ଅଜଣା ରୋଗରେ ଶତାଧିକ ଗୋରୁ ଆକ୍ରାନ୍ତ

କୁଆମରା,୧୦ା୮(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଶତାଧିକ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ କ୍ରମେ ବିଭିନ୍ନ ଗ୍ରାମକୁ ବ୍ୟାପିବାର ଲାଗିଛି। ଏହି ରୋଗରେ ଗୋରୁଗୁଡିକ ପ୍ରଥମେ ଘୁମାଉଛନ୍ତି ଓ ପରେ ଦୁର୍ବଳ ହୋଇ ପଡୁଛନ୍ତି। ଦିନକ ପରେ ସେମାନଙ୍କ ଶରୀରରେ ଆବୁ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଜ୍ବର ହେବାରୁ ଗୋରୁ ଖିଆପିଆ ଛାଡ଼ି ପଡି ରହୁଛନ୍ତି। ଗୋଟିଏ ଗୋରୁକୁ ଏହି ରୋଗ ହେଲେ ନିକଟରେ ଥିବା ଅନ୍ୟ ଗୋରୁଙ୍କୁ ମଧ୍ୟ ବ୍ୟାପୁଛି। ତେବେ ଏହା ବସନ୍ତ ରୋଗ ବୋଲି ପ୍ରାଣୀ ଚିକିତ୍ସକ କହୁଥିବା ବେଳେ ଏହାର ପ୍ରତିଷେଧକ ଟୀକା କିମ୍ବା ଔଷଧ ପହଞ୍ଚି ନ ଥିବା କହିଛନ୍ତି। ଏହାର ନିରାକରଣ ପାଇଁ ପ୍ରତିଷେଧକ ଟୀକା ଯୋଗାଇ ଦେବାକୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଗୋ-ମଡକ ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।