ଅଟୋ ଶିଳ୍ପରେ ଶୀଘ୍ର ଉନ୍ନତି ଆସିବ

ଗ୍ରାହକଙ୍କ ଚାହିଦାକୁ ଅଟୋ କମ୍ପାନୀଗୁଡିକ ସର୍ବଦା ଧ୍ୟାନରେ ରଖିଥାନ୍ତି। ବିଭିନ୍ନ କମ୍ପାନୀ ଏଥି ଲାଗି ବିଭିନ୍ନ ଯୋଜନା ସହ କାମ କରୁଛନ୍ତି। ଗ୍ରାହକଙ୍କ ନିକଟରେ ଅତି ଲୋକପ୍ରିୟ ବ୍ରାଣ୍ଡ ଭାବେ ଫୋର୍ଡର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଘରୋଇ ଅଟୋଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କମ୍ପାନୀର ସ୍ଥିତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏହାର ସେଲ୍‌ସ ବିଭାଗ ଉପସଭାପତି ଏସ୍‌. ଲକ୍ଷ୍ମୀ ରାମ କୁମାର ଧରିତ୍ରୀକୁ ଦେଇଥିବା ସହ ସାକ୍ଷାତକାର……
-ମାନ୍ଦାବସ୍ଥା ପ୍ରଭାବରେ ସାରା ଦେଶର ଅଟୋ ଶିଳ୍ପ ପ୍ରଭାବିତ। ଏଭଳି ସ୍ଥିତି ନେଇ କଣ ମତ ରଖିବେ?
ନିଶ୍ଚିତ। ମାନ୍ଦାବସ୍ଥା ଅଟୋ ଉଦ୍ୟୋଗକୁ ବର୍ତ୍ତମାନ ପ୍ରଭାବିତ କରିଛି। ପ୍ରତି ଶିଳ୍ପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥିତି ଦେଇ ଗତି କରିବାକୁ ହୁଏ। ଏହାକୁ ସାମ୍ନା କରିବାକୁ ହେବ। ଭାରତ ବଜାରର ମୌଳିକ ଢାଞ୍ଚା ବହୁତ ଶକ୍ତିଶାଳୀ। ବଜାର ଉପରେ ଆମର ଭରଷା ଦୃଢ ରହିଛି। ବର୍ତ୍ତମାନର ମାନ୍ଦାବସ୍ଥା କ୍ଷୟସ୍ଥାୟୀ। ଚାହିଦା ଶୀଘ୍ର ବଢିବ। ଶୀଘ୍ର ଶିଳ୍ପରେ ଉନ୍ନତି ଆସିବ ବୋଲି ଆଶାବାଦୀ।
– ଘରୋଇ ବଜାରକୁ ନେଇ ଫୋର୍ଡର ଯୋଜନା ସମ୍ପର୍କରେ କିଛି କହିବେ?
ଭାରତ ବଜାର ଫୋର୍ଡ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏଠାରେ କମ୍ପାନୀ ବୃହତ୍ତ ପରିମାଣର ନିବେଶ କରିଛି। ଚେନ୍ନାଇ ଏବଂ ସାନନ୍ଦଠାରେ ୨ ପ୍ଲାଣ୍ଟରୁ ବର୍ତ୍ତମାନ ଯାନ ଉତ୍ପାଦନ ହେଉଥିବା ବେଳେ ଘରୋଇ ବଜାର ସମେତ ୬୫ରୁ ଅଧିକ ଦେଶକୁ ରପ୍ତାନି କରୁଛୁ। ସାରା ଦେଶରେ ୨୯୨ ସହରରେ ୫୪୧ ଟଚ୍‌ ପଏଣ୍ଟ, ୧୭୪ ଡିଲର ପ୍ରିନ୍ସପାଲ ଏବଂ ୩୬୭ ଶୋ’ରୁମ ଦ୍ୱାରା ପ୍ରଡକ୍ଟ ଏବଂ ସେବା ଯୋଗାଇ ଦେଉଛୁ।
– ଓଡିଶା ବଜାରକୁ କିଭଳି ଦେଖୁଛନ୍ତି। ଏଠାରେ କିଛି ନୂଆ ସମ୍ପ୍ରସାରଣ ଯୋଜନା ରଖିଛନ୍ତି କି?
– ଓଡିଶା ଆମ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର ରହି ଆସିଛି। ବର୍ତ୍ତମାନ ଏଠାରେ ସହରଗୁଡିକର କଳେବର ବଢି ଚାଲିଛି। ଲୋକଙ୍କର ମୋବିଲିଟି ଚାହିଦା ମଧ୍ୟ ବଦଳିଛି। ନୂଆ ନୂଆ ଶୋ’ରୁମର ଆବଶ୍ୟକତା ଉପଲବ୍ଧି କରି ଆଗକୁ ବଢୁଛୁ। ସମ୍ପ୍ରସାରଣ ଦିଗରେ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ଓଡ଼ିଶାରେ ମୋଟ ୭ ଆଉଟଲେଟ୍‌ ରହିଛି। ଏଗୁଡିକ ମଧ୍ୟରେ ରାଉରକେଲା, ବାଲେଶ୍ୱର, କଟକ, ଭୁବନେଶ୍ୱର, ବଲାଙ୍ଗୀର ଏବଂ ଅନୁଗୋଳ ଭଳି ସ୍ଥାନ ସାମିଲ ରହିଛି।
– ପରିବର୍ତ୍ତିତ ବଜାର ସ୍ଥିତିକୁ ନେଇ କମ୍ପାନୀ ନିଜକୁ କିଭଳି ପ୍ରସ୍ତୁତ କରୁଛି?
– ପରିବର୍ତ୍ତିତ ସ୍ଥିତିରେ ସବୁ ବେଳେ ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖିଛୁ। ୟୁଟିଲିଟି ଭେଇକିଲ ବିକ୍ରି ବଢିବାର ଅନେକ ସମ୍ଭାବନା ରହିଛି। ଭାରତୀୟ ଗ୍ରାହକଙ୍କ ଧ୍ୟାନରେ ରଖି ପ୍ରଡକ୍ଟ ଡିଜାଇନ ହେଉଛି। ସର୍ବୋତ୍ତମ ପ୍ରଡକ୍ଟ ପ୍ରଦାନ ଦିଗରେ ଉଦ୍ୟମ ଜାରି ରଖିଛୁ। ଅନ୍ୟ କମ୍ପାନୀ ତୁଳନାରେ ଆମର ଏଣ୍ଟ୍ରିଲେଭଲ ଭାରିଆଣ୍ଟଗୁଡିକରେ ଏବିଏସ୍‌, ଏବିଡି, ଏୟାରବ୍ୟାଗ ଭଳି ଅତ୍ୟାଧୁନିକ ଫିଚର ପ୍ରଦାନ କରୁଛୁ। ନୂଆ ଟେକ୍ନୋଲୋଜିକୁ ଅଗ୍ରାଧିକାର ଦିଆଯାଉଛି। ଏହାବାଦ ପାଓ୍ବାର ଏବଂ ମାଇଲେଜର ମିଶ୍ରଣକୁ ଫୋର୍ଡ ପ୍ରାଥମିକତା ଦେଉଛି। ଏହାବାଦ ନଏଜ କ୍ୟାନସଲେଶନ, ଇଣ୍ଡଷ୍ଟ୍ରି ଫାଷ୍ଟ ଫିଚରକୁ ମଧ୍ୟ ସାମିଲ କରାଯାଇଛି। ଏଣ୍ଟ୍ରିଲେଭଲ ଫିଗୋ, କମ୍ପାକ୍ଟ ୟୁଟିଲିଟି ଯାନ ଫ୍ରି ଷ୍ଟାଇଲ, କମ୍ପାକ୍ଟ ସେଡାନ ଆସ୍ପାୟାର, ଏଣ୍ଡେଭର ଏବଂ ମଷ୍ଟାଙ୍ଗ ଭଳି ପ୍ରିମିୟମ କାର ସହ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ରେଞ୍ଜରେ ପ୍ରଡକ୍ଟ ପ୍ରଦାନ କରୁଛୁ। ଆମେ ଶୀଘ୍ର ଆମର ସବୁ କାରକୁ ଷ୍ଟେଜ ୬ ମାନକ ଇଞ୍ଜିନ ସହ ଆଣିବା ନେଇ ପ୍ରସ୍ତୁତ ରହିଛୁ।
– ମହିନ୍ଦ୍ରା ସହ ଫୋର୍ଡ ସହଭାଗିତା ସମ୍ପର୍କରେ କହିବେ?
– ମହିନ୍ଦ୍ରା ସହ ମିଳିତ ହୋଇ ଆଗାମି ଦିନରେ ସି- ଏସ୍‌ୟୁଭି ଆଣିବୁ। ଏହା ମଧ୍ୟମ ବର୍ଗରେ ଆସିବ। ଏହାବାଦ ମିଳିତ ହୋଇ ଇ-ଯାନ, କମ୍ପାକ୍ଟ କାର୍‌, ପାଓ୍ବାରଟ୍ରେନ କନେକ୍ଟେଡ କାର୍‌ ଆଣିବା ଦିଗରେ ଯୋଜନା ରହିଛି। ଇ-ଯାନ କ୍ଷେତ୍ରରେ ସମ୍ଭାବନା ଥିବାରୁ ଆଗକୁ ଏ କ୍ଷେତ୍ରରେ କାମ କରିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri