥମ ଦିନ ସର୍ବାଧିକ ୨୩,୨୧୪ ଟଙ୍କା ବାହାରିଥିଲା। କାରଣ ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ହୁଣ୍ଡି ଗଣତି ହେଉଥିବାରୁ ୧୯ ତାରିଖ ସନ୍ଧ୍ୟା ପରଠାରୁ ରାତ୍ର ପର୍ଯ୍ୟନ୍ତ ଟଙ୍କା ହିଁ ୨୦ ତାରିଖ ହୁଣ୍ଡି ଗଣତିରେ ସାମିଲ ଥିଲା। ସେହିପରି ଏହି ୨୦ ଦିନ ମଧ୍ୟରେ ବୁଧବାର ସର୍ବନିମ୍ନ ୨୮୪ଟଙ୍କା ବାହାରିଛି।
ସୂଚନାଥାଉ କି, ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ହୁଣ୍ଡିରେ ଟଙ୍କା, ସୁନା, ରୂପା ଇତ୍ୟାଦି ପକାଇଥାନ୍ତି। କେହି କେହି ମାନସିକ କରି ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି। ଏହି ଦାନ ଅର୍ଥ ଏବଂ ସୁନା, ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଗଣତି କରାଯାଇଥାଏ। ଶ୍ରୀମନ୍ଦିର ବେଢ଼ା ପରିସର ଶାଖା କାର୍ଯ୍ୟାଳୟରେ ଏହା ଗଣତି ହୁଏ। ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ। ତେବେ ଗତ ୨୦ତାରିଖଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ଥିଲେ ମଧ୍ୟ ହୁଣ୍ଡିରୁ କିପରି ଦାନ ଅର୍ଥ ବାହାରୁଛି ତାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ତେବେ ଏସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ ନାହିଁ। ମାତ୍ର ଅନେକ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ପ୍ରତ୍ୟହ ଦର୍ଶନ ପାଇଁ ଆସୁଛନ୍ତି। ସେମାନେ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନଙ୍କୁ ଦର୍ଶନ କରିବା ସହ ପତିତପାବନ ବାନାକୁ ମୁଣ୍ଡିଆ ମାରି ଫେରୁଛନ୍ତି। ଏହି ଭକ୍ତମାନଙ୍କ ମଧ୍ୟରୁ ଅନେକ ମହାପ୍ରଭୁଙ୍କୁ ଦାନ ଦେବାକୁ ଚାହିଁଥାନ୍ତି। ହେଲେ ଭିତରକୁ ଯାଇପାରୁ ନ ଥିବାବେଳେ ସେମାନେ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ, ପୋଲିସଙ୍କୁ ଦାନ ଅର୍ଥ ଦେଇ ହୁଣ୍ଡିରେ ପକାଇ ଦେବାକୁ କହିଥାନ୍ତି। ତେଣୁ ଏହିପରି ଭାବେ ପ୍ରତ୍ୟହ ହୁଣ୍ଡିରୁ ଯାହା କିଛି ଦାନ ଅର୍ଥ ବାହାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri