ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିଲା। କ୍ୟାବିନେଟ ନିଷ୍ପତ୍ତି କୃଷି ସେକ୍ଟରରେ ପରିବର୍ତ୍ତନ ଆଣିବା ସହ କୃଷକଙ୍କ ଆୟ ବଢ଼ାଇବ ଏବଂ ଦେଶକୁ ପୁଞ୍ଜି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମକୁ କହିଛନ୍ତି। ଏଥିସହିତ କୃଷି ସାମଗ୍ରୀ ବାଣିଜ୍ୟକୁ ଅବାଧ କରିବା ଲାଗି କୃଷି ଉତ୍ପାଦନ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ, ୨୦୨୦ ଏବଂ ମୂଲ୍ୟ ଆଶ୍ୱାସନା ଉପରେ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତିନାମା ଓ କୃଷି ସେବା ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହା ‘ଏକ ରାଷ୍ଟ୍ର, ଏକ କୃଷି ବଜାର’ ସୃଷ୍ଟିରେ ସହାୟକ ହେବ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପ୍ରସ୍ତାବିତ ସଂଶୋଧନ ଘରୋଇ ନିବେଶକମାନଙ୍କୁ ଅତ୍ୟଧିକ ଆଇନଗତ ହସ୍ତକ୍ଷେପରୁ ମୁକ୍ତ କରିବ ବୋଲି କୃଷିମନ୍ତ୍ରୀ ତୋମାର କହିଛନ୍ତି।
ଅଭାବ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଖାଉଟିଙ୍କ ପାଇଁ ସହାୟକ ହେଉଥିଲା। ତେବେ କୃଷି ଉତ୍ପାଦନର ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବାରୁ ଉକ୍ତ ଆଇନରେ ପରିବର୍ତ୍ତନ ଲାଗି କୃଷକମାନେ ଦାବି କରିଆସୁଥିଲେ। ଏହି ଆଇନରେ ଐତିହାସିକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଥିବା ଜାଭେଡକର କହିଛନ୍ତି। ପ୍ରସ୍ତାବିତ ସଂଶୋଧନରେ ଶସ୍ୟ, ଖାଇବା ତେଲ, ଆଳୁ, ପିଆଜ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦିଆଯାଇଛି। ସେହିପରି ଭାରତକୁ ପୁଞ୍ଜି ଆକର୍ଷଣ କରିବା ଲାଗି ମନ୍ତ୍ରଣାଳୟ ତଥା ବିଭାଗରେ ଉଚ୍ଚ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀ (ଇଜିଓଏସ୍‌) ଏବଂ ପ୍ରୋଜେକ୍ଟ ଡେଭେଲପ୍‌ମେଣ୍ଟ ସେଲ୍‌ (ପିଡିସି) ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଏଣିକି ଚାଷୀ ସେମାନଙ୍କ ଉତ୍ପାଦନକୁ ପାରସ୍ପରିକ ବୁଝାମଣାରେ ଅଧିକ ମୂଲ୍ୟରେ ବିକ୍ରି କରିପାରିବେ। ଏହା ଯୋଗାଣ ଶୃଙ୍ଖଳକୁ ମଜଭୂତ କରିପାରିବ। ପ୍ରଥମ ଥର ପାଇଁ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା କୃଷକମାନେ କୃଷି ଉତ୍ପାଦନ ବିପଣନ କମିଟି ଆଇନର କଟକଣାରୁ ମୁକ୍ତ ହେବେ ଏବଂ ସେମାନଙ୍କ ସାମଗ୍ରୀକୁ ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଅଧିକ ଦାମ୍‌ରେ ବିକ୍ରି କରିପାରିବେ। ସେହିପରି ସରକାର ଅନୁମୋଦନ କରିଥିବା ଦୁଇଟି ଅଧ୍ୟାଦେଶ କୃଷକ ଓ ବ୍ୟବସାୟୀମାନଙ୍କୁ ସେମାନଙ୍କ ସାମଗ୍ରୀ କିଣାବିକା କ୍ଷେତ୍ରରେ ଅଧିକ ସ୍ବାଧୀନତା ଦେବ ବୋଲି ତୋମାର କହିଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ ଜାରି ହେବା ଫଳରେ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ସଜାଡ଼ିବା ଲାଗି ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦୁଇଥର କ୍ୟାବିନେଟ ବୈଠକ ବସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri