ଅତି ଧନୀଙ୍କ ଟିକସ ବୃଦ୍ଧି ପାଇଁ ସୁପାରିସ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଲାଗି ସରକାର ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଟିକସ ବଢାଇପାରନ୍ତି। ସେହିଭଳି ବିଦେଶୀ କମ୍ପାନୀଗୁଡିକ ଉପରେ ଲାଗୁ ହେଉଥିବା ଟିକସ ମଧ୍ୟ ବଢିବା ନେଇ ଆଲୋଚନା ହେଉଛି। ଏହି ବର୍ଗଗୁଡିକରେ ଟିକସ ବୃଦ୍ଧି କରିବାକୁ ବରିଷ୍ଟ ଟିକସ ଅଧିକାରୀମାନେ ସରକାରଙ୍କୁ ସୁପାରିସ କରିଛନ୍ତି। ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ସଂଘ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ପି.ସି.ମୋଦିଙ୍କୁ ଫିସ୍‌କାଲ ଅପ୍ସନ ଆଣ୍ଡ ରେସ୍‌ପନ୍ସ ଟୁ ଦ କୋଭିଡ୍‌-୧୯ ଏପିଡେମିକ (ଫୋର୍ସ) ନାମରେ ଉକ୍ତ ପ୍ରସ୍ତାବ ରଖିଛି। ଯେଉଁ ଟିକସଦାତା ଠିକ୍‌ ସମୟରେ ଟିକସ ପଇଠ କରିବା ସହ ସରକାରଙ୍କ ନିୟମ ଅନୁପାଳନ କରୁଛନ୍ତି ସେମାନଙ୍କୁ କେବଳ ଟିକସ କ୍ଷେତ୍ରରେ ରିହାତି ଦିଆଯିବା ଉପରେ ପେପରରେ ଉଲ୍ଲେଖ ରହିଛି। ସରକାରଙ୍କ ମହଙ୍ଗା ଭତ୍ତା ସମ୍ପର୍କିତ ନିଷ୍ପତ୍ତି ଦ୍ୱାରା ରାଜକୋଷରେ ୩୭ ହଜାର କୋଟି ଟଙ୍କା ବଞ୍ଚିବ।
କିଛି ପ୍ରସ୍ତାବକୁ ସାମୟିକ ଲାଗି କାର୍ଯ୍ୟକାରୀ କରାଇବାକୁ ସଂଘ ପକ୍ଷରୁ କୁହାଯାଇଛି। ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟକାରୀ ବ୍ୟକ୍ତିବିଶେଷଙ୍କ ଉପରେ ଟିକସର ସୀମା ୩୦%ରୁ ୪୦%କୁ ବଢାଇବା ଲାଗି ପ୍ରସ୍ତାବ ରହିଛି। ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଓ୍ବେଲ୍‌ଥ ଟିକସ ପୁଣି ଲାଗୁ କରିବାକୁ କୁହାଯାଇଛି। ଏହି ପ୍ରସ୍ତାକୁ ସରକାର ୩ରୁ ୬ ମାସ ପର୍ଯ୍ୟନ୍ତ ଲାଗୁ କରିପାରିବେ ବୋଲି ସଂଘ ମତ ରଖିଛି। ବଜେଟ ୨୦୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୁପର ରିଚ୍‌ଙ୍କ ଲାଗି ସରଚାର୍ଜ ଲାଗୁ କରିଥିଲେ। ଏହାଦ୍ୱାରା ରାଜକୋଷକୁ ୨,୭୦୦ କୋଟି ଆସିବ ବୋଲି ଆକଳନ କରାଯାଇଥିଲା। ବର୍ତ୍ତମାନ ସର୍ବୋଚ୍ଚ ଟିକସ ସୀମା ୩୦% ରହିଥିବା ବେଳେ ଏହାକୁ ୪୦% ବଢାଗଲେ ସରଚାର୍ଜରୁ ସରକାରଙ୍କ ଆୟ ମଧ୍ୟ ବଢିଯିବ। ବାର୍ଷିକ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟକାରୀ ବ୍ୟକ୍ତିବିଶେଷଙ୍କୁ ସୁପର ରିଚ୍‌ ବୋଲି ବିବେଚନା କରାଯାଉଛି।
ସରକାରଙ୍କୁ ପ୍ରଦାନ କରାଯାଇଥିବା ବର୍ତ୍ତମାନର ପେପରକୁ ୫୦ ସଦସ୍ୟ ବିଶିଷ୍ଟ ଆଇଆର୍‌ଏସ୍‌ ଅଧିକାରୀଙ୍କ ଟିମ୍‌ ପ୍ରସ୍ତୁତ କରିଛନ୍ତି। ସୁପର ରିଚ୍‌ଙ୍କ ଉପରେ ୨ ପ୍ରକାର ଟିକସ ଲାଗୁ କରିବା ଲାଗି ପ୍ରସ୍ତାବରେ କୁହାଯାଇଛି। ବାର୍ଷିକ ୧ କୋଟିରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସୁପର ରିଚ୍‌ ବର୍ଗରେ ରଖାଯାଇଛି। ଏମାନଙ୍କ ଉପରେ ୩୦% ଟିକସ ଲାଗୁ ହେଉଥିବା ବେଳେ ଏହାକୁ ବଢାଇ ୪୦% କରାଯିବାକୁ ପ୍ରସ୍ତାବ ରହିଛି। ଯେଉଁମାନଙ୍କର ବାର୍ଷିକ ଆୟ ୫ କୋଟି ଟଙ୍କାରୁ ଅଧିକ ସେମାନଙ୍କୁ ଅଲ୍‌ଟ୍ରା ରିଚ୍‌ ଭାବେ ବିବେଚନା କରାଯିବା ସହ ଓ୍ବେଲ୍‌ଥ ଟିକସ ଲାଗୁ କରାଯିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି।
ବିଦେଶୀ କମ୍ପାନୀଙ୍କ ସର୍‌ଚାର୍ଜ
ବିଦେଶୀ କମ୍ପାନୀଙ୍କ ଉପରେ ବିଚାର କଲେ ପ୍ରସ୍ତାବିତ ନିୟମକୁ ୯ ରୁ ୧୨ ମାସ ଲାଗି ଲାଗୁ କରିବାକୁ କୁହାଯାଇଛି। ଅର୍ଥାତ୍‌ ବିଦେଶୀ କମ୍ପାନୀଙ୍କ ଉପରେ ସର୍‌ଚାର୍ଜ ବଢ଼ାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଅଧିକାରୀ ସଂଘ। ବର୍ତ୍ତମାନ ୧ରୁ ୧୦ କୋଟି ଟଙ୍କା ଆୟ ଉପରେ ୨% ସର୍‌ଚାର୍ଜ ଲାଗୁ ହେଉଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ୫% ସରଚାର୍ଜ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri