Posted inଜାତୀୟ

୨୭ ବର୍ଷ ଧରି ଅଟକି ରହିଛି ମହିଳା ସଂରକ୍ଷଣ ବିଲ, ୨୦୧୦ରେ ଯୋଗୀ କରିଥିଲେ ବିରୋଧ…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଏହି ବିଲ ପ୍ରଥମେ ସେପ୍ଟେମ୍ବର ୧୯୯୬ ରେ ଏଚଡି ଦେବ ଗୌଡା ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଏହା ପରେ ପ୍ରତ୍ୟେକ ସରକାର ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଚେଷ୍ଟା କରିଥିଲେ।

୨୦୧୦ ମସିହାରେ, ୟୁପିଏ ସରକାର ଏହି ବିଲ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଥିଲେ ମଧ୍ୟ ଏହା ଲୋକସଭାରେ ଅଟକି ରହିଥିଲା। ଗତ ୨୭ ବର୍ଷ ମଧ୍ୟରେ ବିଲ ବହୁ ବାଧାର ସମ୍ମୁଖୀନ ହୋଇଛି।

ଯେତେବେଳେ ଏଚଡି ଦେବ ଗୌଡା ସରକାର ପ୍ରଥମ ଥର ପାଇଁ ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ କରିଥିଲେ। ସେତେବେଳେ ଦେଶରେ ୧୩ ଟି ଦଳର ମିଳିତ ମଞ୍ଚ ସହିତ ୟୁନାଇଟେଡ ଫ୍ରଣ୍ଟ ସରକାର ଥିଲା। କିନ୍ତୁ ଜନତା ଦଳର ନେତା ତଥା ଅନ୍ୟ କେତେକ ଦଳର ନେତା ଏହି ବିଲ ପାରିତ ହେବା ସପକ୍ଷରେ ନ ଥିଲେ। ଏହି ଦଳ ଏବଂ ନେତାଙ୍କ ବିରୋଧ ଯୋଗୁଁ ମହିଳା ସଂରକ୍ଷଣ ବିଲ ସିପିଆଇର ଗୀତା ମୁଖାର୍ଜୀଙ୍କ ନେତୃତ୍ୱରେ ୩୧ ସଦସ୍ୟ ବିଶିଷ୍ଟ ସଂସଦୀୟ ମିଳିତ କମିଟି ନିକଟକୁ ପଠାଯାଇଥିଲା।

ଏହି କମିଟିରେ ନୀତୀଶ କୁମାର, ଶରଦ ପାୱାର, ବିଜୟ ଭାସ୍କର ରେଡ୍ଡୀ, ମମତା ବାନାର୍ଜୀ, ମୀରା କୁମାର, ସୁମିତ୍ରା ମହାଜନ, ସୁଷମା ସ୍ବରାଜ, ସୁଶୀଲ କୁମାର ଶିନ୍ଦେ, ଉମା ଭାରତୀ, ଗିରିଜା ବ୍ୟାସ, ରାମ ଗୋପାଳ ଯାଦବ ଏବଂ ହାନ୍ନାହ ମୋଲ୍ଲାହ ରହିଥିଲେ।

୩୧ ଜଣ ସଦସ୍ୟଙ୍କ ଏହି କମିଟି ବିଲରେ ସାତୋଟି ପ୍ରମୁଖ ପ୍ରସ୍ତାବ ଦେଇଥିଲା। ସେମାନେ କହିଥିଲେ ଏହି ବିଲରେ ମହିଳାଙ୍କ ସଂରକ୍ଷଣ ସମ୍ପର୍କରେ ଏକ ତୃତୀୟାଂଶରୁ କମ ନୁହେଁ’ ବାକ୍ୟ ସ୍ପଷ୍ଟ ନୁହେଁ। କମିଟିର ପରାମର୍ଶ ଥିଲା ଏହାକୁ ପ୍ରାୟ ଏକ ତୃତୀୟାଂଶ’ ଲେଖାଯିବା ଉଚିତ ଯାହା ଦ୍ୱାରା ଏହା ସ୍ପଷ୍ଟ ହୋଇପାରିବ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କମିଟିର ଏକ ଅଂଶ ଥିଲେ। ଏହି ବିଲକୁ ବିରୋଧ କରି ସେ କହିଥିଲେ ମହିଳା ସଂରକ୍ଷଣ ବିଲ ଦେଶର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମହିଳାଙ୍କୁ ସଂରକ୍ଷଣ ପ୍ରଦାନ ବିଷୟରେ ଆଲୋଚନା କରିଛି। କିନ୍ତୁ ମୁଁ ଭାବୁଛି ଓବିସି ମହିଳାମାନେ ମଧ୍ୟ ସଂରକ୍ଷଣ ପାଇବା ଉଚିତ ତେଣୁ ଓବିସି ମହିଳାମାନଙ୍କୁ ବିଲରେ ଉଲ୍ଲେଖ କରାଯାଇଥିବା ଏକ ତୃତୀୟାଂଶ ସଂରକ୍ଷଣରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏହା ବ୍ୟତୀତ, ଓବିସି ମହିଳାମାନଙ୍କ ପାଇଁ ମଧ୍ୟ ଏହି ସଂରକ୍ଷଣ ସଠିକ ଅନୁପାତରେ ରହିବା ଜରୁରୀ।

୧୬ ମେ ୧୯୯୭ ରେ, ମହିଳା ସଂରକ୍ଷଣ ବିଲ ପୁଣି ଥରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। କିନ୍ତୁ ଏଥର ଏହାକୁ ବିରୋଧ କରିବା ପାଇଁ ଶାସକ ମିଳିତ ମଞ୍ଚ ମଧ୍ୟରେ ବିରୋଧର ସ୍ବର ସୃଷ୍ଟି ହୋଇଥିଲା। ଏହି ବିଲ ବିରୋଧରେ ଯୁକ୍ତି କରୁଥିବାବେଳେ ଶରଦ ଯାଦବ ସେତେବେଳେ କହିଥିଲେ ମହିଳା ସଂରକ୍ଷଣ ବିଲ ଦ୍ୱାରା କେବଳ ଆଧୁନିକା ମହିଳାମାନେ ଉପକୃତ ହେବେ। ସହରୀ ମହିଳାମାନେ ଆମର ଗ୍ରାମୀଣ ମହିଳାମାନଙ୍କର କିପରି ପ୍ରତିନିଧିତ୍ୱ କରିବେ?

ଶରଦ ଯାଦବଙ୍କ ଏହି ବିବୃତ୍ତି ସେତେବେଳେ ଅନେକ ବିବାଦ ସୃଷ୍ଟି କରିଥିଲା। ଶରଦଙ୍କ ବ୍ୟତୀତ ହିନ୍ଦୀ ଭାଷାଭାଷୀ ନେତାମାନେ ଏହି ବିଲକୁ ଦୃଢ଼ ବିରୋଧ କରିଥିଲେ। ଯେଉଁଥିପାଇଁ ପୁଣି ଥରେ ଏହି ବିଲ ପାରିତ ହୋଇପାରି ନ ଥିଲା।

୨୦୧୦ ମସିହାରେ, ଯେତେବେଳେ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା କରାଯାଇଥିଲା। ସେତେବେଳେ ଭାରତୀୟ ଜନତା ପାର୍ଟି ଏହି ବିଲକୁ ସମର୍ଥନ କରିଥିଲା। କିନ୍ତୁ ବର୍ତ୍ତମାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହା ବିରୋଧରେ ଥିଲେ।

୨୦୧୭ ମସିହାରେ ପୁଣି ଥରେ, ଯେତେବେଳେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେତେବେଳେ ରଣଦୀପ ସୁରଜେୱାଲା ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ସୁରଜେୱାଲା କହିଥିଲେ, ଗୋଟିଏ ପଟେ ଦେଶର ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କୁ ସମାନ ଅଧିକାର ଦେବା କଥା କହୁଥିବା ବେଳେ ଅନ୍ୟ ପଟେ ମହିଳାଙ୍କ ସମ୍ପର୍କରେ ଭାଜପାର ବିରୋଧୀ ମାନସିକତା ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri