Posted inଖେଳ

ଅକ୍ଟୋବର ସୁଦ୍ଧା ଫେରିବ କ୍ରୀଡ଼ା ପ୍ରତିଯୋଗିତା

ନୂଆଦିଲ୍ଲୀ, ୫ା୬-ଭାରତରେ ଅକ୍ଟେବାର ସୁଦ୍ଧା କ୍ରୀଡ଼ା ପ୍ରତିଯୋଗିତା ଫେରିବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରେନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ସ୍ପୋର୍ଟିଂ ଇଭେଣ୍ଟ୍ସ ଉପରେ ଆୟୋଜିତ ଏକ ଓ୍ବେବିନାରରେ ତାଙ୍କ ଅଭିଭାଷଣରେ ସେ ଏକଥା କହିଛନ୍ତି। ବାତ୍ରା କହିଛନ୍ତି ଅଧିକାଂଶ ଖେଳ ପାଇଁ ଆମେ ଅଭିନବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର (ଏସ୍‌ଓପି) ପ୍ରସ୍ତୁତ କରିଛୁ। କ୍ରୀଡ଼ା ପାଇଁ ରିଜିଓନାଲ ସେଣ୍ଟରଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଛି, ଯେଉଁଠାରେକି ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଉଦାହରଣ ସ୍ବରୂପ ହକି ପାଇଁ ବେଙ୍ଗାଲୁରୁ, ଶୁଟିଂ ପାଇଁ ଦିଲ୍ଲୀ ଉପଯୁକ୍ତ। ହେଲେ ରେସ୍‌ଲିଂ ଭଳି କଣ୍ଟାକ୍ଟ ସ୍ପୋଟର୍‌ସ ପାଇଁ ଶ୍ରେଷ୍ଠ ଏସ୍‌ଓପି ପ୍ରସ୍ତୁତ କରାଯାଇ ପାରି ନାହିଁ। ବାତ୍ରା କହିଛନ୍ତି, ଦେଶର ସମସ୍ତ କ୍ରୀଡ଼ା ପ୍ରତି ସରକାରଙ୍କ ସହଯୋଗ ମନୋବୃତ୍ତି ରହିଛି। କରୋନା ଭାଇରସ ମହାମାରୀ ସତ୍ତ୍ୱେ ଖେଳାଳିମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ରହିଛି। ସେମାନେ ଶୀଘ୍ର ଟ୍ରାକ୍‌କୁ ଫେରିବା ଲାଗି ଚାହୁଁଛନ୍ତି। ଜଣେ ଖେଳାଳି ନିଜ ଘରେ ଟ୍ରେନିଂ ନେଉଥିବାବେଳେ ଆଉଟପୁଟ୍‌ ୪୦ରୁ ୫୦ ପ୍ରତିଶତ ପାଖାପାଖି ରହୁଛି। ଫିଲ୍ଡକୁ ଆସିଲେ ଶତପ୍ରତିଶତ ଫିଟ୍‌ ହେବା ଲାଗି ଜଣେ ଖେଳାଳିକୁ ୨ରୁ ୩ ମାସ ସମୟ ଲାଗିବ। ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ ସଚିବ ତଥା କମିଶନର ବିଶାଲ କୁମାର ଦେବ କହିଥିଲେ କୋଭିଡ୍‌-୧୯ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି। ଭାରତରେ ଖୁବ୍‌ ଶୀଘ୍ର ଖେଳକୁ ଫେରାଇ ଆଣିବାକୁ ହେଲେ ସରକାର ଓ କର୍ପୋରେଟ୍‌ ଭାଗୀଦାରିରେ ସମାଧାନର ପନ୍ଥା ବାହାର କରିବା ଉଚିତ୍‌। ଏସ୍‌ଏଓପି ଓ ଗାଇଡ୍‌ ଲାଇନ୍‌ ଜାରିକରିବା ସହଜ କିନ୍ତୁ ସେଗୁଡ଼ିକ ଅନୁପାଳନ କରିବା କଷ୍ଟକର ବୋଲି ସେ କହିଥିଲେ। ଏଫ୍‌ଆଇସିସିଆଇ ସ୍ପୋଟର୍‌ସ କମିଟି ଆଣ୍ଡ୍‌ ସ୍ପୋଟର୍‌ସ ପ୍ରଡକ୍ଟ ହେଡ୍‌ ତଥା ଷ୍ଟାର ଇଣ୍ଡିଆ ଚେୟାରମ୍ୟାନ ସଂଯୋଗ ଗୁପ୍ତା କହିଛନ୍ତି, କ୍ରୀଡ଼ା ସହିତ ଖେଳପ୍ରେମୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମହାମାରୀ ଯୋଗୁ ଦର୍ଶକ ଏବଂ ପ୍ରଶଂସକ ମଧ୍ୟରେ ରହିଥିବା ପାଚେରି ହଟିଯାଇଛି। ଖେଳପ୍ରତି ଲୋକମାନଙ୍କ ଆଗ୍ରହ ଏବେ ଅଧିକ ପରିଲକ୍ଷିତ ହେବ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ଅନିଲ କୁମ୍ବଲେ କହିଛନ୍ତି, କ୍ରିକେଟ ଆରମ୍ଭ କରିବାକୁ ହେଲେ ଖେଳର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଟେଷ୍ଟ ମ୍ୟାଚ ପାଇଁ ଶରୀରକୁ ଅଧିକ ଫିଟ୍‌ ରଖିବାକୁ ହେବ। ଏଥିପାଇଁ ଅଧିକ ସମୟ ଦରକାର। ଓ୍ବେବିନାରରେ ଅନ୍ୟମାନଙ୍କ ମଧ୍ୟରେ ଏଫ୍‌ଆଇସିସିଆଇ ସେକ୍ର୍ରେଟାରୀ ଜେନେରାଲ ଦିଲୀପ ଚେନୟ, ବୁଣ୍ଡେସ୍‌ଲିଗା ଗ୍ଲୋବାଲ ମାର୍କେଟିଂ ମୁଖ୍ୟ ପିଆ ନାଉବର୍ଟ, ନାଇଟ ରାଇଡର୍ସ ସ୍ପୋଟର୍‌ସ ସିଇଓ ଭେଭ୍କି ମହୀଶୂର, ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ ସିଇଓ ମୁସ୍ତାଫା ଘାଉସ୍‌, କ୍ରୀଡ଼ା ବିଶେଷଜ୍ଞ ତଥା ଉପସ୍ଥାପକ ନିଖିଲ୍‌ ନାଜ୍‌ ପ୍ରମୁଖ ଏଥିରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri