୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା ଏଫ୍‌ଆଇଆର୍‌ ଲେଖାଚାଲିଛି ଉତ୍ତରାଖଣ୍ଡ କାଶୀପୁର ଜିଲା କୋତଓ୍ବାଲି ଥାନାରେ। ଇତିମଧ୍ୟରେ ୪ଦିନ ବିତିଗଲାଣି। ଏହାକୁ ଶେଷ କରିବାକୁ ଆହୁରି ୨-୩ ଦିନ ଲାଗିବ। ଉଭୟ ଇଂଲିଶ ଏବଂ ହିନ୍ଦୀରେ ଲେଖାଯାଉଥିବା ଏହି ଏଫ୍‌ଆଇଆର୍‌ ଏବେ ଥାନା କର୍ମଚାରୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି।
ଏତେ ଲମ୍ବା ଏଫ୍‌ଆଇଆର୍‌ ଲେଖାଯିବା ପଛର କାରଣ ଅଟଳ ଆୟୁଷ୍ମାନ ଯୋଜନାରେ ମହାଦୁର୍ନୀତି। ରାମନଗର ରୋଡ୍‌ସ୍ଥିତ ଏମ୍‌ପି ହସ୍ପିଟାଲ ଏବଂ ତହସିଲ ରୋଡ୍‌ରେ ଥିବା ଦେବକୀନନ୍ଦନ ହସ୍ପିଟାଲ ଏହି ସ୍କାମ୍‌ରେ ଫସିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ ଟିମ୍‌ର ଅଡିଟ୍‌ରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କଳାକାରନାମା ଧରାପଡ଼ିଛି।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜାଣତରେ ବଡ଼ଧରଣର ଅର୍ଥ ତୋଷରପାତ ହୋଇଛି। ରୋଗୀଙ୍କ ନାମରେ ମିଥ୍ୟ ବିଲ୍‌ କରାଯାଇଛି। ରୋଗୀଙ୍କୁ ଡିସ୍‌ଚାର୍ଜ କରି ଦିଆଯିବା ପରେ ବି ସେମାନେ ଚିକିତ୍ସାଧୀନ ଥିବା ଦର୍ଶାଯାଇ ବିଲ୍‌ କଟାଯାଇଛି। ଡାକ୍ତରଖାନା ଆଇସିୟୁରେ କ୍ଷମତାଠାରୁ ବହୁ ଗୁଣ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ରେଜିଷ୍ଟରରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ, ସାଧାରଣ ଡାଏଲିସିସ୍‌ କାର୍ଯ୍ୟରେ ଏମ୍‌ବିବିଏସ୍‌ ଡାକ୍ତର ନିୟୋଜିତ ହୋଇଥିବା ରିପୋର୍ଟ ଦିଆଯାଇଛି। ବିନା ଚିକିତ୍ସାରେ ବିଲ୍‌ ଆବେଦନ କରାଯାଇଛି, ଯାହାର ସୂଚନା ସମ୍ପୃକ୍ତ ରୋଗୀଙ୍କ ପାଖରେ ମଧ୍ୟ ନାହିଁ। ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଖୋଳତାଡ଼ରୁ ଏପରି ସାଂଘାତିକ ଦୁର୍ନୀତି ପଦାକୁ ଆସିଛି। ଏହାପରେ ଆୟୁଷ୍ମାନ ଯୋଜନାର ସହାୟକ ନିର୍ବାହୀ ଅଧିକାରୀ ଧନେଶ ଚନ୍ଦ୍ର ଦୁଇ ହସ୍ପିଟାଲ ସଞ୍ଚାଳକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏ ହସ୍ପିଟାଲ ବିରୋଧରେ ୬୪ ପୃଷ୍ଠା ଏବଂ ଅନ୍ୟଟି ପାଇଁ ୨୪ ପୃଷ୍ଠାର ଅଭିଯୋଗପତ୍ର ଦାଖଲ କରାଯାଇଛି। ହେଲେ ଏଫ୍‌ଆଇଆର୍‌ ଟାଇପ୍‌ କରିବା ଲାଗି ବ୍ୟବହୃତ ସଫ୍ଟଓ୍ବେର କ୍ଷମତା ୧୦ ହଜାର ଶବ୍ଦ ଭିତରେ ସୀମିତ। ତେଣୁ ସମସ୍ୟା ସୃଷ୍ଟି ହୋଇଛି। ଏ ନେଇ ଅତିରିକ୍ତ ଏସ୍‌ପି ଜଗଦୀଶ ଚନ୍ଦ୍ର କୁହନ୍ତି, ଏହା ହେଉଛି ଅଭିଯୋଗପତ୍ରର ମୂଳ କପି; ଯେଉଁଥିରେ ସମସ୍ତ ତଥ୍ୟ ରହିଛି। ଏଥିରେ ଯେପରି କୌଣସି ପ୍ରକାର ହଟଚମଟ ନ ହୁଏ ସେଥିପାଇଁ ସତର୍କତାର ସହ ଏହାକୁ ହାତରେ ଲେଖାଯାଉଛି। ଏଥିପାଇଁ ନିୟୋଜିତ ହୋଇଛନ୍ତି ଥାନାର ୪ କର୍ମଚାରୀ।
ଅନ୍ୟପଟେ ପୋଲିସର ସମସ୍ୟା କେବଳ ଏଫ୍‌ଆଇଆର୍‌ ଲେଖିବା ଭିତରେ ସୀମିତ ନାହିଁ। ଗୋଟିଏ ପୃଷ୍ଠା ଲିଖିତ ଅଭିଯୋଗର ତଦନ୍ତ ଏବଂ ଚାର୍ଜଶିଟ୍‌ ଦାଖଲ କରିବାକୁ ହାରାହାରି ୧୫ଦିନ ସମୟ ଲାଗିଥାଏ। ହେଲେ ଏତେ ବଡ଼ ଦୁର୍ନୀତିର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ୩ ମାସ ସମୟ ଦିଆଯାଇଛି, ଯାହା ଅସମ୍ଭବ ମନେହେଉଛି। ଏଫ୍‌ଆଇଆର୍‌ ଲେଖା ଶେଷ ହେବାପରେ ଏହାର ଚାର୍ଜଶିଟ୍‌ ଦାଖଲ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri