ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ପୋଷକତତ୍ତ୍ୱ ରହିଛି। ଖରାଦିନେ ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍‌ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ସ୍ବାଭାବିକ କରେ। ଆଖୁରସରେ ଆଇରନ ଅଂଶ ଥିବାରୁ ଏହାକୁ ଖରାଦିନେ ପିଇଲେ ରକ୍ତହୀନତା ସମସ୍ୟା ଦୂର ହେବା ସହିତ ଶରୀରର ଜଳୀୟ ଅଂଶ ନିୟନ୍ତ୍ରିତ ହୋଇଥାଏ।