୮୭୧ ବର୍ଷ ଧରି ପୂଜା ପାଉଛନ୍ତି ମହାପ୍ରଭୁ

୧୧୪୮ ମସିହା ପୂର୍ବରୁ ମହାପ୍ରଭୁ ଉପାସିତ ହେଉଥିଲେ ଶାସଙ୍ଗ ଗ୍ରାମରେ। ବାଲେଶ୍ୱର ସହରଠାରୁ ୪ କୋଶ ଦୂରରେ ଇଟା ନିର୍ମିତ ମନ୍ଦିରରେ ପୂଜା ଆରମ୍ଭ କରିଥିଲେ ସ୍ଥାନୀୟ ଜମିଦାର। ମନ୍ଦିରର ଦୁଇପଟେ ଦୁଇଟି ବ୍ରାହ୍ମଣ ଶାସନ ଦାନ କରିଥିଲେ। ବଳଭଦ୍ରପୁର ଶାସନ ଓ ଜଗନ୍ନାଥପୁର ଶାସନ।
୪ ଏକର ପରିମିତ ଜମିରେ ମନ୍ଦିର ହେବା ସହିତ ଚନ୍ଦନ ପୋଖରୀଟିଏ ଖୋଳାଇଥିଲେ। ମନ୍ଦିର ପରିଚାଳନା ପାଇଁ ସେହି ମସିହାରେ ୬ ମାଣ, ୧୧୬୦ ମସିହାରେ ୩୪ ମାଣ ଓ ୧୧୯୨ ମସିହାରେ ୩୦ ମାଣ ଜମି ଖଞ୍ଜି ଦେଇଥିବା ଦସ୍ତାବିଜରୁ ଜଣାଯାଏ। ପ୍ରଥମ ମନ୍ଦିରଟି ମାଟିରେ ମିଶିଯିବା ପରେ ଦ୍ୱିତୀୟ ମନ୍ଦିର ମଧ୍ୟ ସେଠାରେ ତୋଳା ଯାଇଥିଲା। ଭଗ୍ନ ମନ୍ଦିରର ଅବଶେଷ କେବଳ ବଞ୍ଚତ୍ରହିଛି। ସେଠାରୁ ୬୦୦ ମିଟର ଦୂରରେ ୧୦୦ ବର୍ଷ ପୂର୍ବେ ତିଆରି ହୋଇଥିବା ମନ୍ଦିରରେ ମହାପ୍ରଭୁ ବିଜେ କରିଥିଲେ। ଅନୁସନ୍ଧାନରୁ ଜଣାଯାଏ ଉକ୍ତ ମନ୍ଦିର ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗିପଡ଼ିଥିଲା। ୨୦୧୧ ମସିହାରେ ଚତୁର୍ଥ ମନ୍ଦିର ନୂତନ ଭାବରେ ନିର୍ମିତ ହୋଇଅଛି।
ମନ୍ଦିରରେ ପ୍ରଥମେ ତିନିବିଗ୍ରହ ଉପାସିତ ହେଉଥିଲେ। ସାଙ୍ଗରେ ଥିଲେ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀଶାଳଗ୍ରାମ। ନୂତନ ମନ୍ଦିର ନିର୍ମାଣ ହେବା ପରେ ଶ୍ରୀସୁଦର୍ଶନ ବିଜେ କରିଛନ୍ତି। ଐତିହ୍ୟରୁ ଜଣାପଡ଼େ ମୋଗଲ ଶାସନ ସମୟରେ ଏହି ମନ୍ଦିର ଉପରେ ବହୁ ବିପଦ ପଡ଼ିଥିଲା। କଳାପାହାଡ଼ ଆକ୍ରମଣ ବେଳେ ତିନିମୂର୍ତ୍ତିଙ୍କୁ ମାଟିତଳେ ପାତାଳି କରିଦେଇଥିଲେ ଗ୍ରାମବାସୀ। ଆପଣାର ପ୍ରଭୁଙ୍କୁ ଆପଣାପଣିଆରେ ଆଜି ବି ଏ ଅଞ୍ଚଳ ଲୋକେ ଦେଖାରଖା କରିଆସୁଛନ୍ତି। ରଥଯାତ୍ରା ଆସିଲେ ସଭିଏଁ ମିଳିମିଶି ଗୋଟିଏ ରଥରେ ଚାରିବିଗ୍ରହଙ୍କୁ ବସେଇ ମହାସମାରୋହରେ ଏହି ଜାତୀୟ ପର୍ବକୁ ପାଳନ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri