୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା ଏଫ୍‌ଆଇଆର୍‌ ଲେଖାଚାଲିଛି ଉତ୍ତରାଖଣ୍ଡ କାଶୀପୁର ଜିଲା କୋତଓ୍ବାଲି ଥାନାରେ। ଇତିମଧ୍ୟରେ ୪ଦିନ ବିତିଗଲାଣି। ଏହାକୁ ଶେଷ କରିବାକୁ ଆହୁରି ୨-୩ ଦିନ ଲାଗିବ। ଉଭୟ ଇଂଲିଶ ଏବଂ ହିନ୍ଦୀରେ ଲେଖାଯାଉଥିବା ଏହି ଏଫ୍‌ଆଇଆର୍‌ ଏବେ ଥାନା କର୍ମଚାରୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି।
ଏତେ ଲମ୍ବା ଏଫ୍‌ଆଇଆର୍‌ ଲେଖାଯିବା ପଛର କାରଣ ଅଟଳ ଆୟୁଷ୍ମାନ ଯୋଜନାରେ ମହାଦୁର୍ନୀତି। ରାମନଗର ରୋଡ୍‌ସ୍ଥିତ ଏମ୍‌ପି ହସ୍ପିଟାଲ ଏବଂ ତହସିଲ ରୋଡ୍‌ରେ ଥିବା ଦେବକୀନନ୍ଦନ ହସ୍ପିଟାଲ ଏହି ସ୍କାମ୍‌ରେ ଫସିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ ଟିମ୍‌ର ଅଡିଟ୍‌ରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କଳାକାରନାମା ଧରାପଡ଼ିଛି।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜାଣତରେ ବଡ଼ଧରଣର ଅର୍ଥ ତୋଷରପାତ ହୋଇଛି। ରୋଗୀଙ୍କ ନାମରେ ମିଥ୍ୟ ବିଲ୍‌ କରାଯାଇଛି। ରୋଗୀଙ୍କୁ ଡିସ୍‌ଚାର୍ଜ କରି ଦିଆଯିବା ପରେ ବି ସେମାନେ ଚିକିତ୍ସାଧୀନ ଥିବା ଦର୍ଶାଯାଇ ବିଲ୍‌ କଟାଯାଇଛି। ଡାକ୍ତରଖାନା ଆଇସିୟୁରେ କ୍ଷମତାଠାରୁ ବହୁ ଗୁଣ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ରେଜିଷ୍ଟରରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ, ସାଧାରଣ ଡାଏଲିସିସ୍‌ କାର୍ଯ୍ୟରେ ଏମ୍‌ବିବିଏସ୍‌ ଡାକ୍ତର ନିୟୋଜିତ ହୋଇଥିବା ରିପୋର୍ଟ ଦିଆଯାଇଛି। ବିନା ଚିକିତ୍ସାରେ ବିଲ୍‌ ଆବେଦନ କରାଯାଇଛି, ଯାହାର ସୂଚନା ସମ୍ପୃକ୍ତ ରୋଗୀଙ୍କ ପାଖରେ ମଧ୍ୟ ନାହିଁ। ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଖୋଳତାଡ଼ରୁ ଏପରି ସାଂଘାତିକ ଦୁର୍ନୀତି ପଦାକୁ ଆସିଛି। ଏହାପରେ ଆୟୁଷ୍ମାନ ଯୋଜନାର ସହାୟକ ନିର୍ବାହୀ ଅଧିକାରୀ ଧନେଶ ଚନ୍ଦ୍ର ଦୁଇ ହସ୍ପିଟାଲ ସଞ୍ଚାଳକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏ ହସ୍ପିଟାଲ ବିରୋଧରେ ୬୪ ପୃଷ୍ଠା ଏବଂ ଅନ୍ୟଟି ପାଇଁ ୨୪ ପୃଷ୍ଠାର ଅଭିଯୋଗପତ୍ର ଦାଖଲ କରାଯାଇଛି। ହେଲେ ଏଫ୍‌ଆଇଆର୍‌ ଟାଇପ୍‌ କରିବା ଲାଗି ବ୍ୟବହୃତ ସଫ୍ଟଓ୍ବେର କ୍ଷମତା ୧୦ ହଜାର ଶବ୍ଦ ଭିତରେ ସୀମିତ। ତେଣୁ ସମସ୍ୟା ସୃଷ୍ଟି ହୋଇଛି। ଏ ନେଇ ଅତିରିକ୍ତ ଏସ୍‌ପି ଜଗଦୀଶ ଚନ୍ଦ୍ର କୁହନ୍ତି, ଏହା ହେଉଛି ଅଭିଯୋଗପତ୍ରର ମୂଳ କପି; ଯେଉଁଥିରେ ସମସ୍ତ ତଥ୍ୟ ରହିଛି। ଏଥିରେ ଯେପରି କୌଣସି ପ୍ରକାର ହଟଚମଟ ନ ହୁଏ ସେଥିପାଇଁ ସତର୍କତାର ସହ ଏହାକୁ ହାତରେ ଲେଖାଯାଉଛି। ଏଥିପାଇଁ ନିୟୋଜିତ ହୋଇଛନ୍ତି ଥାନାର ୪ କର୍ମଚାରୀ।
ଅନ୍ୟପଟେ ପୋଲିସର ସମସ୍ୟା କେବଳ ଏଫ୍‌ଆଇଆର୍‌ ଲେଖିବା ଭିତରେ ସୀମିତ ନାହିଁ। ଗୋଟିଏ ପୃଷ୍ଠା ଲିଖିତ ଅଭିଯୋଗର ତଦନ୍ତ ଏବଂ ଚାର୍ଜଶିଟ୍‌ ଦାଖଲ କରିବାକୁ ହାରାହାରି ୧୫ଦିନ ସମୟ ଲାଗିଥାଏ। ହେଲେ ଏତେ ବଡ଼ ଦୁର୍ନୀତିର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ୩ ମାସ ସମୟ ଦିଆଯାଇଛି, ଯାହା ଅସମ୍ଭବ ମନେହେଉଛି। ଏଫ୍‌ଆଇଆର୍‌ ଲେଖା ଶେଷ ହେବାପରେ ଏହାର ଚାର୍ଜଶିଟ୍‌ ଦାଖଲ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri