ଅକ୍ଟୋବର ୨ରୁ ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ: ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ହଟିବ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ଆର୍ଥିକ ସ୍ବଚ୍ଛଳ ବର୍ଗରେ ପରିଣତ କରିବାକୁ କେନ୍ଦ୍ର ସରକାର ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସଚିବ ଅମରଜିତ ସିହ୍ନା ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ଅଭିଯାନ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଗ୍ରାମାଞ୍ଚଳରେ ସମ୍ବିଧାନର ଏକାଦଶ ପରିଚ୍ଛେଦରେ ଗ୍ରାମ ପଞ୍ଚାୟତକୁ ଦିଆଯାଇଥିବା ୨୯ ବିଭାଗ ଉପରେ ଏହି ଅଭିଯାନରେ ପଦକ୍ଷେପ ନିଆଯିବ। ଏଥିରେ ମୁଖ୍ୟତଃ କୃଷି, ଚାଷ ଜମିର ବିକାଶ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଚାଷ, ଜଙ୍ଗଲ, କ୍ଷୁଦ୍ର ଶିଳ୍ପ, ଗ୍ରାମ୍ୟ ଖଦି ଉଦ୍ୟୋଗ, ଗ୍ରାମୀଣ ଗୃହ, ପାନୀୟ ଜଳ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, ଅଣପାରମ୍ପରିକ ଶକ୍ତି, ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ଧନ୍ଦାମୂଳକ ଶିକ୍ଷା, ଶିକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ, ବଜାର ଓ ମେଳା, ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ସାଧାରଣ ବଣ୍ଟନ ବ୍ୟବସ୍ଥା ଇତ୍ୟାଦି ବିଷୟ ଅନ୍ତର୍ଭୁକ୍ତ କରାଯାଇଛି।

ସମସ୍ତ ବିଭାଗର ସଚିବମାନଙ୍କ ବୈଠକ ଡାକି ଏ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଅଲଗା ବଜେଟ ପ୍ରସ୍ତୁତ କରିବା ସହ ପଞ୍ଚାୟତସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବମାନେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଉକ୍ତ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ପ୍ରସ୍ତୁତ କରାଯିବ। ଏହି ସମୟ ମଧ୍ୟରେ ପଞ୍ଚାୟତ ଗୁଡ଼ିକର ଭୌଗୋଳିକ ସ୍ଥିତି ଏବଂ ଜନସଂଖ୍ୟା ଆଧାରରେ ର଼୍ୟାଙ୍କ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଅଗଷ୍ଟ ୨୭ରେ ମୁଖ୍ୟ ଶାସନ ସଚିବଙ୍କ ସହ ମନ୍ତ୍ରଣାଳୟ ସଚିବ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି। କେନ୍ଦ୍ରଠାରୁ ନିର୍ଦ୍ଦେଶ ପାଇବା ପରେ ପଞ୍ଚାୟତିରାଜ ବିଭାଗ ଏ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri