୭ ସପ୍ତାହ ଧରି କୋଇଲା ସଙ୍କଟ; ନାଲ୍‌କୋର ୮୦ ପଟ୍‌ ବନ୍ଦ

ବଅଁରପାଳ, ୧୭।୧୦ (ଡି.ଏନ୍‌.ଏ.)  ଅନୁଗୋଳ ଜିଲାରେ ଥିବା ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଲାଗି ରହିଛି। ଗତ ୭ ସପ୍ତାହ ହେଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଫଳରେ ପ୍ଲାଣ୍ଟ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୩ ୟୁନିଟ୍‌ ସହ ୮୦ଟି ପଟ୍‌କୁ ବନ୍ଦ ରଖାଯାଇଛି। ତେବେ ପ୍ଲାଣ୍ଟ ଚଳାଇବା ପାଇଁ ରାଜ୍ୟ ଗ୍ରୀଡ୍‌ରୁ ଚଢ଼ା ଦରରେ ବିଦ୍ୟୁତ୍‌ ଶକ୍ତି କିଣାଯାଉଥିବା ନାଲ୍‌କୋ ପକ୍ଷରୁ ବୁଧବାର ପ୍ରେସ୍‌ ବିବୃତିରେ ପ୍ରକାଶ କରାଯାଇଛି।
ନାଲ୍‌କୋ ପକ୍ଷରୁ କୁହାଯାଇଛି ଯେ, ଅନୁଗୋଳ ସ୍ଥିତ ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର (ସିପିପି) ଏବଂ ଦାମନଯୋଡ଼ିର ଷ୍ଟିମ୍‌ ଓ ପାୱାର ପ୍ଲାଣ୍ଟ କାର୍ଯ୍ୟ ପାଇଁ ନାଲ୍‌କୋ ସମ୍ପୂର୍ଣ୍ଣ ଭାବେ ଏମ୍‌ସିଏଲ୍‌ ଉପରେ ନିର୍ଭରଶୀଳ। ଅନୁଗୋଳର ସିପିପି ପାଇଁ ଦୈନିକ ୧୭ ହଜାର ଟନ୍‌ କୋଇଲା ଆବଶ୍ୟକ। ହେଲେ ବର୍ତ୍ତମାନ ୮ରୁ ୯ ହଜାର ଟନ୍‌ କୋଇଲା ଏମ୍‌ସିଏଲ୍‌ରୁ ମିଳୁଛି। ୭ ସପ୍ତାହ ଧରି ଏହି ନିଅଣ୍ଟିଆ ସ୍ଥିତି ଯୋଗୁ ଗଚ୍ଛିତ କୋଇଲା ଶେଷ ହୋଇଗଲାଣି। ଏବେ ପ୍ଲାଣ୍ଟ ଚଳାଇବା ପାଇଁ ନାଲ୍‌କୋକୁ ରାଜ୍ୟ ଗ୍ରୀଡ୍‌ରୁ ୧୯୦ ମେଗାୱାଟ ବିଦ୍ୟୁତ କିଣିିବାକୁ ପଡ଼ୁଛି। ଏହି ସମସ୍ୟା ପାଇଁ ବୁଧବାର ସୁଦ୍ଧା ସ୍ମେଲଟର ପ୍ରକଳ୍ପର ୮୦ଟି ଇଲେକ୍ଟ୍ରୋନିକ୍ସ ପଟ୍‌ ବନ୍ଦ କରିବାକୁ ପଡ଼ିଛି। କୋଇଲା ଯୋଗାଣରେ ସୁଧାର ନ ଆସିଲେ ପର୍ଯ୍ୟାୟ କ୍ରମେ ୨୨୭ଟି ପଟ୍‌ ବନ୍ଦ କରିବାକୁ ପଡ଼ିପାରେ। ସେହିପରି ୧୨୦ ମେଗାଓ୍ବାଟ୍‌ ଲେଖାଏ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ସିପିପିର ମୋଟ୍‌ ୧୦ଟି ୟୁନିଟ୍‌ ମଧ୍ୟରୁ ୩ଟିରେ କାର୍ଯ୍ୟ ବନ୍ଦ ରଖାଯାଇଛି। ଆଉ ଏକ ୟୁନିଟ୍‌କୁ ମଧ୍ୟ ବନ୍ଦ କରାଯିବା ଆଶଙ୍କା ପ୍ରକାଶ ପାଇଛି। କୋଇଲା ଯୋଗାଣ ଓ ବିଦ୍ୟୁତ୍‌ ଉତ୍ପାଦନରେ ହ୍ରାସ ଯୋଗୁ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିର ମୁକାବିଲା ପାଇଁ କୋଇଲା ଯୋଗାଣ ବୃଦ୍ଧି କରିବାକୁ ନାଲ୍‌କୋ ୟୁନିୟନ ଓ ଆସୋସିଏଶନ ପକ୍ଷରୁ ଏମ୍‌ସିଏଲ୍‌, କୋଲ ଇଣ୍ଡିଆ ଲିମିଟେଡ ଓ କୋଇଲା ମନ୍ତ୍ରାଳୟକୁ ନିବେଦନ କରାଯାଇଛି।
ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା କହିଛନ୍ତି, କୋଇଲା ସଙ୍କଟ ଯୋଗୁ କର୍ତ୍ତୃପକ୍ଷ ଚଢ଼ା ଦରରେ ବାହାରୁ ବିଦ୍ୟୁତ୍‌ କ୍ରୟ କରି ପ୍ଲାଣ୍ଟକୁ ବଞ୍ଚାଇ ରଖିଛନ୍ତି। ଷ୍ଟକୟାର୍ଡରେ ୫ରୁ ୬ ଲକ୍ଷ ମେଟ୍ରିକ ଟନ୍‌ ପରିବର୍ତ୍ତେ ମାତ୍ର ୨୦ ହଜାର ମେଟ୍ରିକ ଟନ୍‌ କୋଇଲା ରହିବା ପ୍ରଥମ ଘଟଣା। ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି, କୋଇଲା ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଆଲୁମିନିୟମ ମଜଦୁର ସଂଘ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଏମ୍‌ସିଏଲ୍‌ ପକ୍ଷରୁ ତୁରନ୍ତ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri