Posted inଫୁରସତ

ଅଜବ ଶିଶୁଙ୍କ ଗଜବ କଥା

ଏମାନେ ସମସ୍ତେ ଛୋଟ ପିଲା। ସବୁ ପିଲାଙ୍କ ପରି ଏମାନଙ୍କର ବି କୁନି କୁନି ସ୍ବପ୍ନ। କିନ୍ତୁ ଅସାଧାରଣ ସେମାନଙ୍କ ଚେହେରା, ଯାହା ଅନ୍ୟମାନଙ୍କଠାରୁ ସେମାନଙ୍କୁ ଭିନ୍ନ କରେ । କିଏ ଆଜନ୍ମରୁ ଭିନ୍ନ ତ
କିଏ ନିଜକୁ ଭିନ୍ନ କରି ଗଢି ତୋଳିଛି । ଆଉ ପାଲଟିଛନ୍ତି ଜଣେ ଜଣେ ବିସ୍ମୟ ଶିଶୁ । ଜାଣନ୍ତୁ ସେମାନଙ୍କ ଜୀବନର ରୋଚକ କଥା…

ନାକ ନ ଥିବା ଝିଅ-ଜନ୍ମ ପରେ ଯେବେ ମା’ ଦେଖିଲେ ଝିଅ ତାଙ୍କର ବିନା ନାକରେ ଜନ୍ମ ହୋଇଛି, ସେ ବୁଝିପାରି ନ ଥିଲେ ଶିଶୁଟି କେମିତି ବଞ୍ଚିବ। ହେଲେ ଦିନ ବିତିବା ସହ ଶିଶୁଟି ଆରାମରେ ବଞ୍ଚତ୍ବା ସହ ସବୁବେଳେ ତା’ ମୁହଁରେ ଲାଖି ରହୁଥିଲା ହସ। ୟୁକେ, ମଘେରାସ୍ଥ ଗ୍ରେନ୍‌ ଇଭାନ୍‌ଙ୍କ ଝିଅ ଟେସା ଇଭାନ ଏଭଳି ଏକ ବିରଳ ସ୍ଥିତିରେ ଜନ୍ମ ହୋଇଥିଲେ। କେବଳ ସେତିକି ନୁହେଁ ତାଙ୍କ ହୃତ୍‌ପିଣ୍ଡରେ ଛୋଟ କଣା ଏବଂ ବାମ ଆଖିରେ କାଟାରାକ୍ଟ ଥିବାରୁ ସର୍ଜରି ସମୟରେ ଦୃଷ୍ଟିଶକ୍ତି ବି କମିଗଲା। ଶରୀରରେ ଏତେ ସବୁ ଅଭାବ ସତ୍ତ୍ୱେ ଅନ୍ୟ ପିଲାଙ୍କ ଭଳି ଟେସା ହସେ, ଖେଳେ, ନାଚିବାକୁ ବି ଭଲପାଏ। ନିକଟରେ ତାଙ୍କର ଏକ ପ୍ରୋସ୍ଥେଟିକ ନାକ ଲଗାଯାଇଛି। ବୟସ ବଢିବା ସହ ଏହି ନାକ ବି ବଦଳାଯିବ।
ଜନ୍ମରୁ ପାଚିଲା ଚୁଟି ଥିବା ଝିଅ- ସାଉଥକାରୋଲିନା, ରିଜଲାଣ୍ଡର କୁନି ଝିଅ ମିଲିଆନା ଓ୍ବରଦି। ଜନ୍ମରୁ ତାଙ୍କର ସାମ୍‌ନା ପଟ ଚୁଟି ପାଚିଲା। କେବଳ ତାଙ୍କର ନୁହେଁ ତାଙ୍କ ମା’ ବ୍ରିଆନାଙ୍କ ସାମ୍‌ନା ପଟ ଚୁଟି ବି ପାଚିଲା। ଏଭଳି ଅଜବ ବର୍ଥମାର୍କ ତାଙ୍କ ପରିବାରର ୪ ପିଢି ଧରି ରହିଆସିଛି। ମିଲିଆନା ହେଉଛନ୍ତି ଏହି ପରିବାରର ଚତୁର୍ଥ ପିଢି। ମିଲିଆନାଙ୍କ କେଶ ଧଳା ହେବା ସହ କେଶତଳଭାଗର ଚର୍ମରେ ବି ଧଳା ପ୍ୟାଚ୍‌ ପଡିଛି। ତେବେ ବ୍ରିଆନା ଝିଅକୁ ଏମିତି ବଢାଉଛନ୍ତି, ଯେମିତିକି ବଡ଼ ହେବାପରେ ନିଜର ଧଳା କେଶକୁ ନେଇ ସେ ନିଜକୁ ହୀନ ମନେ କରିବ ନାହିଁ। ବରଂ ନିଜକୁ ଖାସ୍‌ ଓ ସ୍ବତନ୍ତ୍ର ମନେ କରିବ।
ଘନ କେଶ ଥିବା ଶିଶୁ ଜୁନିୟର କକ୍ସ-ନୁନ୍‌ : ‘ଦ ଲିଟିଲ୍‌ ବିୟର୍‌ ’ଭାବେ ଏହି କୁନି ଶିଶୁଟି ପରିଚିତ । ବ୍ରିଟେନ୍‌, ୟୁକେର ଜୁନିୟର କକ୍ସଙ୍କର ଜନ୍ମରୁ ଥିଲା ପ୍ରଚୁର କେଶ। ଆଉ ତାହା ଅଜବ ବି ଥିଲା। କେଶ ମୋଟା, ବହଳ ହେବାସହ ତାହା ଉପରକୁ ଉଠିକି ରହୁଥିଲା। ତାଙ୍କ ମା’ଙ୍କୁ ଏହି କେଶ ସମ୍ଭାଳିବା ଲାଗି ବହୁତ କଷ୍ଟ କରିବାକୁ ପଡୁଥିଲା। ୮ ମାସ ହେବା ସମୟରେ ତାଙ୍କ ମା’ ତାଙ୍କ କେଶର ଫଟୋ ଉଠାଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଲମ୍ବା ଆଖିପତା ଥିବା ବାଳକ- ୧୨ ବର୍ଷ ବୟସ୍କ ମୁଇନ୍‌ ବଚୋନେଭ୍‌ଙ୍କ ଆଖିପତାର ଲମ୍ବ ପ୍ରାୟ ୨ ଇଞ୍ଚ ।
ଜନ୍ମ ସମୟରେ ତାଙ୍କ ଅଖିପତା ଏତେ ଲମ୍ବା ଥିଲ ଯେ, ତାହା ତାଙ୍କ ଓଠକୁ ଛୁଉଁଥିଲା। ଏବେ ତାହା ୧.୭ ଇଞ୍ଚ । ମସ୍କୋରେ ରହୁଥିବା ମୁଇନ୍‌ ନିଜ ଆଖିପତାକୁ ନେଇ ବେଶ୍‌ କମ୍ଫର୍ଟେବୁଲ। ରଷୀୟାନ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ବି ସେ ଲମ୍ବା ଆଖିପତା ପାଇଁ ସ୍ଥାନ ପାଇଛନ୍ତି। କେବଳ ଆଖିପତା ନୁହେଁ ମୁଇନ୍‌ଙ୍କ ଭ୍ରୁଲତା ବି ବେଶ୍‌ ବହଳ ଓ ଲମ୍ବା ।
ଗୁଇଲିଆନୋ ଷ୍ଟ୍ରୋ- ରୋମର ବାଳକ ଗୁଇଲିଆନୋ ମାତ୍ର ୨ ବର୍ଷ ବୟସରୁ ଜଣେ ବଡିବିଲ୍ଡର ଓ ଆଥଲେଟ୍‌ ହୋଇପାରିଥିଲେ। ତାଙ୍କ କୁନି ଶରୀରର ବଳିଷ୍ଠ ମାଂସପେଶୀ ଦେଖି ଲୋକେ ଚକିତ ହେଇଯାଉଥିଲେ। କଠିନରୁ କଠିନ ତାଲିମ ନେଇ ସେ ଅନେକ ଅସମ୍ଭବ କାମ କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛନ୍ତି। ଏବେ ସେ୧୫ ବର୍ଷ ବୟସର ବାଳକ।
୮ ମାସ ଝିଅର ଓଜନ ୧୭ କି.ଗ୍ରା.- ପଞ୍ଜାବର କୁନି ଝିଅ ଚାହତ କୁମାରଙ୍କ ଓଜନ ଜନ୍ମବେଳେ ସାଧାରଣ ଥିଲା। କିନ୍ତୁ ୪ ମାସର ହେବାବେଳକୁ ଅସ୍ବାଭାବିକଭାବେ ଓଜନ ବୃଦ୍ଧି ହେବାରେ ଲାଗିଲା। ଆଉ ୮ ମାସ ବେଳକୁ ଓଜନ ବଢି ବଢି ୧୭ କି.ଗ୍ରା.କୁ ପହଞ୍ଚତ୍ଗଲା। ଚାହତଙ୍କ ମା’ ରୀନା କହନ୍ତି, ଚାହତ ସାଧାରଣ ଶିଶୁ ଭଳି ନୁହେଁ। ତାକୁ ବାରମ୍ବାର ଭୋକ ଲାଗେ। ଖାଇବାକୁ ନ ଦେଲେ କାନ୍ଦେ। ହେଲେ ଅନ୍ୟ ପିଲାଙ୍କ ଭଳି ତାକୁ ବି ବାହାରକୁ ଯାଇ ଖେଳିବାକୁ ଇଚ୍ଛା ହୁଏ। କିନ୍ତୁ ଓଜନ ଅଧିକ ଥିବାରୁ ଟେକି ବାହାରକୁ ନେଇ ହୁଏନା। ସେ ବି ଭଲରେ ଚାଲିପାରେନା।


Enter your email to get our daily news in your inbox.

All Right Reserved By Dharitri.Com

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri