ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର

ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍‌ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା କରିଥିଲେ। ଏହି ଧାରାରେ ସେ ଓ୍ବିପ୍ରୋର ୭,୩୦୦ କୋଟି ଟଙ୍କାର ଅଂଶଧନକୁ ବିକ୍ରି କରିଥିବା ଜଣାପଡ଼ିଛି। ବାଏବ୍ୟାକ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରେମଜୀ ପ୍ରମୋଟରଙ୍କୁ ଏହି ଶେୟାର ବିକ୍ରି କରିଛନ୍ତି। ୨୧ ଜୁନରେ ଶେୟାର ପିଛା ୩୨୫ ଟଙ୍କା ମୂଲ୍ୟରେ ୩୨ କୋଟି ପୂର୍ଣ୍ଣ ପେଡ୍‌ ଅପ୍‌ ଇକ୍ୱିଟି ଶେୟାର ଲାଗି ପୋଷ୍ଟବାଏ ବ୍ୟାକ୍‌ ଅଫର ଘୋଷଣା କରାଯାଇଥିଲା ବୋଲି ଷ୍ଟକ ଏକ୍ସଚେଞ୍ଜକୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଫର ଗତ ମାସରେ ଶେଷ ହୋଇଥିବା ବେଳେ ଶେୟାର ବ୍ୟାଏବ୍ୟାକ ନେଇ ଓ୍ବିପ୍ରୋ ବୋର୍ଡ ପକ୍ଷରୁ ଚଳିତ ବର୍ଷ ଏପ୍ରିଲରେ ଘୋଷଣା କରାଯାଇଥିଲା। ଶେୟାର ବାଏବ୍ୟାକରୁ ମିଳୁଥିବା ଅର୍ଥ ମଧ୍ୟରୁ ସିଂହଭାଗ ଅଂଶ ଅଜିମ ପ୍ରେମଜୀ ଫାଉଣ୍ଡେଶନ ଦ୍ୱାରା ଜନ କଲ୍ୟାଣକାରୀ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଏହି ଫାଉଣ୍ଡେଶନ ଦୁନିଆର ପଞ୍ଚମ ବୃହତ ଏବଂ ଏସିଆର ସବୁଠାରୁ ବୃହତ ଦାତବ୍ୟ ଅନୁଷ୍ଠାନ।
ଅଜିମ ପ୍ରେମଜୀ ଚଳିତବର୍ଷ ଜୁଲାଇରେ ଓ୍ବିପ୍ରୋର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଅବସର ନେଇଛନ୍ତି। ଏହାପରେ କମ୍ପାନୀର ଦାୟିତ୍ୱ ତାଙ୍କ ପୁତ୍ର ରିଷଦ ପ୍ରେମଜୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ବ୍ଲୁମବର୍ଗ ବିଲିୟନାରୀ ସୂଚୀ ମୁତାବକ ଅଜୀମ ପ୍ରେମଜୀଙ୍କ ନିକଟରେ ମୋଟ ୧୮ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ଓ୍ବିପ୍ରୋରେ ଥିବା ନିଜର ଅଂଶଧନରୁ ଆସିଥିବା ଲାଭକୁ ଅଜିମ ପ୍ରେମଜୀ ଫାଉଣ୍ଡେଶନକୁ ଦେବା ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ଏହାର ଭାଲ୍ୟୁ ୧.୪୫ ଲକ୍ଷ କୋଟି ଟଙ୍କା ହେବ। ସମାଜ କଲ୍ୟାଣ ଲାଗି ବୃହତ୍ତ ପରିମାଣର ସମ୍ପତ୍ତି ଦାନ କରିଥିବା ବିଶ୍ୱର ପ୍ରମୁଖ ବ୍ୟକ୍ତି ଯଥା-ବିଲ୍‌ ଗେଟ୍‌ସ, ଓ୍ବାରେନ ବଫେଟ ଏବଂ ଜର୍ଜ ସୋରସଙ୍କ ଭଳି ବ୍ୟକ୍ତିଙ୍କ ସହ ପ୍ରେମଜୀଙ୍କ ନାମକୁ ସମକକ୍ଷ ମାନାଯାଇଥାଏ। ପ୍ରେମଜୀ ଫାଉଣ୍ଡେଶନ ଏକ ଚାରିଟେବୁଲ ଟ୍ରଷ୍ଟ ହୋଇଥିବା ବେଳେ ସରକାରଙ୍କ ସହ ମିଳିତ ହୋଇ ବିଭିନ୍ନ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପଛୁଆ ଅଞ୍ଚଳରେ ଏହା ଅନେକ କାମ କରିଛି। ବାଙ୍ଗାଲୋରଠାରେ ଫାଉଣ୍ଡେଶନ ପକ୍ଷରୁ ପ୍ରେମଜୀ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଇଛି। ଦେଶ ବିଭାଜନ ସମୟରେ ପ୍ରେମଜୀଙ୍କ ପରିବାର ଭାରତ ଚାଲି ଆସିଥିଲେ। ପାକିସ୍ତାନରେ ରହିବା ନେଇ ଏହାର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରସ୍ତାବକୁ ପ୍ରେମଜୀଙ୍କ ପରିବାର ଅଗ୍ରାହ୍ୟ କରି ଭାରତରେ ରହିବାକୁ ପସନ୍ଦ କରିଥିଲେ। ଅଜିମ ପ୍ରେମଜୀଙ୍କ ବାପା ମହମ୍ମଦ ହାସିନ ପ୍ରେମଜୀଙ୍କ ଜିନ୍ନା ପାକିସ୍ତାନର ଅର୍ଥମନ୍ତ୍ରୀ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ମାତ୍ର ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରି ସେ ପରିବାର ସହ ଭାରତ ଚାଲି ଆସିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri