୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲା ସ୍ବାସ୍ଥ୍ୟ ବିଭାଗ: ୬୧ନଂ ବୁଲିଛନ୍ତି ୭ ଡାକ୍ତରଖାନା, ୬୨ରୁ ୬୬ନଂଙ୍କ କୋଲକାତା ଲିଙ୍କ

ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୭୯କୁ ଛୁଇଁଛି। ସେପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ର ୬୧, ୬୨, ୬୩, ୬୪, ୬୫, ୬୬, ୬୮ ଓ ୬୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ରାଜ୍ୟ ସରକାର ଦେଇଛନ୍ତି।

୬୧ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି। ସେ ୧୩ ମାର୍ଚ୍ଚରେ ଗାଡ଼ି ଭଡ଼ା କରି ଝାଡ଼ଖଣ୍ଡ ଯାଇ ସେହିଦିନ ଫେରିଥିଲେ। ଏପ୍ରିଲ ୭ରେ ଘରୁ ବାଲେଶ୍ୱର ମେଡିକାଲ ନିଜ ସ୍କୁଟିରେ ଯାଇଥିଲେ। ୧୩ରେ ପୁଣି ଥରେ ଜିଲା ମୁଖ୍ୟ ମେଡିକାଲ ଯାଇ ସେହିଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ। ୧୪ରେ ଆପୋଲୋରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କିମ୍ସ ମେଡିକାଲ ଗାଡ଼ି ଭଡା କରି ଯାଇଥିଲେ। ୧୪ରୁ ୧୬ ପର୍ଯ୍ୟନ୍ତ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ୧୬ରେ ଏମ୍ସରେ ଭର୍ତ୍ତି ହେଲେ। ୧୮ରେ ନମୂନାରେ କରୋନା ପଜିଟିଭ ଆସିବା ପରେ ପୁଣି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୬୨ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ୫୭ ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୨୮ରେ ସେ ଗାଡି ଭଡା କରି ୩ ଜଣ ଯାତ୍ରୀଙ୍କ ସହ କୋଲକାତାରୁ ନିଜ ଘର ଭଦ୍ରକ ବାସୁଦେବପୁର ପଦ୍ମପୁର ଆସିଥିଲେ। ୨୮ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଲେ। ଏପ୍ରିଲ ୧୯ରେ ନମୂନା ପଜିଟିଭ ଆସିବା ପରେ ୨୦ ତାରିଖରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ୬୩ ନମ୍ବର କରୋନା ଆକ୍ରାନ୍ତ ୫୮ ବର୍ଷୀୟ ବ୍ୟକ୍ତି କୋଲକାତାରୁ ନିଜ ଘର ଭଦ୍ରକ ଜିଲା ବାସୁଦେବପୁରର ଖରିଡ଼ା ଗାଁକୁ ଫେରିଥିଲେ। ଏପ୍ରିଲ ୯ରେ ସେ ଟ୍ରକରେ କୋଲକାତାରୁ ଫେରିଥିଲେ। ୯ରୁ ୧୪ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। ୧୫ରୁ ୧୯ ସରକାରୀ ସଙ୍ଗରୋଧରେ ରହିବା ପରେ ୧୯ରେ ତାଙ୍କ ନମୂନା ପଜିଟିଭ ଆସିଥିଲା। ଏହାପରେ ୨୦ରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୫୫ ବର୍ଷୀୟ ୬୪ନମ୍ବର ଆକ୍ରାନ୍ତ ଜଣଙ୍କ କୋଲକାତାରୁ ଭଦ୍ରକ ବାସୁଦେବପୁର ମାଟିପକା ଗାଁକୁ ଫେରିଥିଲେ। ମାର୍ଚ୍ଚ ୨୯ରେ ସେ କୋଲକାତାରୁ ଭଡ଼ା ଗାଡିରେ ଅନ୍ୟ ୭ ଜଣ ଯାତ୍ରୀଙ୍କ ସହ ଆସିଥିଲେ। ୨୯ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଥିଲେ। ପରେ ଏପ୍ରିଲ ୧୫ରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୧୯ରେ ନମୂନା ପଜିଟିଭ ବାହାରିଥିଲା। ଏହାପରେ ୨୦ରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଭଦ୍ରକ ଭଣ୍ଡାରୀପୋଖରୀ ରାହାଣିଆ ଅଞ୍ଚଳର ୬୬ ବର୍ଷୀୟ ଆକ୍ରାନ୍ତ ତଥା ୬୫ ନମ୍ବର ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୮ରେ କୋଲକାତାରୁ ଫେରିଥିଲେ। ମାର୍ଚ୍ଚ ୨୮ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଥିଲେ। ୧୫ରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୬୬ ନମ୍ବର ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିଥିଲେ। ସେ ଭଦ୍ରକ ଭଣ୍ଡାରୀପୋଖରୀ କୁଶଗଡ଼ିଆ ଅଞ୍ଚଳର ୪୮ ବର୍ଷୀୟ ଆକ୍ରାନ୍ତ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଥିଲେ। ୧୫ରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ବାଲେଶ୍ୱର ଜିଲା ବରହମପୁରର ରିଗିଡ଼ି ଗାଁର ୨ବର୍ଷର ଝିଅ ତଥା ୬୮ ନମ୍ବର ଆକ୍ରାନ୍ତ ଜଣଙ୍କ ନିକଟରେ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଥଣ୍ଡା ଓ କାଶ ଳକ୍ଷଣ ଦେଖାାଯାଇଥିଲା। ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ ସେ ବରହମପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇଥର ଓପିଡିରେ ଯାଇ ଦେଖାଇଥିଲେ। ଲକ୍ଷଣ ଥବବାରୁ ତାଙ୍କ ନମୂନା ସଂକ୍ରହ କରାଯାଇଥିଲା ଏବଂ ୧୯ରେ ତାଙ୍କ ପଜିଟିଭ୍‌ ଆସଇଥିଲା। ଏହାପରେ ୨୦ରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ସୁନ୍ଦରଗଡ଼ ବିଶ୍ରାର ୪୦ବର୍ଷୀୟ ବ୍ୟକ୍ତି ତଥା ୬୯ ନମ୍ବର ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୧ରୁ ୨୯ ନିଜ ଘରେ ରହିଥିଲେ। ୨୯ରୁ ୩୧ତାରିଖ ସେ ରାଉରକେଲାର ନାଲା ରୋଡ୍‌ରେ ଥିଲେ। ପୁଣି ଘରକୁ ଫେରି ଏପ୍ରିଲ ୧ରୁ ୧୯ ଘରେ ରହିଥିଲେ। ଲକ୍ଷଣ ଥିବାରୁ ୨୦ରେ ନମୂନା ପରୀକ୍ଷଣ ହୋଇଥିଲା ଏବଂ ସେହିଦିନ ତାଙ୍କ ରାଉରଖେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଳ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଆକ୍ରାନ୍ତ ଜଣଙ୍କ ସେଠିକାର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri