ଅଗଷ୍ଟ ପୂର୍ବରୁ ମିଳିପାରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୨୫ ତାରିଖରୁ ଘରୋଇ ବଜାରରେ ବିମାନ ସେବା ପୁଣି ଥରେ ଶୁଭାରମ୍ଭ କରିବା ଲାଗି ସରକାର ନିକଟରେ ଘୋଷଣା କରିଛନ୍ତି। ସେହିଭଳି ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବା ଲୋକଙ୍କୁ ମିଳିପାରେ। ଏହାପୂର୍ବରୁ ଉକ୍ତ ସେବା ଯୋଗାଇଦେବାକୁ ସରକାର ଚେଷ୍ଟା କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ସୂଚନା ଦେଇଛନ୍ତି। ସ୍ଥିତିକୁ ଦେଖି ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। କରୋନା ଭାଇରସ୍‌ ଜନୀତ ଲକ୍‌ଡାଉନ ଲାଗି ସରକାର ମାର୍ଚ୍ଚ ୨୫ଠାରୁ ସବୁ ଫ୍ଲାଇଟ ସେବାକୁ ବନ୍ଦ କରିଦେଇଛନ୍ତି। ବନ୍ଦେ ଭାରତ ମିଶନ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୫୦ ହଜାର ଲୋକଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି। ପରିବର୍ତ୍ତିତ ଆଇନ ଅନୁସାରେ ଲୋକଙ୍କୁ ବିମାନ ସେବା ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜିୟୁରେ ୩ ଦିନିଆ ଜାତୀୟ କର୍ମଶାଳା

ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ନିଆଦିଲ୍ଲୀର କନ୍‌ସୋର୍ଟିୟମ ଫର୍‌ ଏଜୁକେଶନାଲ କମ୍ୟୁନିକେଶନ (ସିଇସି) ଏବଂ କେନ୍ଦ୍ର...

ବଜାରରେ ହାୟର ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫...

ମିଭାନ ସାମନ୍ତରାୟ ଜିତିଲେ ‘ହାର୍‌ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୧୯।୩: ଓଡ଼ିଶାର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଶୋ’ରୁମ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆୟୋଜିତ ଲକି ଡ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଭାଗ୍ୟଶାଳୀ...

ଦଶପଲ୍ଲାରେ ଏମ୍‌ଆର୍‌ଏଫ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୯।୩ (ଅଭୟ ଦାଶ): ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଟାୟାର ଉତ୍ପାଦକ କମ୍ପାନୀ ଏମ୍‌ଆର୍‌ଏଫ୍‌ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଆଶୁତୋଷ ଟାୟାର୍ସ’ ସୋମବାର ନୟାଗଡ଼ର ଦଶପଲ୍ଲାସ୍ଥିତ ହରିଡାବାରିଠାରେ...

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର...

ଉଦ୍ୟୋଗୀ ହେବା ପାଇଁ ନିରନ୍ତର ଉଦ୍ୟମ ଲୋଡ଼ା

ଗଞ୍ଜାମର ଗ୍ରାମାଞ୍ଚଳରୁ ଜୀବନ ଆରମ୍ଭକରି ଗ୍ରାମ୍ୟ ପରିବେଶରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଅତି ନିକଟରୁ କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରିଚାଳନାଗତ ଦକ୍ଷତା ଆହରଣ କରିପାରିଥିଲେ।...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ୨ ସମ୍ମାନଜନକ ପୁରସ୍କାର

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା): କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆୟୋଜିତ ଓଡ଼ିଶା ବାର୍ଷିକ ବୈଠକରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।...

ସୁରକ୍ଷା ପ୍ରତି ବେଦାନ୍ତର ପ୍ରତିବଦ୍ଧତା

ଭୁବନେଶ୍ୱର,୧୭।୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବିଶେଷକରି ନିରାପତ୍ତା ଉତ୍କର୍ଷ ପାଇଁ କମ୍ପାନୀ ତା’ର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି।...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri