୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ ୧୦ ହଜାର ଲୋକଙ୍କୁ ଛଟେଇ କରିବ ବୋଲି ଯୋଜନା ମଧ୍ୟ ରଖିଥିଲା। ହେଲେ କରୋନା ଭାଇରସ୍‌ ଲକ୍‌ଡାଉନ କମ୍ପାନୀ ଲାଗି ବିକ୍ରିର ଏକ ଭଲ ସୁଯୋଗ ଆଣିଛି। ଫଳରେ କମ୍ପାନୀ ବିକ୍ରି ରେକର୍ଡ କରିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ଲକ୍‌ଡାଉନରେ ପ୍ରତି ବର୍ଗର ଲୋକ କମ୍ପାନୀର ପ୍ରଡକ୍ଟକୁ ପସନ୍ଦ କରିଥିବା ଏହା ସୂଚନା ଦେଇଛି। ଖାଦ୍ୟ ସହ ଏହାକୁ ବଣ୍ଟନ ଲାଗି ବ୍ୟବହାର କରାଯାଇଥିଲା। ଶହ ଶହ କି.ମି. ପାଦରେ ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଲାଗି କମ୍ପାନୀର ୫ ଟଙ୍କିଆ ପ୍ୟାକେଟ ବିସ୍କୁଟ ଲାଭକାରୀ ସାବ୍ୟସ୍ତ ହୋଇଛି। କେତେଜଣ ଲୋକ ଏହାକୁ କିଣି ଖାଉଥିବା ବେଳେ ବଣ୍ଟାଯାଉଥିବା ବିସ୍କୁଟ ଲୋକମାନେ ଗ୍ରହଣ କରିଛନ୍ତି। ଲକ୍‌ଡାଉନରେ ଲୋକମାନେ ପାର୍ଲେଜି ବିସ୍କୁଟର ଷ୍ଟକ୍‌ ମଧ୍ୟ ନିଜ ଘରେ ରଖିଥିବା ଜଣାପଡିଛି। ପାର୍ଲେ ପ୍ରଡକ୍ଟର କଣ୍ଟ୍ରି ହେଡ୍‌ ମୟଙ୍କ ଶାହ କହିଛନ୍ତି, ବିକ୍ରି ଭଲ ହେବା ଯୋଗୁ କମ୍ପାନୀର ଶେୟାର ମୂଲ୍ୟରେ ପ୍ରାୟ ୫% ବୃଦ୍ଧି ଘଟିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ଟୋ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର

ଭୁବନେଶ୍ୱର,୨୫।୬: ମାରୁତି ସୁଜୁକି ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ଧରି ଭାରତର ସର୍ବାଧିକ ବିକ୍ରି ହେଉଥିବା କାରର ମାନ୍ୟତା ହାସଲ କରିଛି। କମ୍ପାନୀର ଏହି...

ଡିଜିଟାଲ ବ୍ରଡ୍‌ବ୍ୟାଣ୍ଡ୍‌ ବର୍ତ୍ତମାନର ଆବଶ୍ୟକତା: ପ୍ରଶାନ୍ତ ଅଗ୍ରଓ୍ବାଲ

ଡିଜିଟାଲ ଯୁଗରେ ପ୍ରତି କ୍ଷେତ୍ରରେ ଡିଜିଟାଇଜେଶନର ପ୍ରଭାବ ରହିଛି। ଏବେ ସମସ୍ତ ବ୍ୟବସାୟ ଡିଜିଟାଇଜ୍‌ଡ ହୋଇଯାଇଥିବାରୁ କାମକୁ ସ୍ମାର୍ଟ ଉପାୟରେ କରିହେଉଛି। ବ୍ରଡ୍‌ବ୍ୟାଣ୍ଡ୍‌ ହେଉଛି ଡିଜିଟାଲ...

ତନିସ୍କର ମଦର୍ସ ଡେ କଲେକ୍ସନ

ଭୁବନେଶ୍ୱର,୯।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ମଦର୍ସ ଡେ ଲାଗି ସ୍ବତନ୍ତ୍ର ହାର୍ଟ ଅଫ୍‌ ଗୋଲ୍ଡ କଲେକ୍ସନ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

କମର୍ସିଆଲ କୋଲ୍‌ ମାଇନିଂକୁ ଅନୁମତି

ନୂଆଦିଲ୍ଲୀ,୧୭।୫: ବର୍ତ୍ତମାନ ପର୍ଯ୍ୟନ୍ତ କୋଇଲା ଖଣି ଖନନ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ରହି ଆସିଥିଲା। ଘରୋଇ କ୍ଷେତ୍ରକୁ ଏହି ବର୍ଗରେ କାମ କରିବା ଲାଗି ଅନୁମତି...

ଫେକ୍‌ ନ୍ୟୁଜ୍‌ ରୋକିବାକୁ ହ୍ବାଟ୍ସଆପ୍‌ର ପଦକ୍ଷେପ

ନୂଆଦିଲ୍ଲୀ,୫। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଫେକ୍‌ ନ୍ୟୁଜ ବା ମିଥ୍ୟା ସୂଚନା ର ପ୍ରସାର ବ୍ୟାପିଛି। ହ୍ବାଟ୍ସଆପ୍‌ ଭଳି ଅନ୍ୟ ସୋସିଆଲ ସାଇଟଗୁଡିକରେ ଫେକ୍‌...

ଅର୍ଥନୀତି ଏବେ ଧିମା ରହିଛି: ଜଲାନ

ନୂଆଦିଲ୍ଲୀ,୫-୮: ଦେଶର ଅର୍ଥନୀତି ଏବେ ଧିମା ରହିଛି। ତେବେ ଆସନ୍ତା ବର୍ଷେ କିମ୍ବା ୨ ବର୍ଷ ଭିତରେ ଏହା ପୁଣି ଦ୍ରୁତତର ହେବ ବୋଲି ଭାରତୀୟ...

୧୦୦ ଲକ୍ଷ କୋଟିର ଭିତ୍ତିଭୂମି ନିର୍ମାଣ ନେଇ ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆସନ୍ତା ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଭିତ୍ତିଭୂମିଗୁଡ଼ିକର...

ଇନ୍‌ଫୋସିସ୍‌ ସିଇଓଙ୍କୁ ମିଳିଛି ୨୪.୬୭ କୋଟିର ପ୍ୟାକେଜ

ବେଙ୍ଗାଲୁରୁ,୨୧-୫: ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସଲିଲ୍‌ ପାରେଖଙ୍କୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୪.୬୭ କୋଟି ଟଙ୍କାର ଦରମା ପ୍ୟାକେଜ ମିଳିଥିଲା। କମ୍ପାନୀ...

Advertisement


Archives

Model This Week