ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା

ବର୍ଲିନ,୨୮ା୩ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପିବାରେ ଲାଗିଛି। ୧୯୯ ଦେଶରେ ମୋଟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୬୦ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୫ ହଜାର ପାର ହୋଇଯାଇଛି। ଉଭୟ ସଂଖ୍ୟା ସପ୍ତାହେ ହେଲା ଦ୍ରୁତଗତିରେ ବଢ଼ିଚାଲିଛି, ଯାହା ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ବୈଜ୍ଞାନିକମାନେ ପ୍ରତିଷେଧକ ଟିକା ଉଦ୍ଭାବନ, ପ୍ରଭାବୀ ଉପଚାର ଖୋଜିବାରେ ଲାଗିଥିବାବେଳେ ଯେଭଳି ଖୁବ୍‌ଶୀଘ୍ର କରୋନା ଭାଇରସ୍‌ ଚିହ୍ନଟ ହୋଇପାରିବ ସେଥିପାଇଁ ଟେଷ୍ଟ କିଟ୍‌ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସମ୍ପ୍ରତି କୋଭିଡ୍‌-୧୯ ଭାଇରସ୍‌କୁ ଚିହ୍ନଟ କରିବା ପାଇଁ ପ୍ରାୟ ୨ଦିନ ଲାଗୁଛି। କିନ୍ତୁ ଏହି ଟେଷ୍ଟକୁ ମାତ୍ର ଅଢ଼େଇ ଘଣ୍ଟାରେ କରିହେବ। ଏଭଳି ଦାବି କରିଛି ଜର୍ମାନ କମ୍ପାନୀ ରବର୍ଟ ବୋସ୍କ ଜିଏମ୍‌ବିଏଚ୍‌। କାରଣ କମ୍ପାନୀ ଦ୍ୱାରା ବିକଶିତ ହୋଇଛି ଏକ ଟେଷ୍ଟ କିଟ୍‌, ଯାହା କମ୍‌ ସମୟ ମଧ୍ୟରେ ଜଣାଇଦେବ କରୋନା ପଜିଟିଭ ନା ନେଗେଟିଭ।
କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭୋଲକମର୍‌ ଡେନର୍‌ କହିଛନ୍ତି ଯେ, ନୂତନ ପରୀକ୍ଷଣରେ ଭାଇଭାଲିଟିକ୍‌ ମଲିକୁଲାର ଡାଏଗ୍ନୋଷ୍ଟିକ ପ୍ଲାଟଫର୍ମ ବ୍ୟବହାର କରାଯାଇଛି, ଯାହା କମ୍ପାନୀର ସ୍ବାସ୍ଥ୍ୟସେବା ବିଭାଗ ଦ୍ୱାରା ପ୍ରସ୍ତୁତ। ଜୀବାଣୁ ଓ ଭୂତାଣୁ ଦ୍ୱାରା ସଂକ୍ରମିତ ଜ୍ୱର, କାଶ, ସର୍ଦ୍ଦି ଏବଂ ନିମୋନିଆ ଭଳି ରୋଗକୁ ଚିହ୍ନିବା ପାଇଁ ଏହି ଉପକରଣ ପୂର୍ବରୁ ହସ୍ପିଟାଲ, ଲାବୋରେଟୋରି ଏବଂ ଚିକିତ୍ସା ଅଭ୍ୟାସରେ ବ୍ୟବହୃତ ହେଉଛି। ଏହା ଏପ୍ରିଲରେ ଜର୍ମାନୀରେ ଉପଲବ୍ଧ ହେବା ପରେ ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେବ।
ଯଥାଶୀଘ୍ର ସମ୍ଭବ କୋଭିଡ୍‌-୧୯କୁ ଚିହ୍ନଟ କରାଗଲେ ତାହାର ବିସ୍ତାରକୁ ନିୟନ୍ତ୍ରଣ କରିହେବ। ଦକ୍ଷିଣ କୋରିଆରେ ଶୀଘ୍ର ଚିହ୍ନଟ ହୋଇପାରିବା କାରଣରୁ ରୋଗୀ ଓ ମୃତ୍ୟୁ ସଂଖ୍ୟା ବ୍ୟାପକ ହେବାରୁ ରୋକାଯାଇପାରିଛି। କିନ୍ତୁ ଇଟାଲୀ ଏବଂ ଆମେରିକାରେ ପରୀକ୍ଷଣର ଅଭାବ ଯୋଗୁ ସଂକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri